ବର୍ଦ୍ଧିତ ବସ ଭଡ଼ା ତୁରନ୍ତ ପ୍ରତ୍ୟାହାର କରିବାକୁ ଏସୟୁସିଆଇ(କମ୍ୟୁନିଷ୍ଟ)ର ଦାବି

Dated 13.11.2026 –

ଚଳିତ ବର୍ଷ ତୃତୀୟ ଥର ପାଇଁ ଏକା ଥରେ ବସ ଭଡ଼ା କି:ମି ପିଛା ୨୬ ପଇସା ରୁ୧ ଟଙ୍କା ୧୧ ପଇସା ବୃଦ୍ଧି କରିବା ପାଇଁ ରାଜ୍ଯ ସରକାର ଜାରୀ କରିଥିବା ବିଜ୍ଞପ୍ତି କୁ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ତୁରନ୍ତ ଏହା ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ୭ ଥର ପ୍ରଳୟଙ୍କରୀ ବନ୍ୟା ଓ ସମ୍ପ୍ରତି ବାତ୍ୟା ଅର୍ଣ୍ଣବ୍ ଯୋଗୁ ଜନସାଧାରଣ ଘୋର ଆର୍ଥିକ ଦୁର୍ଗତି ଓ ମାନସିକ ଦୁଶ୍ଚିନ୍ତା ରେ ଦିନ କାଟୁଥିବା ବେଳେ ପ୍ରତିଦିନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରବୃଦ୍ଧି ଜନ ଜୀବନକୁ ଦୁର୍ବିସହ କରିଦେଇଛି।ଏଭଳି ପରିସ୍ଥିତିରେ ବିଜେପି ପରିଚାଳିତ ଡବଲ ଇଞ୍ଜିନ ସରକାରଙ୍କ ବସ ମାଲିକଙ୍କ ସ୍ୱାର୍ଥରେ ବାରମ୍ବାର ଭଡ଼ା ବୃଦ୍ଧି ଯେ କେବଳ ଚରମ ଜନ ବିରୋଧୀ ତା ନୁହେଁ , ଏହା ଅତ୍ୟନ୍ତ ଅମାନବିକ ବୋଲି ଦଳ ର ରାଜ୍ଯ ସମ୍ପାଦକ ଶଙ୍କର ଦାଶଗୁପ୍ତ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଏତାଦୃଶ ଅମାନବୀୟ ନୀତି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ଦୁର୍ବାର ଜନ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ସେ ସର୍ବ ସ୍ତରର ଜନଗଣଙ୍କୁ ଆହ୍ବାନ ଜଣାଉଛନ୍ତି।

Leave a Reply

Your email address will not be published. Required fields are marked *