ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍‍ ଇଣ୍ଡିଆ(କମ୍ୟୁନିଷ୍ଟ) – ଏସ୍‍.ୟୁ.ସି.ଆଇ(ସି)

ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍‍ ଇଣ୍ଡିଆ(କମ୍ୟୁନିଷ୍ଟ)-ଏସ୍‍.ୟୁ.ସି.ଆଇ(ସି)

ମାର୍କ୍ସବାଦୀ-ଲେନିନ୍‍ବାଦୀ ଆଦର୍ଶକୁ ଭିତ୍ତିକରି ଗଢି ଉଠିଥିବା ବିପ୍ଳବୀ ପାର୍ଟି ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍‍ ଇଣ୍ଡିଆ(କମ୍ୟୁନିଷ୍ଟ)- ଏସ୍‍.ୟୁ.ସି.ଆଇ(ସି) ଭାରତବର୍ଷର ଏକମାତ୍ର କମ୍ୟୁନିଷ୍ଟ ପାର୍ଟି ଭାବରେ ଆତ୍ମପ୍ରକାଶ କରିଛି । ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ୍‍ ଶିବଦାସ ଘୋଷଙ୍କ ନେତୃତ୍ୱରେ ଏହି ପାର୍ଟି ୧୯୪୮ ମସିହା ଏପ୍ରିଲ ୨୪ ତାରିଖ ଦିନ ପ୍ରତିଷ୍ଠିତ ହୋଇଥିଲା । ସେ ପାର୍ଟିର ପ୍ରଥମ ସାଧାରଣ ସମ୍ପାଦକ ଭାବେ କମ୍ରେଡ୍‍ ଶିବଦାସ ଘୋଷ ବହୁ କଠୋର କଠିନ ସଂଗ୍ରାମର ମଧ୍ୟ ଦେଇ ଓ ଭୟଙ୍କର ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଏସ୍‍.ୟୁ.ସି.ଆଇ(ସି) ଦଳକୁ ପ୍ରତିଷ୍ଠା କରିଯାଇଛନ୍ତି । ଏହି ସଂଗ୍ରାମର ଧାରାରେ୧୯୭୬ ମସିହା ଅଗଷ୍ଟ ୫ ତାରିଖ ଦିନ ମାତ୍ର ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କର ଘନିଷ୍ଠ ସହଯୋଦ୍ଧା ତଥା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା କମ୍ରେଡ୍‍ ନୀହାର ମୁର୍ଖାଜୀ ଦୀର୍ଘ ୩୩ ବର୍ଷଧରି ଦଳର ସାଧାରଣ ସମ୍ପାଦକ ଦାୟିତ୍ୱ ନିର୍ବାହକରି ୨୦୧୦ମସିହା ଫେବୃୟାରୀ-୧୮ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପରେ କମ୍ରେଡ୍‍ ଶିବଦାସ ଘୋଷଙ୍କର ଯୋଗ୍ୟ ଛାତ୍ର କମ୍ରେଡ୍‍ ପ୍ରଭାଷ ଘୋଷ ଦଳର ସାଧାରଣ ସମ୍ପାଦକ ଭାବରେ ଦଳର ସଂଗ୍ରାମକୁ ପରିଚାଳନା କରୁଛନ୍ତି । ବ୍ରିଟିଶ ସାମ୍ରାଜ୍ୟବାଦୀମାନଙ୍କଠାରୁ ଭାରତୀୟ ଜାତୀୟ ବୁର୍ଜୁଆ ଶ୍ରେଣୀ ହାତକୁ ରାଜନୈତିକ କ୍ଷମତା ହସ୍ତାନ୍ତର ହେବାର ଅଳ୍ପ କେତେ ମାସ ପରେ ଏସ୍‍.ୟୁ.ସି.ଆଇ(ସି) ଦଳ ପ୍ରତିଷ୍ଠିତ ହୋଇଥିଲା । ଏହି ସମୟରେ ତତ୍କାଳୀନ ଅବିଭକ୍ତ ଓ ପରବର୍ତ୍ତୀ ସମୟରେ ବହୁଧା ବିଭକ୍ତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ) ମୁଖ୍ୟତଃ ଆନ୍ତର୍ଜାତୀୟ କମ୍ୟୁନିଷ୍ଟ ଆନ୍ଦୋଳନର ଗୌରବକୁ ବ୍ୟବହାର କରି ଏକ ଶକ୍ତିଶାଳୀ ପାର୍ଟି ଭାବରେ ମୁଣ୍ଡ ଟେକିଥିôôଲା । ମାର୍କ୍ସବାଦୀ ବିଚାର ବିଶ୍ଳେଷଣ ପଦ୍ଧତି ଏବଂ ଏହାର ମୂଳ ଅନ୍ତଃସ୍ୱରକୁ ଗଭୀରଭାବରେ ଉପଲବ୍ôଧ କରିବା କ୍ଷେତ୍ରରେ ଦୟନୀୟ ବିଫଳତାର ଫଳଶୃତିରେ ଏହି ଦଳଟି ଭାରତର ସ୍ୱାଧିନତା ସଂଗ୍ରାମରେ ସଠିକ୍‍ ଲାଇନ୍‍ ଅନୁସରଣ କରିପାରିଲା ନାହିଁ । କିମ୍ବା ସଠିକ୍‍ ଶ୍ରେଣୀ ଦୃଷ୍ଟିଭଙ୍ଗୀର ଆଧାରରେ ଶ୍ରମିକଶ୍ରେଣୀର ଆନ୍ଦୋଳନ ଗଢିତୋଳି ପାରିଲାନାହିଁ, ଥରକୁ ଥର ବାମ ଓ ଦକ୍ଷିଣପନ୍ଥ୍ରୀ ବିଚ୍ୟୁତିର ଶୀକାର ହେଲା । ମାର୍କ୍ସବାଦୀ-ଲେନିନ୍‍ବାଦୀ ବିଜ୍ଞାନର ଆଲୋକରେ ଏବଂ ଦ୍ୱନ୍ଦ୍ୱମୂଳକ ବସ୍ତୁବାଦୀ ବିଶ୍ଳେଷଣ ପଦ୍ଧତି ଅନୁସରଣ କରି ସିଦ୍ଧାନ୍ତ ହୋଇଥିଲା ଯେ ଏହି ପାର୍ଟି ଗଣତାନ୍ତ୍ରିକ କେନ୍ଦ୍ରୀକରଣ ଓ ଯୌଥ ନେତୃତ୍ୱର ଭିତ୍ତିରେ ଗଢିଉଠିଥିବା ଏକ କମୁୁ୍ୟନିଷ୍ଟ ପାର୍ଟି ନୁହେଁ ଏବଂ ଏହି ପାର୍ଟିର ଅଣମାର୍କ୍ସବାଦୀ କାର୍ଯ୍ୟକଳାପର ଅବଶ୍ୟମ୍ଭାବୀ ପରିଣତିରେ ଏହା ନିଃସନ୍ଦେହରେ ଏକ ଅଣଶ୍ରମିକଶ୍ରେଣୀ, ପେଟିବୁର୍ଜୁଆ, ସୋସାଲ ଡେମୋକ୍ରାଟିକ୍‍ ପାର୍ଟି । ଏହି ଉପଲବ୍ଧରୁ ହିଁ କମ୍ରେଡ୍‍ ଶିବଦାସ ଘୋଷ କମ୍ୟୁନିଷ୍ଟ ପାର୍ଟି ଗଠନର ସମସ୍ତ ଜରୁରୀ ପ୍ରାକ୍‍ ସର୍ତ୍ତଗୁଡିକୁ ପୁରଣ କରିବା ପାଇଁ ମାର୍କ୍ସବାଦୀ ବିଚାର ପଦ୍ଧତିକୁ କଡାକଡିଭାବରେ ଅନୁସରଣ କଲେ ଏବଂ ସ୍ୱାଧିନତା ଆନ୍ଦୋଳନର ଆପୋଷହୀନ ଧାରାର ମୁଷ୍ଟିମେୟ ବିପ୍ଳବୀ ସହଯୋଦ୍ଧାକୁ ସାଙ୍ଗରେ ନେଇ ଏସ୍‍.ୟୁୁ.ସି.ଆଇ(ସି)କୁୁ ଭାରତବର୍ଷର ଏକମାତ୍ର ପାର୍ଟି ଭାବରେ ଗଢିତୋଳିବାର ସଂଗ୍ରାମରେ ଲିପ୍ତହେଲେ । ଏସ୍‍.ୟୁ.ସି.ଆଇ(ସି)କୁ ଏକ ପ୍ରକୃତ କମ୍ୟୁନିଷ୍ଟ ପାର୍ଟିଭାବରେ ଗଢିତୋଳିବାର ଐତିହାସିକ ଲକ୍ଷ୍ୟକୁ ସାକାର କରିବା ପାଇଁ ସେମାନେ ସମସ୍ତେ ପାର୍ଟିର ଆଦର୍ଶଗତ କେନ୍ଦ୍ରୀକତାର ଭିତ୍ତି ସ୍ଥାପନ କରିବା ପାଇଁ ଜୀବନର ସମସ୍ତ ଦିଗ, ଚିନ୍ତାଚେତନା ଓ ସଂଗଠନ ତଥା ବ୍ୟକ୍ତିଗତ ଜୀବନକୁ ପରିବ୍ୟାପ୍ତ କରି ଏକ ସାମଗ୍ରିକ ସଂଗ୍ରାମ ପରିଚାଳନା କରିଥିଲେ । ଏହି ଆଦର୍ଶଗତ କେନ୍ଦ୍ରୀକତାର ଅର୍ଥ ହେଉଛି ପାର୍ଟି ମଧ୍ୟରେ ଗୋଟିଏ ଧରଣର ଚିନ୍ତା ପଦ୍ଧତି (one process of thinking) ଚିନ୍ତାର ଐକ୍ୟ (Uniformity of thinking), ଏକସମ ଦୃଷ୍ଟିଭଙ୍ଗୀ (Oneness in approach) ଏବଂ ଏକ ଉଦ୍ଦେଶ୍ୟବୋଧ (Singleness of purpose) ଗଢିତୋଳିବା । ଏହାକୁ ସାକାର କରିବା ପାଇଁ ଷ୍ଟଡିକ୍ଲାସ୍‍, ଷ୍ଟଡି୍‍ ସର୍କଲ, ରାଜନୈତିକ ଶିକ୍ଷା ଶିବିର ପରିଚାଳନା ସହିତ ଦଳର ନେତା ଓ କର୍ମୀମାନେ ଏକତ୍ର କମ୍ୟୁନ୍‍ରେ ବାସ କରିବା ଫଳରେ ନେତା ଓ କର୍ମୀମାନଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା ଏବଂ କନଷ୍ଟାଣ୍ଟ କମନ୍ ଡିସ୍‌କସନ, କନଷ୍ଟାଣ୍ଟ କମନ ଆସୋସିଏସନ ଓ କନଷ୍ଟାଣ୍ଟ କମନ ଆକ୍ଟିଭିଟି ମଧ୍ୟ ଦେଇ ଦଳକୁ ଏକ ଜୀବନ୍ତ ଶରୀର (Monolythic) ସଦୃଶ ଗଢିତୋଳିବାର ଭିତ୍ତିଭୂମି ପ୍ରତିଷ୍ଠା କରିଯାଇଛନ୍ତି । ଉପରୋକ୍ତ ପ୍ରକ୍ରିୟା ପାର୍ଟିର ଯୌଥ ଜ୍ଞାନର ବିକାଶ କ୍ଷେତ୍ରରେ ସହାୟକ ହେଲା ଯାହାଫଳରେ ଦଳ ମଧ୍ୟରେ ଯୌଥ ନେତୃତ୍ୱର ଜନ୍ମ ନେଇଛି । କୌଣସି ଏକ ବିଶେଷ ଦେଶରେ ମାର୍କ୍ସବାଦ-ଲେନିନ୍‍ବାଦର ବିଶେଷ ଏବଂ-ସୃଜନଶୀଳ ପ୍ରକ୍ରିୟାରେ ଏହି ଯୌଥ ନେତୃତ୍ୱ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ବିଶେଷୀକୃତ ଓ ବ୍ୟକ୍ତିକୃତ ରୂପରେ ଗଢି ନ ଉଠିଲେ ଏକ ଯଥାର୍ଥ କମ୍ୟୁନିଷ୍ଟ ପାର୍ଟି ଗଢି ଉଠିବା ସମ୍ଭବ ନୁହେଁ । ଏହି ଲେନିନୀୟ ଶିକ୍ଷାର ଆଧାରରେ ଏସ୍‍.ୟୁ.ସି.ଆଇ(ସି) ମଧ୍ୟରେ କମ୍ରେଡ୍‍ ଶିବଦାସ ଘୋଷଙ୍କ ମଧ୍ୟରେ ଯୌଥ ନେତୃତ୍ୱର ବ୍ୟକ୍ତିକୃତ ପରିପ୍ରକାଶ ଘଟିଛି ଏବଂ ସେ ପାର୍ଟିର ଶିକ୍ଷକ ଓ ପଥ ପ୍ରଦର୍ଶକରୂପରେ ଅତ୍ମପ୍ରକାଶ କରିଛନ୍ତି । କମ୍ୟୁନିଷ୍ଟ ପାର୍ଟିର ମୌଳିକ ଆବଶ୍ୟକତା ପୂରଣ ପାଇଁ ଏହି ଦଳର ସଂଗ୍ରାମ ଫଳରେ ସମ୍ପୂର୍ଣ୍ଣଭାବରେ ପାର୍ଟି ପରିଚାଳନାରେ ପାର୍ଟି disposalରେ ରହିଥିବା ଏବଂ ଶ୍ରମିକଶ୍ରେଣୀ, ବିପ୍ଳବ ଓ ପାର୍ଟି ସହିତ ଅତ୍ୟନ୍ତ ଆନନ୍ଦର ସହିତ ଏବଂ ନିଃସର୍ତ୍ତରେ ଏକାତ୍ମ ହେବାର ସଂଗ୍ରାମରେ ଲିପ୍ତ ଦଳେ ପେଶାଦାର ବିପ୍ଳବୀ (Professional revolutionary) ସୃଷ୍ଟି ହୋଇଥିଲେ । ବର୍ଷ ବର୍ଷ ଧରି ଏକ ନିରବଚ୍ଛିନ୍ନ ଆଦର୍ଶଗତ, ଦାର୍ଶନିକ, ରାଜନୈତିକ ଓ ସାଂସ୍କୃତିକ ସଂଗ୍ରାମ ପରିଚାଳନାର ଧାରାବାହିକତାରେ ୧୯୪୮ ମସିହା ଏପ୍ରିଲ ୨୪ ତାରିଖରେ ଏହାର ପ୍ରତିଷ୍ଠା କନ୍‍ଭେନ୍‍ସନ୍‍ ଜରିଆରେ ଏସ୍‍.ୟୁ.ସି.ଆଇ(ସି) ଦଳ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା । କମ୍ରେଡ୍‍ ଶିବଦାସ ଘୋଷ, କଠିନ ସଂଗ୍ରାମ ପରିଚାଳନା ଜରିଆରେ ଏବଂ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସମସ୍ତ ଧରଣର ବୁର୍ଜୁଆ, ପେଟିବୁର୍ଜୁଆ, ସୋସାଲ ଡେମୋକ୍ରାଟିକ୍‍ ଏବଂ ଆଧୁନିକ ସଂଶୋଧନବାଦୀ ଆଦର୍ଶ ବିରୁଦ୍ଧରେ କୃତସଂକଳ୍ପ ସଂଗ୍ରାମ ପରିଚାଳନା କରିବା ସଙ୍ଗେ ସଙ୍ଗେ କୁତ୍ସିତ ବୁର୍ଜୁଆ ବ୍ୟକ୍ତିବାଦର ଘୃଣ୍ୟ ପ୍ରଭାବ ବିରୁଦ୍ଧରେ ଲଢେଇ କରି ଦଳର ନେତା ଓ କର୍ମୀମାନଙ୍କର ସର୍ବହରା ନୀତି ନୈତିକତା ଓ ସାଂସ୍କୃତିକ ମାନକୁ ଉଚ୍ଚସ୍ତରକୁ ଉନ୍ନୀତ କରିବା ପାଇଁ ପାର୍ଟି ଅଭ୍ୟନ୍ତରରେ ଅକ୍ଳାନ୍ତ ସଂଗ୍ରାମ ପରିଚାଳନା କରିଥିଲେ । ଏହିଭଳି ଆଦର୍ଶଗତ, ରାଜନୈତିକ ଓ ସାଂସ୍କୃତିକଭାବରେ ଇସ୍ପାତ ସମ ଦୃଢ ଓ ମାନସିକଭାବେ ପ୍ରସ୍ତୁତ (steeled & tempered) ଏସ୍‍.ୟୁୁ.ସି.ଆଇ(ସି) ପାର୍ଟି ଦେଶର ଅଭ୍ୟନ୍ତରରେ ଏବଂ ବାହାରେ ସମସ୍ତ ପୁଞ୍ଜିବାଦୀ, ସାମ୍ରାଜ୍ୟବାଦୀ ଓ ଫାସିବାଦୀ ଶକ୍ତିମାନଙ୍କ ବିରୁଦ୍ଧରେ ଜନସ୍ୱାର୍ଥକୁ ଉର୍ଦ୍ଧେ୍ୱାତ୍ତୋଳିତ କରିବା ପାଇଁ ସଂଗ୍ରାମରେ ଲିପ୍ତ ରହିଛି । ଏହିଭଳିଭାବରେ ୧୯୪୮ ମସିହାରେ ମୁଷ୍ଟିମେୟ ବିପ୍ଳବୀମାନଙ୍କୁ ନେଇ ଗଠିତ ଏହି ଦଳ ଆଜି ସମଗ୍ର ଦେଶରେ ବିସ୍ତାରଲାଭ କରିଛି ଏବଂ ଏହାର ଶ୍ରମିକ, କୃଷକ, ଛାତ୍ର, ଯୁବକ ଓ ମହିଳା ଶାଖାମାନଙ୍କ ଜରିଆରେ ଜନସାଧାରଣଙ୍କର ବିଭିନ୍ନ ଅଂଶକୁ ସଂଗଠିତ କରୁଛି । ସମସ୍ତ ବିପ୍ଳବୀ ଦଳ ଭଳି ଏସ୍‍.ୟୁ.ସି.ଆଇ(ସି) ଦଳର ଅସଂଖ୍ୟ ନେତା ଓ କର୍ମୀ ରାଷ୍ଟ୍ରର ସନ୍ତ୍ରାସ, ନିଷ୍ଠୁର ଦମନ, ଜେଲଦଣ୍ଡ ଓ ହତ୍ୟାର ଶୀକାର ହେଉଛନ୍ତି । କମ୍ରେଡ୍‍ ଷ୍ଟାଲିନ୍‍ଙ୍କ ଉପରେ କୃଶ୍ଚେଭପନ୍ଥୀ ଆଧୁନିକ ସଂଶୋଧନବାଦୀମାନଙ୍କର ଆକ୍ରମଣ ହେଉ, କମ୍ୟୁନିଷ୍ଟ ଆନ୍ଦୋଳନର ଐକ୍ୟକୁ ସଂଶୋଧନବାଦୀମାନଙ୍କ ଦ୍ୱାରା ବିଘ୍ନିତ କରିବା ହେଉ, ଚୀନ୍‍ର ମହାନ୍‍ ସାଂସ୍କୃତିକ ବିପ୍ଳବ ହେଉ ବା ସେହି ଧରଣର ଅନ୍ୟ କିଛି ହେଉ- କମ୍ରେଡ୍‍ ଶିବଦାସ ଘୋଷଙ୍କ ନେତୃତ୍ୱରେ ପରିଚାଳିତ ଏସ୍‍.ୟୁ.ସି.ଆଇ(ସି) ବିଶ୍ୱ ସାମ୍ୟବାଦୀ ଅନ୍ଦୋଳନ ସମ୍ମୁଖରେ ଦେଖାଦେଇଥିବା ପ୍ରତ୍ୟେକ ସମସ୍ୟାରେ ସଦାସର୍ବଦା ସର୍ବହରା ଆନ୍ତର୍ଜାତିକତାବାଦର ପତାକାକୁ ଉର୍ଦ୍ଧେ୍ୱାତ୍ତୋଳିତ କରିଛି । ସମାଜବାଦ, କମ୍ୟୁନିଜମ୍‍ ଓ ଶ୍ରମିକଶ୍ରେଣୀର ଆନ୍ତର୍ଜାତୀୟ ସଂହତିକୁ ସୁରକ୍ଷିତ କରିବା ସଙ୍ଗେ ସଙ୍ଗେ ଆତ୍ମସମାଲୋଚନାର ଦୃଷ୍ଟିଭଙ୍ଗୀରେ ଏହାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କମ୍ରେଡ୍‍ ଶିବଦାସ ଘୋଷ କମ୍ୟୁନିଷ୍ଟ ଆନ୍ଦୋଳନ ମଧ୍ୟରେ ରହିଥିବା ଦୁର୍ବଳତାକୁ ଦର୍ଶାଇ ଦେଇଛନ୍ତି । କମ୍ରେଡ୍‍ ଶିବଦାସ ଘୋଷଙ୍କ ନେତୃତ୍ୱରେ ସୁଦୂର ୧୯୪୮ ମସିହାରେ ଏସ୍‍.ୟୁ.ସି.ଆଇ(ସି) ଯଥାଯଥ ବିଶ୍ଳେଷଣ ଓ ଉପଯୁକ୍ତ ସମ୍ମାନର ସହିତ ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନର ବହୁବିଧ ସଫଳତା, ଲକ୍ଷ୍ୟ ପୂରଣ ଏବଂ ଗୌରବୋଜ୍ୱଳ ଆତ୍ମବଳିଦାନକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ଦର୍ଶାଇଥିଲା ଯେ “ବିଶ୍ୱ କମ୍ୟୁନିଷ୍ଟ ଶିବିରର ନେତୃତ୍ୱ ବହୁଦୂର ପର୍ଯ୍ୟନ୍ତ ଯାନ୍ତ୍ରିକ ଚିନ୍ତା ପ୍ରକ୍ରିୟା ଦ୍ୱାରା ପ୍ରଭାବିତ” । ମାର୍କ୍ସ, ଏଙ୍ଗେଲ୍ସ, ଲେନିନ୍‍, ଷ୍ଟାଲିନ୍‍ ଓ ମାଓ-ସେ-ତୁଙ୍ଗଙ୍କ ଉତ୍ତରସାଧକ ଭାବରେ କମ୍ରେଡ୍‍ ଶିବଦାସ ଘୋଷ ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନରେ ଅଭିବୃଦ୍ଧି ଏବଂ ବିକାଶ କ୍ଷେତ୍ରରେ ବିପୁଳ ଅବଦାନ ରଖିଯାଇଛନ୍ତି । ନୂଆକରି ଦେଖାଦେଇଥିବା ଆଧୁନିକ ସଂଶୋଧନବାଦର ସମସ୍ୟା, ଏହାର ମୂଳ କାରଣ ନିର୍ଦ୍ଧାରଣ- କାହିଁକି ଏହି ସମସ୍ୟାକୁ ପରାସ୍ତ କରିବା ଏବଂ ନିର୍ମୂଳ କରିବା ପାଇଁ ନିଷ୍ପତ୍ତିମୂଳକ ରାସ୍ତା ପ୍ରଦର୍ଶନ କରିବା ସହିତ ଏହାର ଅନିଷ୍ଟକାରୀ ପ୍ରଭାବରୁ ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନକୁ ମୁକ୍ତ କରିବାର ପଥ ପ୍ରଦର୍ଶନ କରିଥିôଲା । ଏସବୁ ସହିତ ଆଧୁନିକ ବିଜ୍ଞାନର ନୂତନ ଆବିଷ୍କାରଗୁଡ଼ିକର ସଠିକ୍‍ ବ୍ୟାଖ୍ୟା ଓ ବିଶ୍ଳେଷଣ ଭିତ୍ତିିରେ ଦ୍ୱନ୍ଦ୍ୱମୂଳକ ବସ୍ତୁବାଦ ସମ୍ପର୍କିତ ବୁଝାମଣାକୁ ଆହୁରି ଉଚ୍ଚସ୍ତରକୁ ଉନ୍ନୀତ କରିବା କ୍ଷେତ୍ରରେ ତାଙ୍କର ମହାର୍ଘ୍ୟ ଅବଦାନକୁ ମାର୍କ୍ସବାଦ-ଲେନିନ୍‍ବାଦର ଉତ୍ତୋରୋତ୍ତର ସମୃଦ୍ଧିକରଣ ବୋଲି ସମଗ୍ର ବିଶ୍ୱର କମ୍ୟୁନିଷ୍ଟମାନେ ଅଧିକରୁ ଅଧିକ ସ୍ୱୀକାର କରୁଛନ୍ତି । ତାଙ୍କ ମୃତ୍ୟୁ ପରେ ତାଙ୍କର ବିପ୍ଳବୀ ଚିନ୍ତାରେ ଉଦ୍‍ବୁଦ୍ଧ ଏହି ପାର୍ଟି ବିଶ୍ୱବିପ୍ଳବ ଏବଂ ଆନ୍ତର୍ଜାତୀୟ କମ୍ୟୁନିଷ୍ଟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ନିରବଚ୍ଛିନ୍ନଭାବରେ ଉଦ୍ୟମ କରିଚାଲିଛି । ଗୋର୍ବାଚୋଭଙ୍କର ତଥାକଥିତ “ଗ୍ଲାସ୍‍ନଷ୍ଟ ଓ ପେରେଷ୍ଟ୍ରୋଇକା”କୁ ସଠିକ୍‍ଭାବରେ ବିଶ୍ଳେଷଣ କରି ପାର୍ଟି ପ୍ରଥମରୁ ହିଁ ଏହା ମଧ୍ୟରେ ଲୁଚି ରହିଥିବା ଷଡଯନ୍ତ୍ରର ପରିଚାଳନାକୁ ବୁଝିପାରି ଏହା ପ୍ରତିବିପ୍ଳବର ନୀଳନକ୍ସା ବୋଲି ଉପସଂହାରରେ ପହଞ୍ôଚଥିଲା ଏବଂ ଏହି ଆସନ୍ନ ବିପଦ ସମ୍ପର୍କରେ ସୋଭିଏତ୍‍ ୟୁନିୟନ୍‍ ତଥା ସମଗ୍ର ବିଶ୍ୱର ଜନସାଧାରଣଙ୍କୁ ସାବଧାନ କରିଦେଇଥିଲା । ସୋଭିଏତ୍‍ ୟୁନିୟନ୍‍ ଏବଂ ପୂର୍ବ ୟୁରୋପୀୟ ଦେଶମାନଙ୍କରେ ପ୍ରତିବିପ୍ଳବ ସଂଗଠିତ ହେବା ପରେ କମ୍ୟୁନିଷ୍ଟ ଆଦର୍ଶ ଓ ମାର୍କ୍ସବାଦ-ଲେନିନ୍‍ବାଦକୁ ସୁରକ୍ଷିତ କରିବା ପାଇଁ ପାର୍ଟି ଏହାର ଆଦର୍ଶଗତ ଦାର୍ଶନିକ ସଂଗ୍ରାମକୁ ଆହୁରି ବ୍ୟାପକ କରିଛି ଏବଂ ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନକୁ ପୁଣି ଥରେ ସଂହତ ଏବଂ ପୁନଃଉଜ୍ଜୀବିତ କରିବା ପାଇଁ ଶକ୍ତିଶାଳୀ ଉଦ୍ୟମ ଗ୍ରହଣ କରିଛି । ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରକୃତ କମ୍ୟୁନିଷ୍ଟମାନଙ୍କୁ ଆନ୍ଦୋଳନର ମୁଖ୍ୟ ଚାଳିକାଶକ୍ତି ଭାବରେ ଅନ୍ଦୋଳନର କେନ୍ଦ୍ରସ୍ଥଳରେ ସ୍ଥାନିତ କରି ସମଗ୍ର ବିଶ୍ୱରେ ଶକ୍ତିଶାଳୀ, ଲଢୁଆ ସାମ୍ରାଜ୍ୟବାଦ ବିରୋଧି ଆନ୍ଦୋଳନ ଗଢିତୋଳିବାର ଦାୟିତ୍ୱବହନ କରିଛି । ପାର୍ଟିର ନେତା ଓ କର୍ମୀମାନଙ୍କର ଶେଷ ରକ୍ତବିନ୍ଦୁ ବିନିମୟରେ ସମାଜବାଦୀ ବିପ୍ଳବ ଓ ସର୍ବହରା ଆନ୍ତର୍ଜାତୀକତାବାଦର ପତାକାକୁ ଉଦ୍ଧେ୍ୱାତ୍ତୋଳିତ କରିବା ପାଇଁ ଏସ୍‍.ୟୁ.ସି.ଆଇ(ସି) ପାର୍ଟି ପ୍ରତିଜ୍ଞାବଦ୍ଧ ।