ଢ଼ିଙ୍କିଆ ଆନ୍ଦୋଳନକାରୀ ମାନଙ୍କ ସହ ଏସ ୟୁ ସି ଆଇ (କମ୍ୟୁନିଷ୍ଟ)

SarbaharaKranti News Dt 22.01.2022 – ଢିଙ୍କିଆରେ ପୋଲିସ ଓ ଜିନ୍ଦଲ କମ୍ପାନୀର ଗୁଣ୍ଡାଙ୍କ ଆତଙ୍କରାଜ  ବିରୁଦ୍ଧରେ ସଂଗ୍ରାମରତ ଲଢୁଆ ଜନଗଣଙ୍କ ପ୍ରତି ସଂହତି ଜ୍ଞାପନ କରି ଆଜି ଏସୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ଼ ବିଷ୍ଣୁ ଦାସଙ୍କ ନେତୃତ୍ୱରେ ଅନ୍ୟତମ ସମ୍ପାଦକ ମଣ୍ଡଳୀ ସଦସ୍ୟ ରଘୁନାଥ ଦାସ, ସ୍ୱୟଂପ୍ରଭା ନାୟକ, ଜଗତସିଂହପୁର ସାଙ୍ଗଠନିକ ସମ୍ପାଦକ ସୁବାସ ସ୍ୱାଇଁ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଢ଼ିଙ୍କିଆ ଠାରେ ଆନ୍ଦୋଳନରତ ଜନଗଣଙ୍କ ସହ ସାମିଲ ହୋଇଛନ୍ତି ଓ ସେଠାରେ ଶୋଭାଯାତ୍ରା ଓ ସଭା କରାଯାଇଛି ।ଏଠାରେ ସୂଚନାଯୋଗ୍ୟ ଢିଙ୍କିଆରେ ପୋଲିସ ଆତଙ୍କରାଜ ତୁରନ୍ତ ବନ୍ଦ କରିବା,ଅଂଚଳରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବା,ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା ସହ ସେମାନଙ୍କ ଉପରେ ରୁଜୁ ହୋଇଥିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିବା,ଅମାନୁଷିକ ଭାବେ ଲାଠିଚାର୍ଜ କରିଥିବା ଦୋଷୀ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସେଠାରେ ତୁରନ୍ତ କାରଖାନା ପ୍ରତିଷ୍ଠା ଉଦ୍ୟମ ବନ୍ଦ କରିବା ଦାବିରେ ଜାନୁଆରୀ ୧୫ ରେ ସାରା ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ କରାଯାଇଛି,ରାଜ୍ୟ ସମ୍ପାଦକ କମ୍ରେଡ଼ ଶଙ୍କର ଦାସଗୁପ୍ତ ଙ୍କ ନେତୃତ୍ୱ ରେ ମାନ୍ୟବର ରାଜ୍ୟପାଳ ଙ୍କୁ ଭେଟି ଜାନୁଆରୀ ୧୮ ତାରିଖ ଦିନ ସ୍ମାରକପତ୍ର ପ୍ରଦାନ କରାଯାଇଛି ୨୦ ଜାନୁଆରୀ ରେ ଦଳର ସମସ୍ତ ଗଣସଂଗଠନ ପକ୍ଷରୁ ଢ଼ିଙ୍କିଆ ସଂହତି ଦିବସ ପାଳନ କରାଯାଇଛି। ଢ଼ିଙ୍କିଆରେ ଚାଲିଥିବା ଲଢ଼ୁଆ ସଂଗ୍ରାମ ସହ ଏସୟୁସିଆଇ(ସି)ର କର୍ମୀମାନେ ରହିଛନ୍ତି।

Read more