ଅଲ ଇଣ୍ଡିଆ କିଷାନ କ୍ଷେତ ମଜ଼ଦୂର ସଂଗଠନ ପକ୍ଷରୁ ଧାରଣା ମଞ୍ଚ।

୧୪-୧୨-୨୦୨୦ କେନ୍ଦୁଝର, ପ୍ରବଳ ଶୀତ ଲହରୀ ମଧ୍ୟରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳି ଗ୍ରାମପଞ୍ଚାୟତ ନିକଟରେ କୃଷକମାନଙ୍କର ଏକ ଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ଧାରଣା ମଞ୍ଚରେ ଗ୍ରାମର ଶତାଧିକ ଚାଷୀ ଯୋଗ ଦେଇଥିଲେ। ଏହି ଧାରଣା ମଞ୍ଚରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନର ସର୍ବଭାରତୀୟ ସଭ୍ୟ କମ୍ରେଡ଼ ପ୍ରକାଶ ମଲ୍ଲିକ ଯୋଗ ଦେଇ କେନ୍ଦ୍ରରେ ବିଜେପି ପରିଚାଳିତ NDA ସରକାର ତିନୋଟି କୃଷକ ବିରୋଧୀ କଳା ଆଇନ ପାର୍ଲ୍ୟାମେଣ୍ଟ ରେ ଗୃହୀତ କରିଛନ୍ତି। ଏହି ଆଇନ କାର୍ଯ୍ୟକାରୀ ହେଲେ ଚାଷୀମାନେ ବଡ଼ ବଡ଼ କମ୍ପାନୀମାନଙ୍କର ଦାସରେ ପରିଣତ ହେବେ। ୧୯୯୦ ମସିହାରେ କେନ୍ଦ୍ରରେ ପ୍ରତିଷ୍ଠିତ କଂଗ୍ରେସ ସରକାର ଜଗତିକରଣ, ଉଦାରିକରଣ ଓ ଘରୋଇକରଣ ନୀତି ଗୃହୀତ କରିବା ଫଳରେ ଚାଷରେ ବ୍ୟବହୃତ ସାର, ବିହନ, କୀଟନାଶକ ଓ କୃଷି ଯନ୍ତ୍ରପାତି ଉପରୁ ସବ୍ସିଡ଼ କାଟ କରିବା ଫଳରେ ତାହାର ବହୁଗୁଣ ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ତିନୋଟି କୃଷି ଆଇନ ଲାଗୁହେଲେ ଚାଷୀ ତାହାର ଫସଲର ଅଭାବୀ ବିକ୍ରି ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବ। ଅତ୍ୟାବଶକ ଦ୍ରବ୍ୟ ସଂଶୋଧନ ଆଇନ ପ୍ରତ୍ୟାହାର, ପ୍ରାଇଭେଟ ମଣ୍ଡି ଓ ଚୁକ୍ତିଚାଷ ଆଇନ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ସମ୍ପାଦକ କମ୍ରେଡ଼ ବେଣୁଧର ସର୍ଦ୍ଦାର ଓ ଜିଲ୍ଲା ସଭାପତି ଘନଶ୍ୟାମ ମହାନ୍ତ ଓ ପାଟଣା ବ୍ଲକ ସଭାପତି ଛତିଶ ମହାନ୍ତ ସରକାରଙ୍କର ଚାଷୀମାରଣ ନୀତିକୁ ସମାଲୋଚନା କରିଥିଲେ।
ସମ୍ବାଦ ଦାତା ବେଣୁଧର ସର୍ଦ୍ଦାର।

Leave a Reply

Your email address will not be published. Required fields are marked *