ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ।

Sarbaharakranti News – କଟକ ତା ୧୫.୦୭.୨୦୨୧ – ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟ-ପ୍ରୟୋଜନୀୟ ୍‌ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆଜି ସାରା ଓଡିଶା ପ୍ରତିବାଦ ଦିବସ ଅନୁଷ୍ଠିତ ଯାଇଛି । ଏହାର ଏକ ଅଂଶ ଭାବେ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ଏବଂ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଂପାଦକ ବିଶ୍ୱାବସୁ ଦାସ, ଜିଲ୍ଲା କମିଟି ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସସ୍ମିତା ମହାନ୍ତି, ସିଦ୍ଧାର୍ଥ ରଥ, ଦିପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ, ସଂଗଠିକା ଶୋଭାରାଣୀ ଦେହୁରୀ, ଇଶା ଧର, ସିପ୍ରା ମହାନ୍ତି, ପାଭେଲ ପ୍ରିୟଦର୍ଶନ, ପ୍ରତାପ ମିଶ୍ର, ସ୍ୱାଧିନୀ ବେହେରା, ଶିବାନୀ ସାହୁ, ଜ୍ୟୋସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ସରୋଜ ମାନସିଂ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ହୋଇଥିଲା ।
ଏଠାରେ ସୁଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁ ବର୍ତ୍ତମାନ ଦେଶ ହାହାକାରମୟ ପରିସ୍ଥିତି ଦେଇ ଗତି କରୁଛି । କୋଟି କୋଟି ଲୋକଙ୍କର କର୍ମ ସଂସ୍ଥାନ ଯାଇଛି, କୋଟି କୋଟି ଲୋକ ଅନାହାର ଅର୍ଦ୍ଧାହାରରେ କାଳାତିପାତ କରୁଛନ୍ତି ଓ ମଧ୍ୟବିତ୍ତ ଶ୍ରେଣୀର ଆର୍ôଥକ ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲି ଯାଇଛି । ଏହି ସମୟରେ ଆକାଶଛୁଆଁ ମୂଲ୍ୟ ବୃଦ୍ଧି ବେଡି ଉପରେ କୋରଡା ମାଡ ସଦୃଶ୍ୟ, ଅତ୍ୟନ୍ତ ବେଦନାଦାୟକ ଓ ଏହା ସରକାରଙ୍କ ଜନବିରୋଧି ଆଭିମୁଖ୍ୟକୁ ପ୍ରଦର୍ଶିତ କରୁଛି । ପ୍ରତିଦିନ ପେଟ୍ରୋଲ, ଡିଜେଲ୍‌ର ମୂଲ୍ୟ ବୃଦ୍ଧି ଘଟୁଛି । ଗତ ଦୁଇ ମାସ ମଧ୍ୟରେ ପେଟ୍ରୋଲର ୩୮ ଥର ଓ ଡିଜେଲର ୩୬ ଥର ମୂଲ୍ୟ ବୃଦ୍ଧି ଘଟିଛି । ତେଲ ଦର ବଢି ବଢି ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ଆମ ରାଜ୍ୟରେ ୧୦୧ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ୯୮ ଟଙ୍କା ଓ ରନ୍ଧନ ଗ୍ୟାସର ମୂଲ୍ୟ ୯୦୦ ଟଙ୍କାରେ ପହଂଚିଛି । ଏହି ମୂଲ୍ୟ ବୃଦ୍ଧି ସଂପର୍କରେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମିଥ୍ୟା ସଫେଇ ଦେଉଛନ୍ତି । ଅନ୍ୟ ଦିଗରେ ତେଲ ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ଜନ ଜୀବନକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି । ସାରା ଦେଶର ଜନଗଣଙ୍କ ସଙ୍ଗଠିତ ଓ ଶକ୍ତିଶାଳୀ ଗଣ ଆନ୍ଦୋଳନ ହିଁ କର୍ପୋରେଟ ସ୍ୱାର୍ଥରକ୍ଷାକାରୀ ଏଭଳି ଚରମ ଜନବିରୋଧି ମୂଲ୍ୟ ବୃଦ୍ଧିକୁ ପ୍ରତିହତ କରିପାରିବ ବୋଲି ଏସୟୁସିଆଇ(ସି) ପକ୍ଷରୁ କୁହାଯାଇଛି ଏବଂ ସରକାର ଏହି ଦରଦାମ୍ ହ୍ରାସ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ଶକ୍ତିଶାଳୀ ଗଣ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *