ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୁଲ୍ୟବୃଦ୍ଧି ବିରୋଧରେ ପ୍ରତିବାଦ ବିକ୍ଷୋଭ ଓ ପ୍ରଧାନମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ
Sarbaharakranti News – ଭୁବନେଶ୍ୱର ତା ୧୫.୦୭.୨୦୨୧ – ଦିନ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୁଲ୍ୟବୃଦ୍ଧି ବିରୋଧରେ ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଏକ ସାରା ଓଡିଶା ପ୍ରତିବାଦ ଦିବସ ପାଳନ ଉପଲକ୍ଷେ ଭୁବନେଶ୍ୱର କଳ୍ପନା ଛକ ଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହ କୁଶପୁତ୍ତଳିକା ଦାହ କରାଯାଇଛି । ଆଜି ଦେଶରେ ପେଟ୍ରୋଲ ର ଲିଟର ପିଛା ମୂଲ୍ୟ ଲଗାତାର ବୃଦ୍ଧି ପାଇ ପାଇ ୭୫ଟଙ୍କା ରୁ ୧୦୦ଟଙ୍କାରେ ପହଞ୍ôଚ ଯାଇଛି । ଡିଜେଲର ମୂଲ୍ୟ ତା ପାଖାପାଖି । ରନ୍ଧନ ଗ୍ୟସର ମୂଲ୍ୟ ସେହିପରି । ଖାଇବା ତେଲର ମୂଲ୍ୟ ଗତ ଚାରିମାସରେ ବୃଦ୍ଧି ପାଇ ପାଇ ୭୦-୮୦ଟଙ୍କାରୁ ୨୦୦ଟଙ୍କାରେ ପହଞ୍ôଚଛି । ଏହାର ପ୍ରଭାବରେ ସମସ୍ତ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ଅକାଶଛୁଆଁ ମୁଲ୍ୟବୃଦ୍ଧି ହୋଇଚାଲିଛି । ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଛି ଦେଶରେ ରୋଗ ବ୍ୟାଧି, ଦାରିଦ୍ର୍ୟ ଓ ବେକାରୀ । ସେଥିପାଇଁ ନୂଆ ନୂଆ ଯୋଜନା ହାତକୁ ନିଆ ଯାଉଛିି । ତେଣୁ ଅର୍ଥ କେଉଁଠୁ ଆସିବ? ପୂର୍ବରୁ ଆର୍ନ୍ତଜାତିକ ବଜାରରେ ଅଶୌଧିତ ତୈଳର ମୁଲ୍ୟ ବଢିଗଲା ବୋଲି କାରଣ ଦର୍ଶାଉଥିଲେ । କିନ୍ତୁ ଅଜିର ଇନ୍ଫରମେସନ୍ ଟେକ୍ନୋଲୋଜିର ଯୁଗରେ ସେ ପୁରୁଣା କାଳିଆ ଯୁକ୍ତି ଆଉ ଚଳୁନାହିଁ । ସେଥିପାଇଁ ଏହି ତୈଳ ଦର ବୃଦ୍ଧିର କାରଣ ହିସାବରେ ସେହି ପୂରୁଣା ଯୁକ୍ତି ନବାଢି କେତେ ବେଳେ ବାତ୍ୟା, କେତେ ବେଳେ ବନ୍ୟା, କେତେ ବେଳେ ମହାମାରୀ ଓ କେତେ ବେଳେ ପ୍ରଧାନ କାରଣଭାବେ ବିକାଶର ଦ୍ୱାହି ଦେଉଛନ୍ତି ସରକାର । କରୋନା ଟିକା ପାଇଁ ୩୫ହଜାର କୋଟି ଟଙ୍କା ଖର୍ଛ ହେଉଛି, ଗରୀବ ଲୋକମାନଙ୍କୁ ମାଗଣା ରେ ଚାଉଳ ଗହାମ ଯୋଗାଇ ଦେବାକୁ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଲା, କୋଟି କେଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରେରଣ କରା ଗଲା ଇତ୍ୟାଦି । ସେହି ଟଙ୍କର ଭରଣା କରିବାକୁ ତେଲ ଦର ବୃଦ୍ଧି କରାଯାଉଛି । ଆମେ ଜାଣୁ ଦେଶରେ ଆଦାୟ ହେଉଥିବା ରାଜସ୍ୱ ଓ ଅନ୍ୟାନ୍ୟ ସମ୍ବଳକୁ ଭିତ୍ତିକରି ବଜେଟ ପ୍ରସ୍ତୁତ ହୁଏ । କିନ୍ତୁ ବଜେଟରେ ନିଆଯାଉଥିବା ବିକାଶ କାର୍ଯ୍ୟକ୍ରମଗୁଡିକ ସଫଳ କରିବାକୁ ସମ୍ବଳ ଯୋଗାଡ କରିବା ପାଇଁ ଯଦି ଗରିବ ଜନସାଧାରଣଙ୍କ ପକେଟ କାଟିବାକୁ ହୁଏ ତେବେ ଏହା ଏକ ଜନ ଦରଦି ସରକାର ନାଁ ଜନଲୁଟେରା ସରକାର ତାହା ଚିନ୍ତା କରିବାର ବେଳ ଆସିଛି । ଗତ ବଜେଟରେ ଦେଶର ଅର୍ଥ ମନ୍ତ୍ରୀ ଘୋଷଣା କଲେ ଯେ ଟିକା କରଣ ପାଇଁ ଆମେ ୩୫ ହଜାର କୋଟି ଟଙ୍କା ଦେଲୁ ଓ ଯଦି ଦରକାର ହୁଏ ଆହୁରି ଦିଆଯିବ । କିନ୍ତୁ ସେଦିନ ଏହି ଅର୍ଥ ତେଲର ମୁଲ୍ୟବୃଦ୍ଧିରୁ ଆସିବ ବୋଲି ଘେଷଣା କରି ନଥିଲେ କାହିଁକି? ଏଥର ଖାଇବା ତେଲ ଉପରେ ଟିକେ ନଜର ପକାନ୍ତୁ । ତିନି ମାସ ମଧ୍ୟରେ ଏହା ୭୦-୮୦ଟଙ୍କାରୁ ବୃଦ୍ଧି ପାଇ ୨୦୦ଟଙ୍କାରେ ପହଞ୍ôଚଲାଣି । କେନ୍ଦ୍ର ମନ୍ତ୍ରୀ ତୋମାର ସଫେଇ ଦେଇ କହିଛନ୍ତି ଯେ ଆମେ ତେଲରେ ଅପମିଶ୍ରଣ ବନ୍ଦ କରିବାରୁ ତାହାର ଦାମ ବଢିଗଲା । ଏହାର ଅର୍ଥ ତୁମର ବିଗତ ଆଠ ବର୍ଷ ଦୀର୍ଘ ଶାସନକାଳରେ ତୁମେ ଦେଶର ଜନସାଧାରଣଙ୍କୁ ଅପମିଶ୍ରିତ ତେଲ ଖୁଆଉ ଥିଲ । ଏହା ଏକ ଗର୍ହିତ ଅପରାଧ ନହେଁ କି? ଆଜି କରୋନା ପରିସ୍ଥିତି ଯୋଗୁ ୧୦ କୋଟି ଲୋକ କାମ ହରାଇ ସର୍ବସ୍ୱାନ୍ତ ହୋଇଛନ୍ତି । ଦେଶ ବ୍ୟାପି ହାହାକାର । କିନ୍ତୁ ଦେଶର ପୁଞ୍ଜିପତି ବିଶ୍ୱର ୧୦ଜଣ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ ସ୍ଥାନ ପାଉଛନ୍ତି । ନିର୍ବାଚନ ଜିତିବା, ନିର୍ବାଚିତ ସରକାରଗୁଡିକ ମଧ୍ୟରେ ଅର୍ଥ ବଳରେ ଅସ୍ଥିରତା ସୃଷ୍ଟିକରିବା ଓ ନିଜ ପକ୍ଷକୁ ଆଣିବା, ଅର୍ଥ ବଳରେ ସାଧାରଣ ଲୋକଙ୍କ ମଧ୍ୟରେ ନିଜର ପତିଆରା ବୃଦ୍ଧିକରିବା ଆଦି ନିଜର ଘୃଣ୍ୟ ରାଜନୀତି କୁ ଚଳାଇ ରଖିବା ପାଇଁ ତୈଳ କମ୍ପାନୀମାନେ ଏମାନଙ୍କ ପାଇଁ ନିଜର ଅର୍ଥ ଭଣ୍ଡାର ଖୋଲା କରିଦେଇଛନ୍ତି । ପ୍ରତି ବଦଳରେ ମନ ଇଛା ତୈଳ ଦର ବୃଦ୍ଧି କରି ଦେଶର କୋଟି କୋଟି ଜନ ସଧାରଣଙ୍କୁ ଶୋଷଣ କରିବାର ଏହି ଅଧିକାର ସବୁବେଳେ ଶାସକ ଶ୍ରେଣୀ ସେମାନଙ୍କୁ ଦେଇ ଆସିଛନ୍ତି ।
ସରକାରଙ୍କର ଏହି ପୁଞ୍ଜିପତୀ ତୋଷଣ ନୀତି ବିରୁଦ୍ଧରେ ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଏହି ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପ୍ରଧାନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଆନ୍ଦେଳନକୁ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ନେତା ଶ୍ରୀମତି ଛବି ମହାନ୍ତି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମ୍ମା, ନିରଞ୍ଜନ ମହାନ୍ତି, ସୁବାସ ନାୟକ, ଗଣେଷ ତ୍ରୀପାଠି, ନସିମ ସରକାର ପ୍ରମୁଖ ନେତୃତ୍ୱ ନେଇଥିଲେ ।
