ଏ ଆଇ ଡି ୱାଇ ଓ, ଡି ଏସ ଓ ତରଫରୁ ବାଜିରାଉତ ସହୀଦ ଦିବସ ପାଳିତ

Dated – 12.10.2025 – ଭାରତବର୍ଷ ସ୍ବାଧୀନତା ସଂଗ୍ରାମ ଓ ଢେଙ୍କାନାଳ ପ୍ରଜା ଆନ୍ଦୋଳନର ସର୍ବକନିଷ୍ଠ ସହୀଦ ବାଜିରାଉତ ଙ୍କ ୮୭ ତମ ସହୀଦ ଦିବସ ଏ ଆଇ ଡି ୱାଇ ଓ, ଡି ଏସ ଓ ରାଉରକେଲା କମିଟି ତରଫରୁ ପାଳିତ ହୋଇଛି। ଏହି ଉପଲକ୍ଷେ ରାଉରକେଲା ବାସନ୍ତୀ କଲୋନୀ ବାଜିରାଉତ ଛକରେ ଥିବା ସହୀଦ ବାଜିରାଉତ ପ୍ରତିମୂର୍ତ୍ତି ନିକଟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଡି ୱାଇ ଓ ର ପୂର୍ବତନ ସୁନ୍ଦରଗଡ ଜିଲ୍ଲା କମିଟି ସଭାପତି ଵିଷ୍ଣୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅବସରପ୍ରାପ୍ତ ଶିକ୍ଷକ ବକେଶ୍ୱର ମହାନ୍ତ, ସଂଗଠନର ଶ୍ରୀ ରଶ୍ମି ରଞ୍ଜନ ମଲ୍ଲିକ, ସୁଶୀଲ କୁମାର ବାରିକ, ରାମଚନ୍ଦ୍ର ସାହୁ, ସତ୍ୟ ବଡାଇକ, ସୁଭକାନ୍ତ ବାରିକ, ନଗେନ କୁମାର ବାରିକ ପ୍ରମୁଖ ଯୁବ-ଛାତ୍ର ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *