ଶ୍ରମ ଆଇନ ସଂଶୋଧନ ବିରୋଧରେ ଏ ଆଇ ୟୁ ଟି ୟୁ ସି ର ବିକ୍ଷୋଭ

Dated – 04.10.2025 – ରାଜ୍ୟ ବିଜେପି ସରକାରଙ୍କ କ୍ୟାବିନେଟ ସେପ୍ଟେମ୍ବର ୩୦ ତାରିଖରେ ଶ୍ରମ ଆଇନର ସଂଶୋଧନ କରି ଶ୍ରମିକ, କର୍ମଚାରୀ ମାନଙ୍କର ଆଇନଗତ କର୍ମଦିବସ ୮ ଘଣ୍ଟାକୁ ବାତିଲ କରି ୧୦ ଘଣ୍ଟାକୁ ବୃଦ୍ଧି କରିବା ଏବଂ ମହିଳା ଶ୍ରମିକ ମାନେ ରାତ୍ରି ଡିଉଟି କରିବା ଆଦି ବିଜେପି ସରକାରଙ୍କ ଶ୍ରମିକ, କର୍ମଚାରୀ ଓ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଏ ଆଇ ୟୁ ଟି ୟୁ ସି ସୁନ୍ଦରଗଡ ଜିଲ୍ଲା କମିଟି ତରଫରୁ ଅକ୍ଟୋବର ୪ ତାରିଖରେ ରାଉରକେଲା ଉଦିତନଗର ଛକରେ ଏକ ପ୍ରତିବାଦ ବିକ୍ଷୋଭ ହୋଇଥିଲା। ୟୁନିୟନର ଜିଲ୍ଲା ସମ୍ପାଦକ ଵିଷ୍ଣୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଜିଲ୍ଲା କମିଟିର ବିଜୟ ସାହୁ, ବିରେନ ନାଏକ, ଜନସନ ଲୁମୁଙ୍ଗା, ଚରଣ ମହାତୋ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତିର ତୀବ୍ର ନିନ୍ଦା କରିଥିଲେ। ଅବିଳମ୍ବେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି। ଏଥିରେ ବିଭିନ୍ନ କାରଖାନାର ଶ୍ରମିକ ଓ ମହିଳା କର୍ମଚାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *