ଉନ୍ନାଓ ଧର୍ଷଣ ପୀଡିତାର ଘର ପୋଡି ଓ ଦୁଇ ଶିଶୁ ପୋଡି ଘଟଣାର ରାଜ୍ୟବ୍ୟାପୀ ପ୍ରତିବାଦ
Sarbaharakranti Date 21.04.2023 –
ଉତ୍ତରପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ବର୍ବର ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ, ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍.ଓ ଏବଂ ଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ ପକ୍ଷରୁ ସାରା ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିତ ହୋଇଛି । ଉତ୍ତରପ୍ରଦେଶର ଉନ୍ନାଓରେ ଧର୍ଷଣ ପୀଡିତାଙ୍କ ଘରେ ଜେଲ୍ ଫେରନ୍ତା ସେହି ଅପରାଧୀ ଦ୍ୱାରା ଗତ ୧୮ତାରିଖରେ ଅଗ୍ନି ସଂଯୋଗ ଘଟଣା ଏବଂ ସେହି ଅଗ୍ନିରେ ଛଅ ମାସର ଶିଶୁପୁତ୍ର ଓ ତିନି ମାସର ଶିଶୁ କନ୍ୟାକୁ ପୋଡି ମାରିବାର ଚକ୍ରାନ୍ତ ଭଳି ବର୍ବର ଘଟଣାର ତଦନ୍ତ କରି ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି, ପୀଡିତାଙ୍କୁ ସୁରକ୍ଷା ଓ ଦୁଇ ଅଗ୍ନିଦଗ୍ଧ ଶିଶୁଙ୍କର ଚିକିତ୍ସାଭାର ସରକାର ବହନ କରିବାକୁ ଦାବି କରାଯାଇ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ କରାଯାଇଛି ।
ଘଟଣାରୁ ପ୍ରକାଶଯେ ଗତବର୍ଷ ଜଣେ ନାବାଳିକାକୁ ଧର୍ଷଣ କରିଥିବା ଅପରାଧୀ ବେଲ୍ରେ ଫେରିବା ପରେ ମାମଲା ପ୍ରତ୍ୟାହାର ପାଇଁ ପୀଡିତାର ପରିବାର ଉପରେ ·ପ ପକାଉଥିଲା । ସେମାନେ ଏଥିରେ ରାଜିନହେବାରୁ ଅପରାଧୀ ଓ ତାର ସହଯୋଗୀମାନେ ପୀଡିତାର ଘର ପୋଡିଦେବା ଓ ସେହି ନିଆଁରେ ଛଅ ମାସର ଶିଶୁପୁତ୍ର ଓ ତିନି ମାସର ସାନ ଭଉଣୀକୁ ପକାଇଦେବା ଭଳି ବର୍ବରତା ଘଟାଇଛନ୍ତି । ଏହି ଘଟଣାର ପ୍ରତିବାଦରେ ଆଜି ଅନୁଗୁଳ ଠାରେ ପ୍ରତିବାଦ ସଭାରେ ସଭାପତିତ୍ୱ କରିଥିଲେ ଏ.ଆଇ.ଏମ୍.ଏସ୍.ଏସ୍.ର ଜିଲ୍ଲା ଉପସଭାନେତ୍ରୀ ସରୋଜିନୀ ନାୟକ ଏବଂ ମୁଖ୍ୟ ଆଲୋଚିକା ଭାବେ ବକ୍ତବ୍ୟ ରଖିଥିଲେ ଏ.ଆଇ.ଏମ୍.ଏସ୍.ଏସ୍. ରାଜ୍ୟ ସମ୍ପାଦିକା ସ୍ୱୟଂପ୍ରଭା ନାୟକ । ଅନ୍ୟମାନଙ୍କ ମଧ୍ୟରେ ମାନସୀ ସ୍ୱାଇଁ, ମାନସ ପାଳ, କୈଳାସ ସାହୁ, ପରମାନନ୍ଦ ସାହୁ ପ୍ରଭୃତି ମହିଳା, ଛାତ୍ର ଓ ଯୁବ ସଂଗଠନର ନେତାମାନେ ବକ୍ତବ୍ୟ ରଖି ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଏତାଦୃଶ ଅପରାଧ ବିରୁଦ୍ଧରେ ଶକ୍ତିଶାଳୀ ପ୍ରତିବାଦ ଆନେ୍ଦାଳନ ଗଢ଼ି ତୋଳିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଜଣାଇଥିଲେ ।