ଆମକୋ ସିମକୋ ଠାରେ ଅବସ୍ଥିତ “ଶହୀଦ୍ ସ୍ମୃତି” ଫଳକରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ
Sarbaharakranti Date ୨୫.୦୪.୨୦୨୩ –
1939 ଏପ୍ରିଲ 25 ତାରିଖ ଓଡ଼ିଶା ର ସୁନ୍ଦର୍ଗଡ଼ ଜିଲ୍ଲା ର “Amko Simko” ଠାରେ ଇଂରେଜ୍ ପୁଲିସ ର ଆଖିବୁଜା ଗୁଳି ମାଡରେ ଶତାଧିକ ସଂଗ୍ରାମି ଆଦିବାସୀ ଭାଇ ଭଉଣୀ ମାନେ ତତ୍କାଳୀନ ଗାଙ୍ଗପୁର ରାଣୀ ଙ୍କ ଜଙ୍ଗଳ ,ଜମି ଉପରୁ ଆଦିବାସୀ ଙ୍କ ନ୍ୟାଯ୍ୟ ଅଧିକାର ଛଡେଇ ନେବା ଓ ଅନ୍ୟାୟ ଟିକସ ଟିକସ ଆଦାୟ ବିରୁଦ୍ଧରେ ଏୈତିହାସିକ ବିଦ୍ରୋହ କରି ମୃତ୍ୟୁ ବରଣ କରି ଥିଲେ ସହିଦ ହୋଇ ଥିଲେ । ଗତ ୨୫ ତାରିଖ ଦିନ ସେହି ସ୍ମରଣୀୟ ଦିବସ ଏବଂ ସଂଗ୍ରାମର ମୂକ ସାକ୍ଷୀ amko simko ଠାରେ ଅବସ୍ଥିତ “ଶହୀଦ୍ ସ୍ମୃତି” ଫଳକରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜନ ଅଧିକାର ସୁରକ୍ଷା କମିଟି, ଏ ଆଇ ଡ଼ି ଏସ୍ ଓ , ଡି ୱାଇ ଓ, ଏମ .ଏସ୍ .ଏସ୍ ପକ୍ଷରୁ ଶ୍ରୀ ସତ୍ୟପ୍ରିୟ ମହାନ୍ତି, ଛବି ମହାନ୍ତି , Justin ଲଗୁନ୍, ସୁବାସ ଦଣ୍ଡପlଟ , ଲେନିନ ଟେଟେ ,ବିରେନ ନାୟକ,ଚନ୍ଦ୍ର। ବତୀ ନାୟକ,ମାଇକେଲ କୁଲ୍ଲୂ,କlମିଲ ଟେଟେ ,ଶୁକ୍ରl ଓରାମ୍ ,ସାନିଆ ମୁଣ୍ଡା ,କମଳ ଲୋଚନ ଗଞ୍ଜ,
ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ସେଠାରେ ଅନୁଷ୍ଠିତ ସଭାରେ ବକ୍ତା ମାନେ ଆଜି ସମାଜରେ ଚାଲିଥିବା ସମସ୍ତ ପ୍ରକାର ଅନ୍ୟାୟ,ଜୁଲୁମ ଓ ପୁଞ୍ଜିବାଦୀ ଶୋଷଣ ବିରୁଦ୍ଧରେ ନିର୍ମଳ ମୁଣ୍ଡା ଓ ତାଙ୍କ ସାଥୀଙ୍କ ଭଲି ସାଲିସ୍ ବିହୀନ ସଂଗ୍ରାମ ଗଢି ତୋଳିବା ପାଇଁ ଆହ୍ଵାନ ଦେଇଥିଲେ । ଏହି ଭଲି ଭାବରେ ଶହୀଦ ଙ୍କ ପ୍ରତି ଯଥାର୍ଥରେ ସମ୍ମାନ ଦିଆ ଯାଇ ପାରିବ ବୋଲି ବକ୍ତା ମାନେ କହି ଥିଲେ ।