ସି.ବି.ଏସ୍‍.ଇ ପାଠ୍ୟକ୍ରମରୁ ଗଣତାନ୍ତ୍ରିକ ଅଧିକାର, ନାଗରିକତା ଓ ଧର୍ମନିରପେକ୍ଷତା ବିଷୟବସ୍ତୁକୁ ହଟେଇବାକୁ ଏ.ଆଇ.ଡି.ଏସ୍‍.ଓ ପକ୍ଷରୁ ତୀବ୍ର ବିରୋଧ

ଭୁବନେଶ୍ୱର ତା-୦୯.୦୭.୨୦୨୦- ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରୁ ଗଣତାନ୍ତ୍ରିକ ଅଧିକାର, ନାଗରିକତା ଓ ଧର୍ମନିରପେକ୍ଷତା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ହଟେଇବାପାଇଁ ସି.ବି.ଏସ୍‍.ଇ ର ପ୍ରସ୍ତାବକୁ ଏ.ଆଇ.ଡି.ଏସ୍‍.ଓ ର ସାଧାରଣ ସଂପାଦକ ସୌରଭ ଘୋଷ ଦୃଢ ନିନ୍ଦା କରି ପ୍ରେସ୍‍କୁ ନିମ୍ନଲିଖିତ ବିବୃତ୍ତି ଦେଇ କହିଛନ୍ତି-
ଭାରତ ବିବିଧତାର ଦେଶ ଅଟେ । ଆମ ଦେଶର ଛାତ୍ର ସମୁଦାୟ ଏକ ସଚେତନ, ଯୁକ୍ତିଶୀଳ, ଗଣତାନ୍ତ୍ରିକ ମୂଲ୍ୟବୋଧ ଭଳି ସାମାଜିକ ଦାୟିତ୍ୱପୂର୍ଣ୍ଣ ନାଗରିକ ରୂପରେ ବିକଶିତ ହୋଇଥିବା ହେତୁ ଏହି ବିବିଧତାକୁ ଜାଣିବା, ବୁଝିବା ଅପରିହାର୍ଯ୍ୟ ଅଟେ । ଏହି ଦାୟିତ୍ୱ ମୂଖ୍ୟତଃ ଆମ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ । କିନ୍ତୁ କରୋନା ମହାମାରୀ ଏବଂ ପରବର୍ତ୍ତୀ ଲକ୍‍ଡାଉନ୍‍ କାରଣରୁ ଉପୁଜିଥିବା ପରିସ୍ଥିତି ଆଳରେ ସରକାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ୩୦ ପ୍ରତିଶତ କାଟିବାର ଆଦେଶକୁୁୁୁ ଲାଗୁ କରିବାକୁ ଯାଇ ସି.ବି.ଏସ୍‍.ଇ ପାଠ୍ୟକ୍ରମର ଗୁରୁତ୍ୱ ଉପରେ ଆଘାତ କରିଛନ୍ତି । ସି.ବି.ଏସ୍‍.ଇ ଏବଂ ଏନ୍‍.ସି.ଇ.ଆର.ଟି ର ପୂର୍ବତନ ଅଧିକାରୀମାନେ ମଧ୍ୟ ଏହା ଉପରେ ଭୀଷଣ କ୍ଷୋଭ ପ୍ରକାଶ କରିଛନ୍ତି ।
ବିଜେପି କ୍ଷମତାକୁ ଆସିବା ପରେ ସଂବିଧାନରୁ ‘ଗ୍ଦରମଙ୍କକ୍ଷବକ୍ସ’ଶବ୍ଦକୁ ହଟାଇବା ପାଇଁ ଘୃଣ୍ୟତମ ଚେଷ୍ଟା କରିଥିଲା । ଯାହାକୁ ଭିତ୍ତିକରି ସମଗ୍ର ଦେଶରେ ଭୀଷଣ ଭାବେ ବିରୋଧ ହୋଇଥିଲା । ସରକାର ନିଜର ହିନ୍ଦୁତ୍ୱବାଦୀ ଏଜେଣ୍ଡାକୁ ଲାଗୁ କରିବା ପାଇଁ ଥିବା ସମସ୍ତ ବାଧାଗୁଡିକୁ ଗୋଟି ଗୋଟି କରି ହଟେଇଚାଲିଛି । ସଂଘୀୟ ଢାଞ୍ଚାକୁ ବୁଝିବା, ଗଣତାନ୍ତ୍ରିକ ଅଧିକାର ପ୍ରତି ସଚେତନ ହେବା, ଭାରତୀୟ ସଂବିଧାନ ବିଷୟରେ ସଠିକ୍‍ ଭାବେ ଜାଣିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।
ଉଲ୍ଲେଖଯୋଗ୍ୟ ଯେ, ସଂଘୀୟ ଢାଞ୍ଚା, ଧର୍ମନିରପେକ୍ଷତା ଓ ନାଗରିକତା ବିଷୟରେ ପୂର୍ବତନ ସରକାର ଏବଂ ବର୍ତ୍ତମାନର ବିଜେପି ଶାସିତ କେନ୍ଦ୍ର ସରକାର ବାରମ୍ବାର କାଠଗଡାରେ ଠିଆ ହେଉଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗଣତନ୍ତ୍ର ଶବ୍ଦକୁ ଆଜି କେବଳ ଶବ୍ଦକୋଷର ବିଷୟବସ୍ତୁୁ କରିବା ପାଇଁ ଚେଷ୍ଟା କରାଯାଉଛି । ପୁଞ୍ଜିପତିମାନଙ୍କର ସେବାଦାସ ସମସ୍ତ ସରକାର ଗଣତନ୍ତ୍ରର ତଣ୍ଟି ଚିପିବାରେ ବ୍ୟସ୍ତ । ଆଜି ମହାମାରୀ ଆଳରେ ବିଜେପି ସରକାର ଗଣତନ୍ତ୍ରର ଛାଇକୁ ମଧ୍ୟ ଆଗାମୀ ଭବିଷ୍ୟତ ପୀଢିର ମନରୁ ମୂଳପୋଛ କରିଦେବାକୁ ଚାହୁଁଛି । ବିଜେପିକୁ କ୍ଷମତାରେ ରଖିବା ଏବଂ ତାହାର ହିନ୍ଦୁତ୍ୱବାଦୀ ଏଜେଣ୍ଡାକୁ ସହଜଭାବେ ଲାଗୁ କରିବା ପାଇଁ ସେମାନେ ଏହି ବିଷୟକୁ ପାଠ୍ୟକ୍ରମରୁ ହଟାଉଛନ୍ତି ।
ଏହି ପ୍ରକାର ଶିକ୍ଷା ବିରୋଧୀ, ସମାଜ ବିରୋଧୀ ପଦକ୍ଷେପକୁ ରୋକିବା ଏବଂ ଉପରୋକ୍ତ ବିଷୟକୁ ହଟାଇବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆମେ ସରକାରଙ୍କ ପାଖରେ ଦୃଢ ଦାବୀ କରୁଛୁ ଏବଂ ସି.ବିଏସ୍‍.ଇ ର ଏହି ଅଗଣତାନ୍ତ୍ରିକ ଏବଂ ଶିକ୍ଷା ବିରୋଧୀ ନୀତି ବିରୁଦ୍ଧରେ ଦୃଢ ଆନ୍ଦୋଳନ ଗଢିତୋଳିବା ପାଇଁ ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀ ଜନଗଣଙ୍କ ପାଖରେ ଏ.ଆଇ.ଡି.ଏସ୍‍.ଓ ରାଜ୍ୟ ପରିଷଦ ସଭାପତି ଗଣେଷ ତ୍ରିପାଠୀ ଓ ସଂପାଦକ ସୁବାସ ନାୟକଙ୍କ ପକ୍ଷରୁ ଆହ୍ୱାନ କରାଯାଉଛି ।

Leave a Reply

Your email address will not be published. Required fields are marked *