ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା – ୦୮|୦୧|୨୦୨୦। ALL INDIA DSO, DYO, DTO ଏବଂ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଜିଲ୍ଲାର ୬୪୨ଟି ସରକାରୀ ସ୍କୁଲ ଏବଂ ଜିଲ୍ଲା ର ଗୋଟିଏ ମାତ୍ର ଉତ୍କଳମଣି ଗୋପବନ୍ଧୁ ବି . ଏଡ କଲେଜ କୁ ସରକାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସବୁ ଦାବି ନେଇ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଏହି ବିକ୍ଷୋଭ ରେ ମୟୂରଭଞ୍ଜ ଜିଲ୍ଲାର କୁଣେ ଅନୁକୁଣରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ଛାତ୍ର, ଯୁବକ, ଶିକ୍ଷକ, ବୁଦ୍ଧିଜୀବୀ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିକ୍ଷୋଭ ରେ ସାମିଲ୍ ହୋଇଥିଲେ। ଏହି ବିକ୍ଷୋଭ ରେ ପୂର୍ବତନ ବିଧାୟକ ସମ୍ଭୁନାଥ ନାୟକ , ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ର ସମ୍ପାଦକ ନିଳାମ୍ବର ନାୟକ, ଅଲ ଇଣ୍ଡିଆ ଡେମୋକ୍ରାଟିକ ୟୁଥ ଅର୍ଗାନାଇଜେସନ ର ସମ୍ପାଦକ ଲଳିତ ମହାନ୍ତ, ଡେମୋକ୍ରାଟିକ ଟିଚର୍ସ ଅର୍ଗାନାଇଜେସନ ର କିଶୋର ମହାନ୍ତ, ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ର ମଧୁସୂଦନ ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ ।

Leave a Reply

Your email address will not be published. Required fields are marked *