ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ବିରୋଧରେ ଏସ୍.ୟୁ.ସି.ଆଇ.( ସି) ପକ୍ଷରୁ ପ୍ରତିବାଦ ସଭା
ଯାଜପୁର-ତା_୧୨-୨-୨୧ ରିଖ ଏସ୍.ୟୁ.ସି.ଆଇ ( ସି) ପକ୍ଷରୁ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ତ ତସହିତ ବସ ଭଡା ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ସଭାମାନ ଅନୁଷ୍ଠିତ ହୋଇଯାଇଛି । ଏସ୍.ୟୁ.ସି.ଆଇ.କମ୍ୟୁନିଷ୍ଟ ଯାଜପୁର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା କମିଟିର ସଭ୍ୟ ବୀରକିଶୋର ନାୟକ, ରାଧାବଲ୍ଲଭମଲ୍ଲିକ। ସୁଲୋଚନା ପ୍ରଧାନ। ତରଙ୍ଗୀନ ଦାସ ଏବଂ ସଂଗଠକ ପ୍ରମୋଦ ମଲ୍ଲିକ ପ୍ରଭୃତି ବକ୍ତାମାନେ କହିଥିଲେ ଯେ ପଡୋଶୀ ଦେଶ ନେପାଳରେ ପେଦ୍ରୋଲ ୫୩ ଟଙ୍କା, ଶ୍ରୀଲଙ୍କାରେ ୫୧ ଟଙ୍କା ଥିଲା ବେଳେ କେନ୍ଦ୍ରରେ ବିଜେପି ସରକାର ଆନ୍ତର୍ଜାତିକ ତୈଳଦର ବୃଦ୍ଧି ଆଳରେ ତୈଳ କମ୍ପାନୀମାନଙ୍କ ସ୍ଵାର୍ଥରେ ପେଟ୍ରୋଲ ଲିଟର ପିଛି୯୩ ଟଙ୍କା କରିବା ଅତ୍ୟନ୍ତ ର୍ ର୍ଦୁଭାଗ୍ୟଜନକ’। ତେଣୁ ସମସ୍ତ ଛାତ୍ରଯୁବକ ଚାଷୀମୂଲିଆ ,ଶୁଭ ବୃଦ୍ଧି ସମ୍ପନ ଜନଗଣନ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ବୃଦ୍ଧି ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ ଗଢିତୋଲି ବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।