ବାତ୍ୟା ପ୍ରପୀଡିତ ଜନସାଧାରଣଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ସହୟତା ଯୋଗାଇ ଦେବା ସହିତ କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ତୁରନ୍ତ ସଚଳ କରାଯାଉ – ଏସ୍‌.ୟୁ.ସି.ଆଇ(ସି)

ଭୁବନେଶ୍ୱର ତା ୨୭/୫/୨୦୨୧ ବାତ୍ୟା “ୟସ୍‌” ତାଣ୍ଡବରେ ଓଡିଶାର ଉପକୂଳ ଜିଲ୍ଲାଗୁଡିକ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ମୟୁରଭଞ୍ଜ ଆଦି ଜିଲ୍ଲାରେ ସଂପୂର୍ଣ୍ଣ କ୍ଷୟକ୍ଷତି ହୋଇଥିବା ବେଳେ ଉପକୂଳର ଅନ୍ୟାନ୍ୟ ଜିଲ୍ଲାଗୁଡିକରେ କ୍ଷୟକ୍ଷତି ସହ କୃଷି କ୍ଷେତ୍ର ଉଜୁଡି ଯାଇଛି । ଏହି ପରିସ୍ଥିତିରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ବଣ୍ଟନ ଓ ସହୟତା ଯୋଗାଇବା, କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ସଚଳ କରିବା ସହିତ ରାଜ୍ୟର କ୍ଷତିଗ୍ରସ୍ତଙ୍କ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହୟତା ଯୋଗାଇଦେବା ପାଇଁ ଏସ୍‌.ୟୁ.ସି.ଆଇ.(ସି) ରାଜ୍ୟ ସଂପାଦକ ଧୁର୍ଜଟୀ ଦାସ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ୧୨ ଦଫା ସମ୍ବଳିତ ଦାବି ପତ୍ର ଏସ୍‌.ୟୁ.ସି.ଆଇ.(ସି) ରାଜ୍ୟ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ଏହି ଦାବି ପତ୍ରରେ ସ୍ୱାଭାବିକ ଅବସ୍ଥା ନ ଆସିବା ପର୍ଯ୍ୟନ୍ତ ବାତ୍ୟା ବିନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା, ଚାଷି ମୂଲିଆ ଓ କ୍ଷତିଗ୍ରସ୍ତ ସମସ୍ତ ବିପନ୍ନ ଜନସାଧାରଣଙ୍କୁ ୬ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେବା, ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ଘରଭଙ୍ଗା ସହାୟତା ଯୋଗାଇ ଦେବା ସହିତ ପ୍ରତ୍ୟେକ ହିତାଧିକାରୀଙ୍କୁ ଅବିଳମ୍ବେ ଦୁଇ ବଖରା ପକ୍କାଘର ଯୋଗାଇ ଦେବା, ପାନ, ଡ଼ାଳୁଅ ଧାନ, କଦଳୀ, ଆମ୍ବ, ଲେମ୍ବୁ, ସପୁରୀ, ପନିରିବା ଇତ୍ୟାଦି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବା, କ୍ଷତିଗ୍ରସ୍ତ ସମସ୍ତ ପ୍ରକାର ଚାଷୀଙ୍କୁ ବିନା ମୂଳ୍ୟରେ ଆବଶ୍ୟକୀୟ ମଞ୍ଜି, ସାର, ବିହନ, ଚାରା ଯୋଗାଇ ଦେବା, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସମେତ କ୍ଷତିଗ୍ରସ୍ତ ସମସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ଦେବା, ବାତ୍ୟା ଦ୍ୱାରା ଜୀବିକା ହରାଇଥିବା ପାରମ୍ପାରିକ ମତ୍ସ୍ୟଜୀବୀମାନଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ଦେବା, ବାତ୍ୟା ପରବର୍ତ୍ତୀ ସମୟରେ ବ୍ୟାପିବାକୁ ଥିବା ବିଭିନ୍ନ ରୋଗ ସଂକ୍ରମଣକୁ ରୋକିବା ପାଇଁ ଭ୍ରାମ୍ୟମାଣ ଚିକିତ୍ସା ବ୍ୟବସ୍ଥା ସହିତ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ସୁନିଶ୍ଚିନ୍ତକରିବା, କ୍ଷତିଗ୍ରସ୍ତ ଅଞ୍ଚଳରେ ପାଣି ଘେରରେ ଥିବା ଗାଇଗୋରୁ, ମଈଁଷି ଓ ଗୃହପାଳିତ ପଶୁମାନଙ୍କ ପାଇଁ ଆବଶ୍ୟକୀୟ ଗୋଖାଦ୍ୟ, ଔଷଧ, ଇନ୍‌ଜେକ୍ସନ ଯୋଗାଇଦେବା, ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ କରିବା, ବାତ୍ୟାରେ ମୃତବ୍ୟକ୍ତିଙ୍କ ପରିବାରକୁ ଉପଯୁକ୍ତ କ୍ଷତିୂରଣ ଦେବା ପ୍ରମୁଖ ଦାବି ଦଳ ପକ୍ଷରୁ ଶ୍ରୀ ଦାସ କରିଛନ୍ତି ।

Leave a Reply

Your email address will not be published. Required fields are marked *