ସୋସାଲିଷ୍ଟ କ୍ୟୁବାକୁ ଧ୍ୱଂସ କରିବା ପାଇଁ ଆମେରିକାର ସାନି ଚକ୍ରାନ୍ତ ବିରୁଦ୍ଧରେ ବିକ୍ଷୋଭ

Sarbaharakranti News – ଭୁବନେଶ୍ୱର ତା ୧୪.୦୭.୨୦୨୧ – ସୋସାଲିଷ୍ଟ କ୍ୟୁବାକୁ ଧ୍ୱଂସକରି ସମଗ୍ର ଲାଟିନ୍ ଆମେରୀକା ଭୁଖଣ୍ଡ ଉପରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ଆମେରିକା ଅତୀତରେ ବାରମ୍ବାର ପ୍ରଚେଷ୍ଟାକରୀ ବିଫଳ ହୋଇଥିଲେ ମଧ୍ୟ ସମ୍ପ୍ରତି ପୁନର୍ବାର ସେହି ଷଡଯନ୍ତ୍ର ଆରମ୍ଭକରି କ୍ୟୁବା ଭିତରେ ଏକ ବିଦ୍ରୋହର ସୁତ୍ରପାତ କରି ଏହାକୁ ଧ୍ୱଂସ କରିବାକୁ ଯେଉୁଁ ଅପଚେଷ୍ଟା ଆରମ୍ଭ କରିଛି ତାହା ବିରୁଦ୍ଧରେ ଆଜି ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଏକ ସାରା ଭାରତ ପ୍ରତିବାଦ ଦିବସ ପାଳନ ହେବା ଅବସରରେ ପାର୍ଟି ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଏକ ଆମେରୀକାର ସାମ୍ରାଜ୍ୟବଦୀ ନୀତି ବିରୁଦ୍ଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରକାଶ ଥାଉକି କ୍ୟୁବା ବିରୁଦ୍ଧରେ ଆମେରୀକା ଅତ୍ୟନ୍ତ ଅନ୍ୟାୟ ଭାବେ ଲାଗୁକରିଥିବା ଅର୍ଥନୈତିକ ବାସନ୍ଦ ବିରୁଦ୍ଧରେ ଜାତି ସଂଘରେ ୪୯ ଥର ପ୍ରସ୍ତାବ ଆସିଥିବା ବେଳେ ଆମେରୀକା ଭିଟୋ ପ୍ରୟୋଗକରି ଏହାକୁ ବାତିଲ କରିଦେଇଛି । କ୍ୟୁବାର ଅତ୍ୟନ୍ତ ଜନପ୍ରିୟ ପ୍ରୟାତଃ ନେତା ଫିଦେଲ କାଷ୍ଟ୍ରୋଙ୍କୁ ହତ୍ୟାକରିବାକୁ ଆମେରିକାର ସିକ୍ରେଟ ଏଜେଣ୍ଟମାନେ ଶତାଧିକବାର ଚେଷ୍ଟା କରି ବିଫଳ ହୋଇଛନ୍ତି । ଅନ୍ୟପଟରେ ଆମେରିକାର ଅନତି ଦୁରରେ ଥିବା ୧୧ନିୟୁତ ଜନସଂଖ୍ୟାର ଏହି ଦେଶ ନିଜ ଦେଶର ଆଖୁଚାଷ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦକୁ ସଦ୍ ବିନିଯୋଗ କରି ଅଗ୍ରଗତି ପଥରେ ଆଗେଇ ଚାଲିଛି । ଏହାର ବିଶ୍ୱମାନର ଚିକିତ୍ସା ବ୍ୟବସ୍ଥା ସାରା ବିଶ୍ୱବାସୀଙ୍କୁ ଆକର୍ଷୀତ କରିଛି । କରୋନାର ପ୍ରଥମ ଲହରରେ ନିଜ ଦେଶରେ କରୋନା ନିୟନ୍ତ୍ରଣକରୀ ବିଶ୍ୱର ବିଭିନ୍ନ ଦେଶକୁ ସ୍ୱେଛାସେବୀ ଡାକ୍ତରୀ ଦଳ ପ୍ରେରଣ କରିଛି । ନିଜ ଦେଶ ପାଇଁ ପ୍ରଥମେ ଭ୍ୟାକ୍‌ସିନ୍ ବାହାର କରିଛି । ଆମେରୀକାର ଏତେ ପ୍ରତିବନ୍ଧକ ସତ୍ତ୍ୱେ କ୍ୟୁବାର ଏହି ସଫଳତା ଆମେରୀକାର ଗାତ୍ରଦାହ କରିଛି । ତେଣୁ ସାରା ବିଶ୍ୱବ୍ୟାପି ଚଳାଇଥିବା ସାମ୍ରାଜ୍ୟବାଦି ଆକ୍ରମଣର ଧାରାରେ ଆମେରୀକା ଆଜି ନିଜର ସିକ୍ରେଟ ଏଜେଣ୍ଟ ମାନଙ୍କ ଜରୀଆରେ କ୍ୟୁବାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପକରି ଏକ ଆଭ୍ୟନ୍ତରିଣ ବିଦ୍ରୋହର ପରିସ୍ଥିତି ସୃଷ୍ଟି କରିବାର ଚେଷ୍ଟା ଚଳାଇଛି ।
ତେଣୁ ଆମେରିକାର ଏହି ଘୃଣ୍ୟ ଷଡଯନ୍ତ୍ର ବିରୁଦ୍ଧରେ ଆଜି ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଏକ ସାରା ଭାରତ ପ୍ରତିବାଦ ଦିବସ ପାଳନ କରାଯାଇ ସାମ୍ରାଜ୍ୟବାଦି ଆମେରିକା ଯଥାଶିଘ୍ର କ୍ୟୁବା ବ୍ୟାପାରରେ ନିଜକୁ ଅଲଗା ରଖିବା ପାଇଁ ଦୃଢ ଦାବି କରାଯାଇଛି । ଏହି ପରିପ୍ରେକ୍ଷିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଶ୍ରୀମତି ଛବି ମହାନ୍ତି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମ୍ମା, ନିରଞ୍ଜନ ମହାନ୍ତି, ସୁବାସ ନାୟକ, ଗଣେଷ ତ୍ରୀପାଠି ପ୍ରମୁଖ ବକ୍ତବ୍ୟ ରଖି ଆମେରୀକାର ଏହି ସାମ୍ରାଜ୍ୟବାଦି ନୀତିର ତିବ୍ର ପ୍ରତିବାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *