ସୁପ୍ରିମକୋର୍ଟଙ୍କର ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ଦାବିରେ ବ୍ରହ୍ମପୁର RDC ଅଫିସ ସମ୍ମୁଖରେ ବିକ୍ଷୋଭ
Sarbaharakranti News/Berahmpur/ Dt 22.07.2021 – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କରନା ଜନିତ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ତଥା ଅନ୍ୟାନ୍ୟ ଦାବିରେ ସାରା ଓଡିଶା ଦାବି ଦିବସ ଉପଲକ୍ଷେ SUCI (C) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ତରଫରୁ ବ୍ରହ୍ମପୁର RDC ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ସମ୍ପାଦକ ସୋମନାଥ ବେହେରା ସମେତ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପାପୁନ ସାହୁ, ମଧୁସୂଦନ ଦାସ, ପି. ଶିବ ପ୍ରସାଦ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ l