ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ସବୁ ଅପରାଧୀଙ୍କୁ କଠୋର ଦଣ୍ଡ ଦାବିରେ ଏସୟୁସିଆଇ(ସି) ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ
Sarbaharakranti/କଟକ ତା ୧୨.୧୧.୨୦୨୧- ଅଧ୍ୟକ୍ଷା ମମିତା ମେହେର ହତ୍ୟା କାଣ୍ଡର ବିଚାର ଫାଷ୍ଟ ଟ୍ରାକ କୋର୍ଟ ରେ ତ୍ୱରିତ କରାଯାଇ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଦାୟିତ୍ୱ ପାଳନ ରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ର ମାନଙ୍କରେ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ମମିତା ମେହେରଙ୍କ ପରିବାରକୁ ଅନୁକମ୍ପା ମୂଳକ ସାହାଯ୍ୟ ପ୍ରଦାନ କରିବା ତଥା ଅଭିଯୁକ୍ତ ରାଜ୍ୟ ଗୃହମନ୍ତ୍ରୀ ଙ୍କୁ ତୁରନ୍ତ ବହିଷ୍କାର କରାଯାଇ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିବା ଦାବିରେ ଆଜି ଏସୟୁସିଆଇ(ସି) ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ ଦଳର କଟକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକାରୀ ମାନେ ଏକ ଶୋଭାଯାତ୍ରା ଆସି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ସଭାରେ ବକ୍ତାମାନେ ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ସବୁ ଅପରାଧିଙ୍କୁ ତୁରନ୍ତ କଠୋର ଦଣ୍ଡ ବିଧାନ ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆହୁରି ଦୁର୍ବାର ଜନ ଆନ୍ଦୋଳନ ସଂଘଟିତ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ । ବିକ୍ଷୋଭ ସ୍ଥଳରୁ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବି ସମ୍ମଳତି ସ୍ମାରକପତ୍ର କଟକ ଜଲି ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଆଜରି କାର୍ଯ୍ୟକ୍ରମକୁ ଏ ସୟୁସିଆଇ(ସି)କଟକ ଜିଲ୍ଲା କମିଟି ସଦସ୍ୟ ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି, ଦିପକ ଦାସ, ତରୁଣସେନ ନାୟକ ସଙ୍ଗଠକ ସୌଭାଗ୍ୟ ସାମଲ, ଇଶା ଧର, ଟିକା ସାମଲ, ଶୁଭଶ୍ମିତା ସାହୁ, ଅଭିରାମ ବେହେରା, ଶିବାନୀ ସାହୁ, ପ୍ରତାପ ମିଶ୍ର, ଜୋତ୍ସ୍ନା ଦାସ, ଶରତ ଚନ୍ଦ୍ର ବେହେରା,ଝରଣା ଦାସ, ରାଜେଶ ରାଉତ, ଭାଗ୍ୟଶ୍ରୀ ପ୍ରଧାନ, ସରୋଜ ମାନସିଂ ପ୍ରମୂଖ ନେତୃତ୍ୱ ଦେଇଥିଲେ ।