ଐତିହାସିକ କୃଷକ ଆନ୍ଦୋଳନର ବିରାଟ ବିଜୟ

Sarbaharakranti News/19.11.2021 – ଏସୟୁସିଆଇ(କମ୍ୟୁନିଷ୍ଟ) ପାର୍ଟିର ସାଧାରଣ ସମ୍ପାଦକ କମ୍ରେଡ୍ ପ୍ରଭାସ ଘୋଷ ଐତିହାସିକ କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ପ୍ରେସ ଇସ୍ତାହାର ରେ କହିଛନ୍ତି ଯେ –
ଶେଷରେ ବିଜେପି ନେତୃତ୍ଵାଧୀନ ଫାସୀବାଦି କେନ୍ଦ୍ର ସରକାର ସଂଗ୍ରାମୀ କୃଷକ ମାନଙ୍କ ଆନ୍ଦୋଳନ ଆଗରେ ନତାଜନୁ ହୋଇ ସେମାନଙ୍କର ସମସ୍ତ ନ୍ୟାୟସଙ୍ଗତ ଦାବି ମାନି ନେବାକୁ ବାଧ୍ୟ ହୋଇଛି।
ଏହା ଐତିହାସିକ କୃଷକ ଆନ୍ଦୋଳନର ବିରାଟ ବିଜୟ ଯାହା ପୁଣି ଥରେ ପ୍ରମାଣ କରିଛି ଯେ କେବଳ ମାତ୍ର ଅବିଚଳ, ପ୍ରତିଜ୍ଞାବଦ୍ଧ, ଲଗାତର ଆନ୍ଦୋଳନ ହିଁ ପୁଞ୍ଜିପତି ଓ ବହୁ ଜାତୀୟ କମ୍ପାନୀର ସେବା କରୁଥିବା ଶାସକ ଦଳ ମାନଙ୍କର ମାରାତ୍ମକ ଯୋଜନା କୁ ପରାସ୍ତ କରିପାରିବ। ଏହା ସମସ୍ତ ଶୋଷିତ ଜନସାଧାରଣଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା। ସମସ୍ତ ଶହୀଦ ଓ ଏ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିଥିବା ସମସ୍ତ କୃଷକ ମାନଙ୍କୁ ଲାଲ୍ ସଲାମ।

Leave a Reply

Your email address will not be published. Required fields are marked *