ଢିଙ୍କିଆରେ ପୋଲିସର ବର୍ବର ଲାଠିଚାର୍ଯ ଓ ଗିରଫଦାରି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ
ସର୍ବହରକ୍ରାନ୍ତି ସମ୍ବାଦ ତା 15.01.2022 – ଜଗତସିଂପୁର ସମୁଦ୍ର ଉପକୂଳ ଗ୍ରାମ ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଗତ କାଲି ପୋଲିସର ବର୍ବର ଲାଠମାଡ ଓ ଗିରଫଦାରୀ ବିରୁଦ୍ଧରେ ଆଜି ଏସ୍.ୟୁ.ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଭୁବନରଶ୍ୱର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ରେ ସମ୍ପୃକ୍ତ ଅଞ୍ଚଳରୁ ପୋଲିସ ଆତଙ୍କରାଜ ବନ୍ଦ, ଗିରଫ ବ୍ୟକ୍ତିମାନଙ୍କୁ ତୁରନ୍ତ ଖଲାସ, ସେମାନଙ୍କ ଉପରେ ରୁଜ୍ଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ଦାବୀକରାଯାଇଛି । ପାନ ଚାଷ, ଧାନ ଚାଷ ଓ ମାଛ ଧରି ଜୀବନ ଧାରଣ କରୁଥିବା ଏହି ଗ୍ରାମବାସୀମାନଙ୍କୁ ସେ ଅଞ୍ଚଳରୁ ଉଚ୍ଛେଦକରି କାରଖାନା ପ୍ରତିଷ୍ଠା କରିବା ବିରୁଦ୍ଧରେ ଏହି
ଗ୍ରାମବାସୀମାନେ ଦୀର୍ଘ ଦଶ ବର୍ଷ ଧରି ମରଣପଣ ଲଢେଇ ଜାରୀରଖିବାରୁ ସେ ଅଞ୍ଚଳରୁ ପୋସ୍କୋ କମ୍ପାନୀ ହଟିଥିଲା । କିନ୍ତୁ ପୂନର୍ବାର ରାଜ୍ୟ ସରକାର ସେହି ଜମିରେ ସମ୍ପ୍ରତି ଜିନ୍ଦଲ କମ୍ପାନୀ କରଖାନା ପ୍ରତିଷ୍ଠା ପାଇଁ ଅନୁମତି ଦେଇ ପୋଲିସ ଲଗାଇ ଗ୍ରମବାସୀମାନଙ୍କୁ ସେଠାରୁ ଉଛେଦ କରିବାକୁ ହୀନ ଚେଷ୍ଟା ଚଳାଇଛନ୍ତି । ଏହାର ପ୍ରତିବାଦରେ ଗ୍ରମବାସୀମାନେ ଦିନରାତି ଗାଁ ମୁଣ୍ଡରେ ହଜାର ହଜାର ସଂଖ୍ୟାରେ ପିଲାଛୁଆଧରି ବସିରହିଛନ୍ତି । ଆନ୍ଦୋଳନର ନେତାମାନଙ୍କୁ ଗିରଫକରି ନାନା ସଙ୍ଗୀନ
ଦଫାଲଗାଇ ଜେଲକୁ ପଠାଇ ଦିଆଯାଇଛି । ଗ୍ରାମବାସୀମାନେ ଗିରଫଦାରୀ ଭୟରେ ନିଜର ବଞ୍ôଚବାର ସାଧନଗୁଡିକ ଯୋଗାଡ କରିବାକୁ ବା ଚିକିତ୍ସା ପାଇଁ ଗ୍ରାମ ବାହାରକୁ ଯାଇପାରୁ ନାହଁନ୍ତି । ଏହି ଭଳି ପରିସ୍ଥିତିରେ ଗତକାଲି ଗ୍ରାମବାସୀମାନଙ୍କ ଉପରେ ପୋଲିସ୍ ଅତର୍କିତ ଆକ୍ରମଣକରି ବହୁ ଗ୍ରାମବାସୀଙ୍କୁ ଆହତ କରିଛି ଓ ବହୁତ ଗ୍ରମବାସୀଙ୍କୁ ଗିରଫ କରିନେଇଛନ୍ତି ।
ଏହି ବର୍ବର ପୋଲିସ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) କକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ କରାଯାଉଛି । ଏହି ଉପଲକ୍ଷେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ସଭାରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ସ୍ୱୟଂପ୍ରଭା ନାୟକ, ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ସୁଭାଷ ନାୟକ, ଗଣେଷ ତ୍ରୀପାଠି, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର, ନସିମ ସରକାର, ସ୍ୱସ୍ତୀସଙ୍ଗୀତା ଦଳାଇ, ସପ୍ତର୍ଷୀନି ରାଉଳ, ସୁନିତା ପାଣିଗ୍ରାହି ପ୍ରମୁଖ ବକ୍ତବ୍ୟ ରଖି ସରକାରଙ୍କ ଦମନଲୀଳାର ଦୃଢ ନିନ୍ଦା କରିଛନ୍ତି । ଆଜି ରାଜ୍ୟ ବ୍ୟପି ଏହି ଆନ୍ଦୋଳନକୁ ସଫଳ
କରିଥିବାରୁ ରାଜ୍ୟ ସମ୍ପାଦକ ଶଙ୍କର ଦାଶଗୁପ୍ତ ଜନସାଧାରଣଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏହି ଆନ୍ଦୋଳତକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ କରିଛନ୍ତୀ ।