ଢଙ୍କିଅ।ରେ ପୋଲସିର ବର୍ବରତା ବିରୁଧ୍ୟରେ ଏସ. ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ସର୍ବହରାକ୍ରାନ୍ତି ସମ୍ବାଦ ତା 18.01.2022 – ଜଗତସିଂପୁର ସମୁଦ୍ର ଉପକୂଳ ଗ୍ରାମ ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଗତ ତିନିଦିନ ତଳେ ହୋଇଥିବା ପୋଲିସର ବର୍ବର ଲାଠମାଡ ଓ ଗିରଫଦାରୀ ବିରୁଦ୍ଧରେ ଆଜି ଏସ୍‌.ୟୁ.ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପାର୍ଟି ପକ୍ଷରୁ ରାଜ୍ୟ ସମ୍ପାଦକ ଶଙ୍କର ଦାସଗୁପ୍ତ, ସମ୍ପାଦକ ମଣ୍ଡଳି ସଦସ୍ୟ ବିଷ୍ଣୁ ଦାସ ଓ ସ୍ୱୟଂପ୍ରଭା ନାୟକଙ୍କୁ ନେଇ ଏକ ତିନି ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଢିଙ୍କିଆରେ ପୋଲିସ ଆତଙ୍କରାଜ ବନ୍ଦ, ଗିରଫ ବ୍ୟକ୍ତିମାନଙ୍କୁ ତୁରନ୍ତ ଖଲାସ, ସେମାନଙ୍କ ଉପରେ ରୁଜ୍ଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ଦାବୀ କରିଛନ୍ତି । ପାନ ଚାଷ, ଧାନ ଚାଷ ଓ ମାଛ ଧରି ଜୀବନ ଧାରଣ କରୁଥିବା ଏହି ଗ୍ରାମବାସୀମାନଙ୍କୁ ସେ ଅଞ୍ଚଳରୁ ଉଚ୍ଛେଦକରି କାରଖାନା ପ୍ରତିଷ୍ଠା କରିବା ବିରୁଦ୍ଧରେ ଏହି ଗ୍ରାମବାସୀମାନେ ଦୀର୍ଘ ଦଶ ବର୍ଷ ଧରି ମରଣପଣ ଲଢେଇ ଜାରୀରଖିବାରୁ ସେ ଅଞ୍ଚଳରୁ ପୋସ୍କୋ କମ୍ପାନୀ ହଟିଥିଲା । କିନ୍ତୁ ପୂନର୍ବାର ରାଜ୍ୟ ସରକାର ସେହି ଜମିରେ ସମ୍ପ୍ରତି ଜିନ୍ଦଲ କମ୍ପାନୀକୁ କରଖାନା ପ୍ରତିଷ୍ଠା ପାଇଁ ଅନୁମତି ଦେଇ ପୋଲିସ ଲଗାଇ ଗ୍ରମବାସୀମାନଙ୍କୁ ସେଠାରୁ ଉଛେଦ କରିବାକୁ ହୀନ ଚେଷ୍ଟା ଚଳାଇଛନ୍ତି । ସମ୍ପ୍ରତି ଗ୍ରାମବାସିମାନଙ୍କୁ ପୋଲିସ ଅଚାନକ ଆକ୍ରମଣ କରି ଲହୁଲୁହାଣ କରିଛି । କେତେକ ବ୍ୟକ୍ତିଙ୍କ ପତ୍ତାମିଳୁନାହିଁ ।ପୋଲିସ ମାଡରୁ ମହିଳା ଓ ଶିଶୁମାନେ ବାଦ ଯାଇନାହାନ୍ତି । ଏହାର ପ୍ରତିବାଦରେ ଗ୍ରମବାସୀମାନେ ଦିନରାତି ଗାଁ ମୁଣ୍ଡରେ ହଜାର ହଜାର ସଂଖ୍ୟାରେ ପିଲାଛୁଆଧରି ବସିରହିଛନ୍ତି । ଆନ୍ଦୋଳନର ନେତାମାନଙ୍କୁ ଗିରଫକରି ନାନା ସଙ୍ଗୀନ ଦଫାଲଗାଇ ଜେଲକୁ ପଠାଇ ଦିଆଯାଇଛି । ଗ୍ରାମବାସୀମାନେ ଗିରଫଦାରୀ ଭୟରେ ନିଜର ବଞ୍ôଚବାର ସାଧନଗୁଡିକ ଯୋଗାଡ କରିବାକୁ ବା ଚିକିତ୍ସା ପାଇଁ ଗ୍ରାମ ବାହାରକୁ ଯାଇପାରୁ ନାହଁନ୍ତି ।
ଏହି ବର୍ବର ପୋଲିସ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆଜି ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) କକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ପାଳନ କରିବା ପରେ ଆଜି ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଢିଙ୍କିଆରେ ଏହି ପୋଲିସ ଆତଙ୍କରାଜ ତୁରନ୍ତ ବନ୍ଦ କରିବାକୁ ଦାବୀ କରିବା ସଙ୍ଗେ ସଙ୍ଗେ ଶସ୍ୟ ଶ୍ୟାମଳା ଏହି ଅଞ୍ଚଳରେ ଜିନ୍ଦଲ ପ୍ଲାଣ୍ଟ ପ୍ରତିଷ୍ଠା ନକରିବାକୁ ଦୃଢ ଦାବୀ ଉପସ୍ଥାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *