ଏସ ୟୁ ସି ଆଇ(କମ୍ୟୁନିଷ୍ଟ)ପକ୍ଷରୁ ସାମ୍ରାଜ୍ୟବାଦୀ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ବିରୁଧ୍ୟରେ ବିକ୍ଷୋଭ

ସର୍ବହରାକ୍ରାନ୍ତି ସମ୍ବାଦ – ତା 26.02.2022 – ସାମ୍ରାଜ୍ୟବାଦୀ ରୁଷିଆର ୟୁକ୍ରେନ ଆକ୍ରମଣ ପ୍ରତିବାଦରେ ଏସ ୟୁ ସି ଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଦେଶରେ ପ୍ରତିବାଦ ଆନ୍ଦୋଳନ ଜାରି ରହିଛି।ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ରୋଡ ଠାରେ ଏକ ପ୍ରତିବାଦ ସଭା ରାଜ୍ୟ କମିଟି ସଭ୍ୟ କମ୍ରେଡ଼ ବିଜୟାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ପ୍ରତିବାଦ ସଭାରେ ରାଜ୍ୟ କମିଟି ସଭ୍ୟ କମ୍ରେଡ଼ ସୁରେଶ ପ୍ରଧାନ,କମ୍ରେଡ଼ କେଦାରନାଥ ସାହୁ, ଦାନଗଦି ଆଞ୍ଚଳିକ କମିଟିର ସମ୍ପାଦକ କମ୍ରେଡ଼ ବିଜୟ ଜେନା, ସଭ୍ୟ କମ୍ରେଡ଼ ମହେଶ୍ୱର ପୃଷ୍ଟି, କମ୍ରେଡ଼ ରାଜକିଶୋର ମହାନ୍ତ ,କମ୍ରେଡ଼ ରାଧାକାନ୍ତ ଜେନା,କମ୍ରେଡ଼ ସନ୍ତୋଷ ସାହୁ ପ୍ରଭୃତି ରୁଷିଆର ୟୁକ୍ରେନ ଉପରେ ବର୍ବର ଆକ୍ରମଣ କୁ ଦୃଢ ନିନ୍ଦା କରିବା ସହିତ ତୁରନ୍ତ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଦାବି କରିଥିଲେ।ସାମ୍ରାଜ୍ୟବାଦୀ ଆମେରିକା ନେତୃତ୍ୱରେ ନାଟୋ ଯୁଦ୍ଧଖୋର ମେଣ୍ଟ ଦେଶେ ଦେଶେ ଯୁଦ୍ଧ ଉସକାନୀ ବିରୁଦ୍ଧରେ ଶାନ୍ତିକାମୀ ଜନଗଣ ଶାନ୍ତି ଆନ୍ଦୋଳନ ଗଢିତୋଳିବା ପାଇଁ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ।ୟୁକ୍ରେନ ରେ ଫସିରହିଥିବା ୨୦ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଙ୍କୁ ଅବିଳମ୍ବେ ଦେଶକୁ ଫେରେଇ ଆଣିବା ପାଇଁ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବକ୍ତା ମାନେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *