ଅବିଳମ୍ବେ ଯୁଦ୍ଧ କରି ୟୁକ୍ରେନରୁ ଋଷିଆ ସୈନ୍ୟ ପ୍ରତ୍ୟାହାର କରୁ – ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ)

ସର୍ବହରା କ୍ରାନ୍ତି ସମ୍ବାଦ ତା 26.02.2022 – ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରି ଋଷିଆ ଅବିଳମ୍ବେ ତାର ସୈନ୍ୟବାହିନୀ ପ୍ରତ୍ୟାହାର କରିବା ଦାବିରେ ଏସ୍‌.ୟୁ.ସି.ଆଇ(ସି) କେନ୍ଦ୍ରୀୟ କମିଟି ସଦସ୍ୟ ଦ୍ୱାରିକାନାଥ ରଥ, ରାଜ୍ୟ କମିଟି ସଭ୍ୟ ବିଣାପାଣୀ ଦାସ, କଟକ ଜିଲ୍ଲା କମିଟି ପକ୍ଷରୁ ସଂପାଦ କ ବିଶ୍ୱାବସୁ ଦାସ, ଜିଲ୍ଲା କମିଟି ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଦୀପକ ଦାସ, ବିନୋଦ ସେଠୀ, ସଂଗଠକ ଇଶା ଧର, ଶିବାନୀ ସାହୁ, ସୁଭସ୍ମିତା ସାହୁ, ଜ୍ୟୋତ୍ସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ଶୋଭାରାଣୀ ଦେହୁରୀ, ସିପ୍ରା ମହାନ୍ତି, ଅକ୍ଷୟ ରାଉଳ, ପ୍ରିୟଦର୍ଶନ ପାଭେଲ, ସ୍ୱାଧୀନୀ ବେହେରା, ଝରଣା ଦାସ, ସରୋଜ ମାନସିଂ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ କଲେଜଛକଠାରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ସାମ୍ରାଜ୍ୟବାଦୀ ଦେଶ ଗୁଡିକରେ ବେକାରୀ, ଛଟେଇ, ଦାରିଦ୍ର‌୍ୟ, ଅର୍ଥନୈତିକ ସଂକଟ ଆଜି ଉତ୍କଟ ରୂପ ଧାରଣ କରିଥିବାରୁ ଏହି ଦେଶଗୁଡିକରେ ଗଣଆନ୍ଦୋଳନ ଫାଟି ପଡୁଛି । ଏହି ପରିସ୍ଥିତିରେ ସଂକଟମୟ ବଜାରରେ କୃତ୍ରିମ, ତେଜଭାବ ସୃଷ୍ଟି କରିବାପାଇଁ ଅର୍ଥନୀତିର ସାମରିକ କରଣ କରାଯାଉଛି । ଜନସାଧାରଣଙ୍କ ଦୃଷ୍ଟିକୁ ସେମାନଙ୍କ ମୌଳିକ ସମସ୍ୟାରୁ ଅନ୍ୟତ୍ର ଅପସାରଣ କରିବାପାଇଁ ଏହି ସାମ୍ରାଜ୍ୟବାଦୀମାନେ ଯୁଦ୍ଧ କରୁଛନ୍ତି ଯୁଦ୍ଧର ପରିସ୍ଥିତି ସୃଷ୍ଟି କରୁଛନ୍ତି ଏବଂ ଉଗ୍ରଜାତୀୟତାବାଦ ମାନସିକତା ତିଆରି କରୁଛନ୍ତି । ଏହି ପରିସ୍ଥିତିରେ ନାଟୋକୁ ହତିଆର କରି ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବ ୟୁରୋପର ବିଭିନ୍ନ ଦେଶମାନଙ୍କ ଉପରେ ତାର କର୍ତ୍ତୃତ୍ୱ ପ୍ରତିଷ୍ଠା କରିବାକୁ ଏବଂ ଅନ୍ୟପଟେ ଋଷିଆ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଏକ ପ୍ରତିଯୋଗୀ ରାଷ୍ଟ୍ର ଭାବେ ୟୁକ୍ରେନକୁ ନିକ କର୍ତ୍ତୃତ୍ୱକୁ ନେଇ ଆସିବାପାଇଁ ଉଦ୍ୟମ କରି ଏହି ଯୁଦ୍ଧ ଭିଆଇଛି । ଅତଏବ୍ ୟୁକ୍ରେନ ଉପରେ ଉଭୟ ସାମ୍ରାଜ୍ୟବାଦୀ ଯୁକ୍ତରାଷ୍ଟ୍ର ଆମେରିକା ଓ ସାମ୍ରାଜ୍ୟବାଦୀ ଋଷିଆର କର୍ତ୍ତୃତ୍ୱ ପ୍ରତିଷ୍ଠାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱର ପରିଣାମରେ ଏହି ଯୁଦ୍ଧ ଜନ୍ମ ନେଇଛି । ଫଳରେ ବିଶ୍ୱଶାନ୍ତି ଆଜି ବିପର୍ଯ୍ୟୟ ମୁଖରେ ପଡିଛି ।
ଏଣୁ ଅବିଳମ୍ବେ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବା, ଭାରତୀୟ ନାଗରିକ ବିଶେଷ କରି ଛାତ୍ରମାନଙ୍କୁ ନିରାପଦରେ ଫେରେଇ ଆଣିବା ଦାବିରେ ସାରା ବିଶ୍ୱର ଜନସାଧାରଣ ସ୍ୱର ଉତ୍ତୋଳନ କରିବା ପାଇଁ ଆଗେଇ ଆସିବାକୁ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିଶ୍ୱବାସୀଙ୍କୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *