ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣକୁ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଦୃଢ଼ ପ୍ରତିବାଦ

ସର୍ବହରକ୍ରାନ୍ତି ତା 26.02.2022 – ଗତ ଚାରି ଦିନ ଧରି ୟୁକ୍ରେନ୍ ଉପରେ ସାମ୍ରାଜ୍ୟବାଦୀ ଋଷିଆର ଆକ୍ରମଣକୁ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି । ଦଳ ପକ୍ଷରୁ ଅନୁଗୁଳ ବସ୍‌ଷ୍ଟାଣ୍ଡଠାରେ ଏକ ପ୍ରତିବାଦ ସଭାରେ ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ, ମାନସ ପାଳ, ସଞ୍ଜୟ ସାହୁ, ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ସାମ୍ରାଜ୍ୟବାଦୀ ଋଷିଆ ଏବଂ ଆମେରିକା ଇଙ୍ଗିତରେ ନାଟୋ ଜରିଆରେ ବିଶ୍ୱ ବଜାରକୁ ଦଖଲ କରିବା ଏବଂ ବିସ୍ତାରବାଦୀ ନୀତି ହିଁ ଏ ଯୁଦ୍ଧ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି । ବିଶ୍ୱରେ ବେକାରୀ, ଛଟେଇ, ଦାରିଦ୍ର‌୍ୟ, ମୂଲ୍ୟବୃଦ୍ଧି ଭଳି ସମସ୍ୟା ଯୋଗୁଁ ଜନସାଧାରଣଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷକୁ ନଜର ହଟାଇବା ପାଇଁ ସାମ୍ରାଜ୍ୟବାଦୀମାନେ ଏହି ଯୁଦ୍ଧ ଏବଂ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି । ଋଷିଆ ସରକାର ଏହି ଯୁଦ୍ଧକୁ ଅବିଳମ୍ବେ ବନ୍ଦ କରିବାସହ ବିଶ୍ୱର ଶାନ୍ତିକାମୀ ଜନସାଧାରଣ ଏହି ଯୁଦ୍ଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ଜ୍ୟୋତ୍ସ୍ନା ସାମଲ, ମଳୟ ବେହେରା, ନାରାୟଣ ନାୟକ, କୁମର ସାହୁ, ନିରୂପମା ନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *