ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ କମିଟିର ତୀବ୍ର ନିନ୍ଦା ସହ ବିକ୍ଷୋଭ

ସର୍ବହରାକ୍ରାନ୍ତି ସମ୍ବାଦ ତା 26.02.2022 – ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରି ଋଷିଆ ଅବିଳମ୍ବେ ତାର ସୈନ୍ୟବାହିନୀ ପ୍ରତ୍ୟାହାର କରିବା ଦାବିରେ ଏସ୍‌.ୟୁ.ସି.ଆଇ(ସି) ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ କମିଟିର ତୀବ୍ର ନିନ୍ଦା ସହ ଏକ ବିକ୍ଷୋଭ ଭୁବନେଶ୍ବର ସ୍ଥିତ ମାଷ୍ଟର କାଣ୍ଟିନ ଛକ ନିକଟରେ ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ସମ୍ପାଦକ ମଣ୍ଡଳୀ ସଦସ୍ୟ ଛବି ମହାନ୍ତି , ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ପୂର୍ଣ ବେହେରାଙ୍କ ସମେତ ରାଜ୍ୟ କମିଟି ସଦସ୍ୟ ରାଜେନ୍ଦ୍ର ବର୍ମା , ଜିଲ୍ଲା ସାଙ୍ଗଠନିକ କମିଟିର ସଦସ୍ୟ ନିରଞ୍ଜନ ମହାନ୍ତି , ପ୍ରଭାମଞ୍ଜୁଳା ବର୍ମା, ବିଜୟଲକ୍ଷ୍ମୀ ପାତ୍ର ଆଦି ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *