ଯୁବଜୀବନର ଜ୍ଵଳନ୍ତ ସମସ୍ୟା ନେଇ ଏ ଆଇ ଡି ୱାଇ ଓ ର ସୁନ୍ଦରଗଡ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା ତା ୨୬।୬।୨୦୨୨ – ସମସ୍ତ କର୍ମକ୍ଷମ ବେକାର ଯୁବକ-ଯୁବତୀ ମାନଙ୍କୁ କର୍ମନିଯୁକ୍ତି, ନିଯୁକ୍ତି ଦେବାପର‌୍ୟ୍ୟନ୍ତ ବେକାରିଭତ୍ତା ପ୍ରଦାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ ଦପ୍ତରରେ ଖାଲି ପଡିଥିବା ଲକ୍ଷ ଲକ୍ଷ ପଦ ପଦବୀରେ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ, ଜନବିରୋଧୀ, ଯୁବ ବିରୋଧୀ, ପ୍ରତାରଣାପୂର୍ଣ ଅଗ୍ନିପଥ ଯୋଜନା ବାତିଲ କରି ସେନାବାହିନୀରେ ସ୍ଥାୟୀ ନିଯୁକ୍ତି ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା, ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷପତ୍ର ର ଅହେତୁକ ମୂଲ୍ୟବୃଦ୍ଧି ବନ୍ଦ କରିବା, ଯୁବ ସମାଜକୁ ପଥଭ୍ରଷ୍ଟ କରୁଥିବା ଅପସଂସ୍କୃତି, ଅଶ୍ଳୀଳତା, ନଗ୍ନତା ଓ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ସହିତ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଦେଶରେ ସରକାରଙ୍କ ପ୍ରୋତ୍ସାହନାରେ ଚାଲିଥିବା ସାମ୍ପ୍ରଦାୟିକ କାରଜକଳାପ ଓ ଉତ୍ତେଜନା ବନ୍ଦ କରିବା, ସାମ୍ପ୍ରଦାୟିକ ବିଭେଡକାରୀଙ୍କୁ କଠୋର ହସ୍ତରେ ଦମନ କରିବା ଇତ୍ୟାଦି ଦାବିରେ ବ୍ୟାପକ ଯୁବ ଆନ୍ଦୋଳନ ସଂଗଠିତ କରିବା ଉଦ୍ଦେଶ୍ୟରେ ଭାରତବର୍ଷର ବିପ୍ଲବୀ ଯୁବ ସଂଗଠନ ଅଲ ଇଣ୍ଡିଆ ଡେମୋକ୍ରାଟିକ ୟୁଥ ଅର୍ଗାନାଇଜେସନ (ଏ ଆଇ ଡି ୱାଇ ଓ) ର ୪ର୍ଥ ସୁନ୍ଦରଗଡ ଜିଲ୍ଲା ଯୁବ ସମ୍ମିଳନୀ ଆଜି ରାଉରକେଲା ଦେଲିମାର୍କଟ ସ୍ଥିତ ୱାକର୍ସ ଏଣ୍ଡ ପିଯାଣ୍ଟ ସ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ଡି ୱାଇ ଓ ର ସୁନ୍ଦରଗଡ ଜିଲ୍ଲା ସଭାପତି ବିଷ୍ଣୁ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ସୁନ୍ଦରଗଡ ଜିଲ୍ଲା କମିଟିର ସମ୍ପାଦକ ଅଜିତ ନାୟକ ମୁଖ୍ୟ ଅତିଥି , ଏ ଆଇ ଡି ୱାଇ ଓ ରାଜ୍ୟ କମିଟି ସଭାପତି ମାନସ ପାଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସର୍ବପ୍ରଥମେ ଡି ୱାଇ ଓ ର ସଂଗ୍ରାମୀ ପତ୍ତାକା ଉତ୍ତୋଳନ, ସହୀଦ ବେଦୀରେ ମାଲ୍ୟାର୍ପଣ ଓ ଏ ଆଇ ଡି ୱାଇ ଓ ର ପ୍ରତିଷ୍ଠାତା ମହାନ ଦାର୍ଶନିକ କମ୍ରେଡ଼ ଶିଵଦାସ ଘୋଷଙ୍କ ଉପରେ ରଚିତ ସଙ୍ଗୀତ ପରିବେଷଣ ମଧ୍ୟଦେଇ ସଭାକାର‌୍ୟ୍ୟ ଆରମ୍ଭ ହୋଇଥିଲା। ଏଥିରେ ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଚିଠା ପ୍ରସ୍ତାବ ସଂଗଠନର ସହ ସମ୍ପାଦକ ଆଲୋକ ବେହେରା ପାଠ କରିଥିଲେ। ଏହି ପ୍ରସ୍ତାବ ଉପରେ ବହୁ ପ୍ରତିନିଧି ଆଲୋଚନା କରିବା ପରେ ତାହା ସର୍ବସମତିକ୍ରମେ ଗୃହୀତ ହୋଇଥିଲା। ସାଂଗଠନିକ ରିପୋର୍ଟ ଜିଲ୍ଲା ସମ୍ପାଦକ ଶେଖ ଇସଲାମ ଆଗତ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଯୁବ ସମାଜ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର କାରଣ ଓ ସମାଧାନର ଏକମାତ୍ର ରାସ୍ତା ଏହି ଶୋଷଣ ମୂଳକ ପୁଞ୍ଜିବାଦୀ ସମାଜ ବ୍ୟବସ୍ତା ବିରୁଦ୍ଧରେ ମହାନ ନେତା କମ୍ରେଡ଼ ଶିଵଦାସ ଘୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ୟାପକ ଆନ୍ଦୋଳନ ଗଢିତୋଳିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ମାନସ ପାଲ କହିଥିଲେ ଦେଶ ସ୍ବାଧୀନତା ଠାରୁ ଆଜି ପର‌୍ୟ୍ୟନ୍ତ କିପରି ଶାସକ ପୁଞ୍ଜିପତି ଶ୍ରେଣୀ ଓ ତାର ପ୍ରତିନିଧି କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଯୁବ ସମାଜକୁ ପ୍ରତାରଣା କରିଚାଲିଛନ୍ତି ତାର ଜ୍ଵଳନ୍ତ ଉଦାହରଣ ଦେଇ କହିଥିଲେ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ୧୦ ବର୍ଷ ଭିତରେ କେହି ବେକାର ରହିବେ ନାହିଁ, ପରବର୍ତ୍ତୀ କାଳରେ ହଜାର ଦିନରେ ହଜାର ଶିଳ୍ପର ସ୍ଲୋଗାନ ଦିଆଯାଇଥିଲା। ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷକୁ ଦୁଇ କୋଟି ଯୁବକଙ୍କୁ ନିଯୁକ୍ତି ଦେବାର ମିଥ୍ୟା ପ୍ରତିଶୃତି ଦେଇ ଆଜି ଯୁବ ସମାଜକୁ ପଥଭ୍ରଷ୍ଟ କରିବାପାଇଁ ଅଗ୍ନିପଥ ଯୋଜନା ଆଣିଛନ୍ତି। ତେଣୁ ଯୁବସମାଜ ସଚେତନ ହୋଇ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସେ କହିଥିଲେ। ଶେଷରେ ଆଗାମୀ ଦିନରେ ଯୁବ ଆନ୍ଦୋଳନ ସଂଗଠିତ କରିବା ପାଇଁ ଜଷ୍ଟିନ ଲୁଗୁନ ଙ୍କୁ ଜିଲ୍ଲା ସଭାପତି, ଶେଖ ଇସ୍ଲାମଙ୍କୁ ସମ୍ପାଦକ ଭାବେ ମନୋନୀତ କରି ୪୦ ଜଣିଆ ବିଭିନ୍ନ ପଦବୀ ପାଇଁ ଏକ ଜିଲ୍ଲା କମିଟି ପୁନ୍ନର୍ଗଠିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲାର ବିଭିନ୍ନ ବ୍ଲକରୁ ବହୁ ପ୍ରତିନିଧି ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *