ସୁନ୍ଦରଗଡ ଜିଲ୍ଲା ସ୍ତରୀୟ କମ୍ରେଡ଼ ଶିଵଦାସ ଘୋଷଙ୍କ ଜନ୍ମ ଶତବର୍ଷ ଜନସଭା
ସର୍ବହରାକ୍ରାନ୍ତି ରାଉରକେଲା ତା ୧୪.୦୮.୨୦୨୨ – ମହାନ ମାର୍କସବାଦୀ ଦାର୍ଶନିକ କମ୍ରେଡ଼ ଶିଵଦାସ ଘୋଷ ଙ୍କ ଜନ୍ମ ସତବର୍ଷ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲା କମିଟି ତରଫରୁ ଜିଲ୍ଲା ସ୍ତରୀୟ ସତବର୍ଷ ସଭା ରାଉରକେଲା ଡେଲିମାର୍କେଟସ୍ଥିତ ୱାର୍କର୍ସ ଏଣ୍ଡ ପିଯାଣ୍ଟସ ହାଉସ ଠାରେ ୧୪ ତାରିଖ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କମିଟିର ବରିଷ୍ଠ ସଦସ୍ୟ ସତ୍ୟପ୍ରିୟ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ।ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡିଶା ରାଜ୍ୟ ସମ୍ପାଦକ କମ୍ରେଡ଼ ଶଙ୍କର ଦାସଗୁପ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟା ଛବି ମହାନ୍ତି, ସଦସ୍ୟ ଅଜୟ ମହାନ୍ତି, ଜିଲ୍ଲା ସମ୍ପାଦକ ଅଜିତ ନାୟକ, ଶ୍ରୀନିବାସ ସେଠୀ, ଵିଷ୍ଣୁ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲାର ଶତାଧିକ ପାର୍ଟି କର୍ମୀ, ସମର୍ଥକ ଓ ଜନସାଧାରଣ ଯୋଗଦେଇଥିଲେ।