ସର୍ବହରାର ମହାନ ନେତା ତଥା ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରାଣ ପ୍ରତିଷ୍ଠାତା କମ୍ରେଡ଼ ଶିବଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ପାଳିତ

Sarbaharakranti News Dt 14.08.2022 – ସର୍ବହରାର ମହାନ ନେତା ତଥା ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନୀକ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରାଣ ପ୍ରତିଷ୍ଠାତା ସାଧାରଣ ସମ୍ପାଦକ କମ୍ରେଡ ଶିବଦାସ ଘୋଷଙ୍କର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ଜନସଭା ପାର୍ଟିର ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଛି । ସଙ୍ଗଠନର ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟିର ସମ୍ପାଦକ ମଣ୍ଡଳି ସଦସ୍ୟ ବିଷ୍ଣୁ ଦାସ ମୂଖ୍ୟବକ୍ତା ଭାବେ ଯୋଗ ଦେଇ ଦେଶର ସାମ୍ପ୍ରତିକ, ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହିତ କମ୍ରେଡ଼ ଘୋଷଙ୍କ ଜୀବନ ସଂଗ୍ରାମରୁ ଶିକ୍ଷାଲାଭ କରି ଏହି ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ ହେବାକୁ ସଭାରେ ଉପସ୍ଥିତ ସମସ୍ତ ଛାତ୍ର, ଯୁବକ, ମହିଳା, ଶ୍ରମିକ, ବୁଦ୍ଧିଜୀବୀ ତଥା ଦେଶର ସମସ୍ତ ଖଟିଖୀଆ ମେହେନତୀ ମଣିଷଙ୍କୁ ଆହ୍ୱାନ କରିଥିଲେ । ସଙ୍ଗଠନର ରାଜ୍ୟ କମିଟି ସଦସ୍ୟ ତଥା ଉତ୍ତର ଭୁବନେଶ୍ୱର ଆଞ୍ଚଳିକ କମିଟିର ସମ୍ପାଦକ ରାଜେନ୍ଦ୍ର ବର୍ମ୍ମା, ଏକାମ୍ର ଭୁବନେଶ୍ୱର ଆଞ୍ଚଳିକ କମିଟିର ସମ୍ପାଦକ ସନ୍ତୋଷ ରଥ, ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ କମିଟିର ସମ୍ପାଦକ ନିରଞ୍ଜନ ମହାନ୍ତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବାବେଳେ ଭୁବନେଶ୍ୱରର ବିଭିନ୍ନ ସାହି, ବସ୍ତି, ଅଞ୍ଚଳ ଏବଂ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ, ମହିଳା, ଯୁବକ,ଶ୍ରମିକ, ବିଦ୍ଧିଜୀବୀ ଏହି ସଭାରେ ଯୋଗ ଦେଇଥିଲେ । ସଭାର ପ୍ରରମ୍ଭରେ ମହାନ ନେତା ଶିବଦାସ ଘୋଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ଉପରେ ରଚିତ ସଙ୍ଗୀତ ଗାନ ଓ ଶେଷରେ ଆନ୍ତର୍ଜାତିକ ସଙ୍ଗୀତ ଗାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *