ଏସ. ୟୁ .ସି .ଆଇ (କମ୍ୟୁନିଷ୍ଟ) ପାର୍ଟିର ପ୍ରତିଷ୍ଠାତା,ବିଶିଷ୍ଟ ମାର୍କବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଭଦ୍ରକ ଜିଲ୍ଲା ସ୍ତରୀୟ ଉଦଘାଟନୀ ସଭା

ସର୍ବହରାକ୍ରାନ୍ତି ଭଦ୍ରକ ତା ୧୩.୦୮.୨୨ –

ଏସ .ୟୁ .ସି. ଆଇ(କମ୍ୟୁନିଷ୍ଟ),ଭଦ୍ରକ ଜିଲ୍ଲା ସାଂଗଠନିକ କମିଟି ଆହ୍ୱାନରେ ମାର୍କସବାଦୀ ଦାର୍ଶନିକ,ଏସ .ୟୁ .ସି. ଆଇ (ସି) ର ପ୍ରତିଷ୍ଠାତା ଶିବଦ।ସ ଘୋଷଙ୍କ ଜନ୍ମ ଶତବାର୍ଷିକୀଉଦଘାଟନୀ ସଭା ଭଦ୍ରକ ସହରର ନୁଅବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅଗଷ୍ଟ ୧୩ ତାରିଖ ରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଏସ .ୟୁ.ସି.ଆ ଇ( କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସଦାଶିବ ଦାସ ଓ ସଭାପତିତ୍ବ କରିଥିଲେ ଜିଲ୍ଲା ସାଂଗଠନିକ କମିଟି ସମ୍ପାଦକ ରମେଶ ନାୟକ। ସଭାର ପ୍ରାରମ୍ଭରେ ଶିବ ଦାସ ଘୋଷ ଙ୍କ ପ୍ରତିକୃତୀ ରେ ମାଲ୍ୟାର୍ପଣ ପରେ ତାଙ୍କ ସ୍ମୃତି ରେ ଏକ ସାମୁହିକ ସଙ୍ଗୀତ ଗାନ ପରେ ଏସ .ୟୁ.ସି.ଆ ଇ (ସି) ସର୍ବଭାରତୀୟ ସାଧାରଣ ସମ୍ପାଦକ ପ୍ରଭାସ ଘୋଷ ଙ୍କ ନିବେଦନ ବାର୍ତ୍ତା ପଠନ କରାଯାଇଥିଲା ତାପରେ ସଭାପତିଙ୍କପ୍ରାରମ୍ଭିକ ସୂଚନା ପରେ ମୁଖ୍ୟବକ୍ତା ସଦାଶିବ ଦାସ ତାଙ୍କ ବକ୍ତବ୍ୟ ଉପସ୍ଥାନ କରିଥିଲେ । ପୁଞ୍ଜିବାଦ ବିରୋଧୀ ସମାଜତାନ୍ତ୍ରିକ ବିପ୍ଲବ ପାଇଁ ଶହଶହ କର୍ମୀ ଓ ସଂଗଠନକୁ ପ୍ରଶିକ୍ଷିତ କରାଇଥିଲେ । ବିଶ୍ଵ ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ନେତା ଭାବରେ ମାର୍କସବାଦ ଜ୍ଞାନ ଭଣ୍ଡାର ତାଙ୍କର ଅବଦାନ ରଖିଯାଇଛନ୍ତି ବୋଲି ଅବତାରଣା କରିଥିଲ । ବର୍ତ୍ତମାନ ପରିସ୍ଥିତିରେ ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ ପାଇଁ ସ୍ତରେସ୍ତରେ ଗଣ ଆନ୍ଦୋଳନ ଗଢିତୋଳି ଭାରତୀୟ ସ୍ଵାଧୀନତାର ଅପୂରିତ୍ କାଯ୍ୟକୁ ଦେଶରେ ପୁଞ୍ଜିବାଦ ବିରୋଧି ସମାଜ ତାନ୍ତ୍ରିକ ବିପ୍ଲବ ସମ୍ପନ୍ନ କରିବାକୁ ଆହ୍ଵାନ ଦେଇଥିଲେ।
ଆଗାମୀ ସେପ୍ଟେମ୍ବର ୨୯ ତାରିଖ ୨୦୨୨ ରିଖ , ଏସ .ୟୁ.ସି.ଆଇ( ସି) ଓଡିଶା ରାଜ୍ୟ କମିଟି ଆହ୍ଵାନ ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗଣ ବିକ୍ଷୋଭକୁ ସଫଲ କରିବା ପାଇଁ ରାଜ୍ୟର ଜନସାଧାରଙ୍କୁ ଆହ୍ଵାନ ଜଣାଇଥିଲେ।
ସଭାପତିଙ୍କ ଅଭିଭାଷଣ ପରେ ଆନ୍ତର୍ଜାତିକ ସଙ୍ଗୀତ ପରିବେଷଣ ସହ ସଭା ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *