ଜନଜୀବନର ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ଏସୟୁସିଆଇ(କମ୍ୟୁନିଷ୍ଟ) ନେତୃତ୍ୱରେ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବିଶାଳ ଗଣ ବିକ୍ଷୋଭ। 29 ସେପ୍ଟେମ୍ବର 2022
ଭୁବନେଶ୍ୱର ତା ୨୯.୦୯.୨୦୨୨ – ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସ, ତଥା ସମସ୍ତ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ରର ମୁଲ୍ୟବୃଦ୍ଧି, ଖାଦ୍ୟ ସାମଗ୍ରୀ ଉପରେ ଅନ୍ୟାୟ ଭାବେ ଜି.ଏସ୍.ଟି. ଲାଗୁ, ବିଦ୍ୟୁତ ଶୁଳ୍କ ବୃଦ୍ଧି, ଦେଶ ଓ ରାଜ୍ୟରେ ଶିକ୍ଷା-ସ୍ୱାସ୍ଥ୍ୟ କ୍ଷେତ୍ରରେ ଲାଗିରହିଥିବା ଅବ୍ୟବସ୍ଥା ଓ ଶିକ୍ଷା-ସ୍ୱାସ୍ଥ୍ୟ ବିରୋଧି ନୀତି ପ୍ରଣୟନ, ଦେଶରେ କ୍ରମବଦ୍ଧିଷ୍ଣୁ ବେକାର ସମସ୍ୟା, ବ୍ୟଙ୍କ-ବୀମା, ରେଳ ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକୁ ପୁଞ୍ଜିପତିମାନଙ୍କ ହାତରେ ଟେକିଦେବା, ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନଦେବା, ଶିଳ୍ପାୟନ ନାମରେ ଅନ୍ୟାୟଭାବେ ବିସ୍ଥାପନ କରିବା, ସମାଜରେ ନାରୀ ନିର୍ଯ୍ୟାତନା କ୍ରମାଗତ ବୃଦ୍ଧି ପାଇବା, ସ୍କିମ୍ ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ସେମସାନଙ୍କର ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ ହେବା ତଥା ଅଶ୍ଲିଳତା, ନଗ୍ନତା ଓ ମଦ ମାଦକ ଦ୍ରବ୍ୟର ପ୍ରସାର ଇତ୍ୟାଦି ବିରୋଧରେ ଏକ ବାର ଦଫା ଦାବୀରେ ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ), ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖରେ ଏକ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ଏହି ସମସ୍ୟା ଗୁଡିକ ଆଜି ଦେଶରେ ତଥା ରାଜ୍ୟରେ ଜନଜୀବନକୁ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି ଓ ନିର୍ଯାତୀତ ମଣିଷ ଆଜି ବିକ୍ଷୋଭରେ ଫାଟି ପଡୁଛନ୍ତି, ଯାହା ଆଜିର ବିକ୍ଷୋଭରେ ପ୍ରତିଫଳିତ ହୋଇଛି । ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ହଜାର ହାଜାର ସଂଖ୍ୟାରେ ପୁରୁଷ ଓ ମହିଳା ବିକ୍ଷୋଭକାରୀମାନେ ସ୍ଥାନୀୟ ରାଜମହଲ ଛକଠାରୁ ଏକ ବିଶାଳ ଓ ସୁସଜ୍ଜିତ ଶୋଭାଯାତ୍ରାରେ ଆସି ଗାନ୍ଧିମାର୍ଗ ଠାରେ ଏକ ବିକ୍ଷୋଭ ସମାବେଶରେ ଏକତ୍ରୀତ ହୋଇ ଦିର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । । ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ଶ୍ରୀ ବିଷ୍ଣୁ ଦାସଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଆଜିର ବିକ୍ଷୋଭ ସଭାରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ଶ୍ରୀ ଶଙ୍କର ଦାସଗୁପ୍ତ, ସମ୍ପାଦକ ମଣ୍ଡଳି ସଦସ୍ୟ ସଦାଶିବ ଦାସ, ସ୍ୱୟଂପ୍ରଭା ନାୟକ, ଅକ୍ଷୟ ଦାସ, ନିରାକାର ପାଣ୍ଡବ, ଭିକାରୀ ପ୍ରଧାନ, ଅଶୋକ ମିଶ୍ର ପ୍ରମୁଖ ବକ୍ତବ୍ୟରଖି କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତିର ତୀବ୍ର ସମାଲୋଚନା କରିବା ସଙ୍ଗେ ସଙ୍ଗେ ଆଜି ଶାସକ ଶ୍ରେଣୀ ଓ ତାର ରାଜନୈତିକ ଦଳଗୁଡିକ ଜନସାଧାରଣଙ୍କ ସଂଗ୍ରାମୀ ଏକତାକୁ ଧ୍ୱଂସ କରିବା ପାଇଁ ସମ୍ପ୍ରଦାୟୀକତାର ପ୍ରସାର କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସମ୍ପ୍ରତି ଓ ପୂର୍ବରୁ ରାଜ୍ୟ ଓ କେନ୍ଦ୍ରରେ ଦିର୍ଘଦୀନ ହେବ କ୍ଷମତାରେ ଅଧିଷ୍ଠିତ ସରକାରମାନେ ଜନସାଧାରଣଙ୍କ କୌଣସି ମୌଳିକ ସମସ୍ୟାର ସମାଧାନ ନକରି କଛି କଛି ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଭୁଆଁ ବୁଲାଇ କେବଳ ନିର୍ବଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି ଓ ପ୍ରାକୃତିକ ସମ୍ପଦ ତଥା ମାନବ ସମ୍ବଳରେ ଭରପୂର ଓଡିଶାର ମଣିଷ କ୍ଷୁଧା, ତୃଷ୍ଣା, ଅଶିକ୍ଷା, ରୋଗ, ବ୍ୟାଧିରେ ମରୁଛନ୍ତି ବୋଲି ସେମାନେ ନିଜର ବକ୍ତବ୍ୟ ମାଧ୍ୟମରେ ସରକାରଙ୍କ ତିବ୍ର ସମାଲୋଚନା କରିଥିଲେ । ବିକ୍ଷୋଭ ସମାବେଶ ପକ୍ଷରୁ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ଶ୍ରୀ ରଘୁନାଥ ଦାସ, ଛବି ମହାନ୍ତି, ବିଶ୍ୱାବସୁ ଦାସ ଓ ସୁରେନ୍ଦ୍ର ମଲ୍ଲିକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ସଚ୍ଚିବାଳୟ ଓ ରାଜଭବନ ଜାଇ ମୁଖ୍ୟମ୫ୀ ଓ ରାଜ୍ୟପାଳଙ୍କ ଉକ୍ସେଶ୍ୟରେ ଉପରୋକ୍ତ ସମସ୍ୟାବଳୀର ସମାଧାନ ଦାବୀ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପଲିଟିବ୍ୟୁରୋ ସଦସ୍ୟ ଶ୍ରୀ ଚଣ୍ଡିଦାସ ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ । ଏହି ଆନ୍ଦୋଳନର ଧାରାବାହିକତାରେ ଆଗାମୀ ନଭେମ୍ବର ୧ ରୁ ୭ ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରରେ ବିଭିନ୍ନ ଆଞ୍ଚଳିକ ଓ ଉପରୋକ୍ତ ଦାବୀରେ ଗଣବିକ୍ଷୋଭ ଓ ଗଣଧାରଣାମାନ ଅନୁଷ୍ଠିତ ହେବ ବୋଲି ପାର୍ଟି ପକ୍ଷରୁ ବିକ୍ଷୋଭ ସ୍ଥଳରେ ଘୋଷଣା କରାଯାଇଥିଲା ।

