ଏ.ଆଇ.କେ.କେ.ଏମ୍‌.ଏସ.ର ୫ମ ରାଜ୍ୟ ସମ୍ମିଳନୀ ଉଦ୍‌ଯାପିତ ଜଙ୍ଗଲ,ଜମି ଓ ଫସଲର ଉପଯୁକ୍ତ ମୁଲୂର ଅଧିକାର ଦାବୀରେ ଚାଷୀମୁଲିଆର ଐକ୍ୟବଦ୍ଧ ସଂଗ୍ରମ ଜାରୀ ରହିବ

ଯଶିପୁର ତା ୨୦.୧୦.୨୦୨୨ – ଯଶିପୁରର ୟୁଥ ହଷ୍ଟେଲ ପରିସରରେ ଆଜି ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଙ୍ଗଠନ(ଏ.ଆଇ.କେ.କେ.ଏମ.ଏସ.)ର ୫ମ ରାଜ୍ୟ ସମ୍ମିଳନୀର ର ପ୍ରତିନିଧି ଅଧିବେଶନ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିନିଧି ଅଧିବେଶନରେ ରାଜ୍ୟର ୨୨ଟି ଜିଲ୍ଲାରୁ ୪୯୫ ଜଣ ପ୍ରତିନିଧି ଯୋଗ ଦେଇ ଦେଶର ଅନ୍ନଦାତା ଚାଷୀ ଓ କୃଷି ଶ୍ରମିକମାନଙ୍କ ସମସ୍ୟା ନେଇ ଆଲୋଚନା କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନର ଆନ୍ଦୋଳନର କର୍ମସୂଚୀ ପ୍ରସ୍ତୁତ କରିଥିଲେ । ଅଜି ପ୍ରଭାତରୁ ଶହୀଦ ବେଦୀରେ ମାଲ୍ୟାର୍ପଣ ଓ ସଙ୍ଗଠନର ରକ୍ତ ପତାକା ଉତ୍ତୋଳନ ଭିତର ଦେଇ ସମ୍ମିଳନୀର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ରାଜ୍ୟ ସମ୍ପାଦକ ଶ୍ରୀ ଶଙ୍କର ଦାସଗୁପ୍ତ ଉପସ୍ଥିତ ଳଢୁଆ ଚାଷୀ-ମୂଲିଆ ସଙ୍ଗଠନର ସମସ୍ତ ପ୍ରତିନିଧି ମାନେ ଆଗାମୀ ଦିନରେ ଜନ ଜୀବନର ବିଭିନ୍ନ ନ୍ୟାଯ୍ୟ ଦାବୀ ନେଇ ଚାଲିଥିବା ଗଣଆନ୍ଦୋଳନର ଆଗୁଆ ବାହିନୀ ହିସାବରେ ନିଜର ଦାୟୀତ୍ୱ ପାଳନ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ । ସଙ୍ଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାସ ରାଜ୍ୟରେ ଚାଷୀ ମୂଲିଆ ଆନ୍ଦୋଳନ କ୍ଷେତ୍ରରେ ଏ.ଆଇ.କେ.କେ.ଏମ.ଏସ. କିପରି ତାର ଗୌରବଜ୍ୱଳ ଭୁମିକା ପାଳନ କରିଛି ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସମ୍ମୀଳନୀର ୨୬ ଦଫା ଦାବୀ ସମ୍ଫର୍କରେ ଆଲୋଚନା କରିଥିଲେ ଓ ଏଗୁଡିକ ପୂରଣ ପାଇଁ ଏକ ଦୁର୍ବାର ଗଣ ଆନ୍ଦୋଳନ ଗଢିତୋଳିବା ପଇଁ ସମ୍ମିଳନୀର ମୁଖ୍ୟ ପ୍ରସ୍ତାବ ଆଗତ କରିଥିଲେ । ସମ୍ମିଳନୀ ରେ ଉଦ୍‌ବୋଧନ ଦେଇ ଏ.ଆଇ.କେ.କେ.ଏମ.ଏସ.ର ପଶ୍ଚିମ ବଙ୍ଗ ରାଜ୍ୟ ସମ୍ପାଦକ ଶ୍ରୀ ଗୋପାଲ ବିଶ୍ୱାସ ଓଡିଶାରେ ଏ.ଆଇ.କେ.କେ.ଏମ.ଏସ.ର ଯେଉଁ ଲଢୁଆ ଚାଷୀ ଆନ୍ଦୋଳନର ଐତିହ ରହିଛି ତାହା ଆଗାମୀ ଦିନର ଆନ୍ଦୋଳନରେ ପ୍ରତିଫଳିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ମୂଖ୍ୟବକ୍ତା ତାଙ୍କର ବକ୍ତବ୍ୟ ମାଧ୍ୟମରେ ଆଜି କିପରି ଦେଶରେ ଚାଷବାସ କ୍ଷେତ୍ରରେ ସମ୍ପୁର୍ଣ୍ଣ ଭାବେ ପୁଞ୍ଜିପତିମାନଙ୍କ ପ୍ରବେଶ ଘଟିଛ ଓ କର୍ପୋରେଟ ହାଉସ୍‌ମାନଙ୍କ ସ୍ୱାର୍ଥରେ କୃଷି ନୀତିମାନ ପ୍ରଣୟନ ହେଉଛି ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆଜି ଦେଶର ଖାଦ୍ୟ-ବସ୍ତ୍ର ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଉତ୍ପାଦନ ସଙ୍ଗେ ଜଡିତ ଦେଶର କୃଷିସମସ୍ୟା ଗୁଡିକର ସମାଧାନ ନିମନ୍ତେ ପୁଞ୍ଜିବାଦୀ ବ୍ୟବସ୍ଥାର ଧ୍ୱଂସ ସାଧନ ବ୍ୟତିରକେ ଅନ୍ୟ ରାସ୍ତା ନାହଁ ବୋଲି କହିଥିଲେ । ତେଣୁ ସମାଜର ସେହି ବୃହତ୍ ବିପ୍ଲବୀ ଆନ୍ଦୋଳନର ପରିପୂରକ ଆନ୍ଦୋଳନ ଭାବେ ଅଜିର ସମ୍ମିଳନୀର ଦାବୀ ସମୂହ ନେଇ ଶକ୍ତିଶାଳୀ ଗଣଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ କରିଥିଲେ । ଜଙ୍ଗଲ ଜମି ଓ ଫସଲର ଉପଯୁକ୍ତ ଦାବୀ ସମେତ ସମ୍ମିଳନୀର ୨୬ ଦଫା ଦାବୀ ନେଇ ଆଗାମୀ ୨୬ ନଭେମ୍ବର ଦିନ ଏକ ସାରା ଓଡିଶା ଦାବୀ ଦିବସ ପାଳନ କରିବାକୁ ସମ୍ମିଳନୀରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ନେତୃତ୍ୱଦେବା ପାଇଁ ଶ୍ରୀ ସଦାଶିବ ଦାସ- ସଭାପତି, ଅଚ୍ୟୁତ ପ୍ରଧାନ, ବଟକୃଷ୍ଣ ସ୍ୱାଇଁ, ଚୈତନ ସାହୁ-ଉପ ସଭାପତି, ଶ୍ରୀ ରଘୁନାଥ ଦାସ-ସମ୍ପାଦକ, ପ୍ରକାଶ ମଲ୍ଲିକ, ସୁବାସ ବରାଳ, ସୁବାସ ପ୍ରଧାନ, ବେଣୁଧର ସର୍ଦ୍ଦା, ରଣଜିତ ପ୍ରଧାନ, ବୁଃଖବନ୍ଧୁ ମହାନ୍ତ, ପ୍ରଫୁଲ୍ଲ ବେହେରା, ନାରଣ ପରିଡା-ସମ୍ପାଦକ ମଣ୍ଡଳି ସଦସ୍ୟ, ସନ୍ତୋଷ ରଥ- ଅଫିସ ସମ୍ପାଦକ ଓ ବସନ୍ତ ନାୟକ- କୋଷାଧକ୍ଷ ଭାବେ ରଖି ଏକ ୬୮ ଜଣିଆ ରାଜ୍ୟ କମିଟି ସମ୍ମିଳନୀ ରେ ନିର୍ବାଚିତ ହୋଇଥିଲେ । ଶ୍ରୀ ସଦାଶିବ ଦାସଙ୍କ ନେତୃତ୍ୱରେ ଗଠିତ ଏକ ସଭାପତି ମଣ୍ଡଳି ସଭାର ପରିଚାଳନା କରିଥିଲେ । ଆଗାମୀ ମାର୍ଚ୍ଚ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏ.ଆଇ.କେ.କେ.ଏମ.ଏସ.ର ସର୍ବଭାରତୀୟ ସମ୍ମିଳନୀ କଲିକତା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଓଡିଶାରୁ ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଏହି ସମ୍ମିଳନୀରେ ନିଷ୍ଟତ୍ତି ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *