ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଛେଣ୍ଡିପଦା ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ

Sarbaharakranti Dt 04.11.2022: ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ଓଡ଼ିଶା ରାଜ୍ୟ କମିଟିର ଆହ୍ୱାନରେ ପ୍ରତି ବାଦ ସପ୍ତାହ ପରିପ୍ରେକ୍ଷୀରେ ଛେଣ୍ଡିପଦା ବ୍ଳକ କମିଟି ପକ୍ଷରୁ ରେଳ କରିଡ଼ର ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦେବା, ପେଟ୍ରୋଲ, ଡିଜେଲ,କିରୋସିନି, ରନ୍ଧନ ଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ବନ୍ଦ କରିବା, ମୁଢି, ଚୁଡ଼ା, କ୍ଷିର, ଦହି ଶିଶୁ ଖାଦ୍ୟ ସମେତ ଔଷଧ ଉପରେ ଜିଏସଟି ପ୍ରତ୍ୟାହାର କରିବା, ବିଦ୍ୟୁତ ଶୁକ୍ଲ ବୃଦ୍ଧି, ଘନ ଘନ ବିଦ୍ୟୁତ୍ କାଟ, ତୃଟି ପୂର୍ଣ୍ଣ ବିଦ୍ୟୁତ୍ ବିଲତଥା ଅନ ଲାଇନ ପ୍ରିପେଡ ବିଦ୍ୟୁତ୍ ବିଲ୍ ଆଦାୟ ବନ୍ଦ କରିବା ଓ ବିଦ୍ୟୁତ ସଂଶୋଧନ ଆଇନ ୨୦୨୨ ସଂପୂର୍ଣ୍ଣ ବାତିଲ କରିବା , ଅବିଳମ୍ବେ ବନ୍ଦ କରିଦେଇଥିବା ସ୍କୁଲ ଗୁଡିକୁ ଖୋଲିବା ସହିତ ସମସ୍ତ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଶିକ୍ଷକ ଅଧ୍ୟାପକ ନିଯୁକ୍ତି କରିବା ସହ ଶିକ୍ଷା ଧ୍ବଂସ କାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ବାତିଲ କରିବା, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର କର୍ମଚାରୀ ନିଯୁକ୍ତି ଦେବା ସହ ୨୪ଘଣଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ସମସ୍ତ ବେକାରଙ୍କୁ ନିଯୁକ୍ତି ଦେବା ସହ କୋଇଲା ଖଣି ଓ କାରଖାନା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦେବା,କୃଷି ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନିର୍ଦ୍ଧାରଣ ସହ ସାର୍, ବିହନ, ଔଷଧ ଓ କୃଷି ଉପକରଣ ସବସିଡି ଦରରେ ଯୋଗାଇ ଦେବା, ସମସ୍ତ ଚାଷ ଜମିକୁ ଜଳସେଚନ କରିବା, ବ୍ଳକରେ ସରକାରୀ ଉଦ୍ୟୋଗରେ ତିନୋଟି ଶୀତଳଭଣ୍ଡାର ନିର୍ମାଣ କରିବା,ହାତୀ, ମାଙ୍କଡ, ବାରହା ଆଦି ବନ୍ୟ ଜନ୍ତୁଙ୍କ ଉପଦ୍ରବରୁ ଧନ ଜୀବନର ସୁରକ୍ଷା ଦେବା, ଜନବସତି ଅଂଚଳରେ ଭାରି ଯାନ ଚଳାଚଳ ବନ୍ଦ କରିବା, ଦୁର୍ଗାପୁର ଠାରେ ନିର୍ମିତ ମଦଡିପୋକୁ ବନ୍ଦ କରିବା ସହ ମଦ, ଡ୍ରଗସ ଓ ସମସ୍ତ ନିଶାଦ୍ରବ୍ୟ ଉତ୍ପାଦନ ଓ ପ୍ରସାର ବନ୍ଦ କରିବା ୧୦ଦଫା ଦାବିରେ ସ୍ଲୋଗାନ ଦେଇ ଶତାଧିକ ଚାଷୀ ମୂଲିଆ ମହିଳା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ବ୍ଳକ ସଂପାଦକ ନବ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନ, ମାନସ ପାଳ, ରଣଜିତ ପ୍ରଧାନ, ଜଳଧର ଦେହୁରୀ, ବ୍ଳକ କମିଟି ସଭ୍ୟ ସତ୍ୟ ରଂଜନ ସାହୁ, ମୀନ କେତନ ପ୍ରଧାନ, ପ୍ରତିମା ବେହେରା, ପ୍ରମୋଦ ବେହେରା, ଭରତ ନାଏକ, ଚରଣ ବେହେରା, ସୁକାନ୍ତି ପ୍ରଧାନ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିର ଦୃଢ ନିନ୍ଦା କରିଥିଲେ। ସ୍ୱାଧୀନତା ର ଅମୃତ ମହୋତ୍ସବ ଚାଲିଥିବା ବେଳେ ଉଭୟ ସରକାର ବଡ଼ ବଡ଼ ପୁଞ୍ଜି ପତି ଓ କର୍ପୋରେଟର ମାନଙ୍କୁ କୋଟି କୋଟି ଟଙ୍କାର ଋଣ ଛାଡ କରିଥିବା ବେଳେ ସାଧାରଣ ଜନତାଙ୍କୁ ଜିଏସଟି ବୋଝ ଉପରେ ଲଳିତା ବିଡା ସଦୃଶ। ଘରୋଇ କମ୍ପାନୀ ମାନଙ୍କ ସ୍ୱାର୍ଥରେ ରେଳ କରିଡର, କୋଇଲା ଖଣି ଓ କାରଖାନା ପ୍ରତିଷ୍ଠା ପାଇଁ ଚାଷଜମି,ବାସଭୁମି,ଜଳ, ଜଙ୍ଗଲକୁ ଶାଗ ମାଛ ଦରରେ ଯୋଗାଇ ଦେଇ ଦାଣ୍ଡର ଭିକାରୀ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ବାସ୍ତବ ପଦକ୍ଷେପ ନନେଲେ ଆଗାମୀ ଦିନରେ ଶକ୍ତିଶାଳୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ଦେବାପରେ ସଭା ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *