“ବିପ୍ଳବୀ ଜୀବନ ସର୍ବାପେକ୍ଷା ମର୍ଯ୍ୟାଦାମୟ”

Sarbaharakranti Dt 20.10.2022 –

ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) କଲିକତା ଜିଲ୍ଲା କମିଟି ଉଦ୍ୟୋଗରେ କଲିକତାସ୍ଥ ମହାଜାତି ସଦନରେ ୧୯୭୪ ମସିହା ଫେବୃୟାରୀ ମାସ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦଳର ନେତା ଓ କର୍ମୀମାନଙ୍କର ଏକ ରାଜନୈତିକ ଶିକ୍ଷାଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିକ୍ଷା ଶିବିରରେ ସର୍ବହରାର ମହାନନେତା, ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଚିନ୍ତାନାୟକ ତଥା ଆମର ପ୍ରିୟ ଦଳ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ସାଧାରଣ ସଂପାଦକ କମ୍ରେଡ ଶିବଦାସ ଘୋଷ ଅନେକ ଗୁଡିଏ ସାଂଗଠନିକ ପ୍ରସଙ୍ଗ ଉପରେ ଅତ୍ୟନ୍ତ ଉପାଦେୟ ଆଲୋଚନା କରିଥିଲେ ।
ମହାନନେତା କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ ଦଳର ଓଡିଶା ରାଜ୍ୟକମିଟି ପକ୍ଷରୁ ତାଙ୍କର ଏହି ଅମୂଲ୍ୟ ଆଲୋଚନାଟିର ଓଡିଆ ଅନୁବାଦ ପୁସ୍ତିକା ଆକାରରେ ପ୍ରକାଶ କରାଯାଇଛି । ସର୍ବହରା କ୍ରାନ୍ତିର ଚଳିତ ସଂଖ୍ୟାରେ ଏହି ପୁସ୍ତିକାର ଏକ ନିର୍ବାଚିତ ଅଂଶ ସ୍ଥାନିତ କରାଯାଇଛି । ଆଶା କରୁଛି ଦଳର ନେତା, କର୍ମୀ, ସମର୍ଥକ, ଦରଦୀ ତଥା ସର୍ବହାର କ୍ରାନ୍ତିର ପାଠକମାନଙ୍କପାଇଁ ଏହା ଅତ୍ୟନ୍ତ ଉପାଦୟ ହେବ । (ସଂପାଦକ, ସର୍ବହରା କ୍ରାନ୍ତି )

ମୋର କିଛି ସହକର୍ମୀ ଯେଉଁମାନେ ଏଠାରେ ବସିଛନ୍ତି, ସେମାନେ ଅତୀତର ବହୁ କଥା ଜାଣନ୍ତି । ମୋର ନିଜର ଅଭିଜ୍ଞତା ହେଲା, ପ୍ରଥମେ ଯେତେବେଳେ ଏହି ଦଳ ଆରମ୍ଭ ହୁଏ, ସେତେବେଳେ ଆମର କଣ ଥିଲା? କିଛି ହିଁ ନଥିଲା । ଟଙ୍କା ନାହିଁ, ପଇସା ନାହିଁ, ଲୋକବାକ ନାହିଁ, ରହିବାର ଜାଗା ନାହିଁ, କେହି ଚିହ୍ନନ୍ତି ନାହିଁ, ଜାଣନ୍ତି ନାହିଁ । ଆଉ ଆମ୍ଭମାନଙ୍କର ବୟସ ବା ସେତେବେଳେ କେତେ? ମୁଁ ସେତେବେଳେ ଛଙ୍କସଗ୍ଧର ଣକ୍ଟଙ୍କଦ୍ଭଶ ଗବଦ୍ଭ, ଅଳ୍ପ ବୟସର ଜଣେ ଯୁବକ ଯିଏ କହୁଛି ଭାରତବର୍ଷରେ କୌଣସି ଯଥାର୍ଥ ବିପ୍ଳବୀ ଦଳ ନାହିଁ, ଦଳ ଗଠନ କରିବାକୁ ହେବ । ଅନେକେ ହିଁ ଯୁକ୍ତି ଶୁଣି କୁହନ୍ତି, ହଁ, ଏହା ତ କରିବା ଉଚିତ ଯୁକ୍ତିଗୁଡିକ ତ ଭଲ । ମାତ୍ର ଏହା ପାଗଳ ଭଳି କଥା । ଗୋଟିଏ ଦଳ କରିବା ସହଜ କଥା ନା କଣ? ଏତେଗୁଡିଏ ବଡ ବଡ ଦଳ ରହିଛନ୍ତି, ସେମାନେ ଘାଏଲ ହୋଇଯାଉଛନ୍ତି, ଭାଙ୍ଗି ପଡୁଛନ୍ତି, କେତେ କାଣ୍ଡ ହେଉଛି । ଆଉ ଯେଉଁମାନଙ୍କୁ କେହି ଚିହ୍ନନ୍ତି ନାହିଁ, ଜାଣନ୍ତି ନାହିଁ, ଅଭିଜ୍ଞତା ସମ୍ପନ୍ନ ଲୋକ ନାହିଁ, ନାଁ କରା ନେତା ନାହିଁ, ପ୍ରେସ୍ ପବ୍ଲିସିଟି ନାହିଁ, ସେମାନେ କଣ କରିବେ? କିଛି କହିଲେ ହିଁ ଲୋକେ ଥଟ୍ଟା କରୁଥିଲେ, ହସୁଥିଲେ, ପୁଣି କହୁଥିଲେ ଦେଖ, କୁହା ନାହିଁ ବୋଲା ନାହିଁ, ଆମ ଦେଶରେ କିଛି ପାଗଳ ପିଲା ବାହାରିଛନ୍ତି, କହୁଛନ୍ତି ନା କଣ ଦଳ ଗଠନ କରିବେ! ଏହା ଅସମ୍ଭବ ବ୍ୟାପାର, ଏହା ହୋଇ ପାରେନା । ପାର୍ଟି ଗଢିବା କଣ ଏତେ ସହଜ କଥା? ଏସବୁ ଅବାସ୍ତବ କଳ୍ପନା, ଏସବୁ କିଛି ହେବ ନାହିଁ । ହଁ, ଆପଣ ଯାହା କହୁଛନ୍ତି ତା’ ଠିକ୍‌, କିନ୍ତୁ କିଛି ହେବ ନାହିଁ । ମୁଁ ମଧ୍ୟ ସଙ୍ଗେ ସଙ୍ଗେ ବେଶୀ ତର୍କ କରିନାହିଁ । ମୁଁ ସେମାନଙ୍କୁ ପାଲ୍ଟା ଉତ୍ତର କରିଛି । ହଁ ହେବ ନାହିଁ, ମାନି ନେଲି । ତର୍କ ମଧ୍ୟକୁ ନଯାଇ ଏକେବାରେ ସିଧା ମାନି ନେଲି, କିଛି ହେବ ନାହିଁ, ତା’ ବୁଝିଲି, କିଛି କରିପାରିବି ନାହିଁ । ତା’ ହେଲେ କଣ କରିବାକୁ ହେବ କୁହନ୍ତୁ । ଗୋଲାମୀ କରିବି, ଦଲାଲୀ କରିବାକୁ ହେବ? ବିବେକ ବିକ୍ରୀ କରିବାକୁ ହେବ? ଯା’ ବୁଝିଛି, ତା’ ନକରି ଅନ୍ୟପ୍ରକାର ଆଚରଣ କରିବାକୁ ହେବ? ମୁଁ ପାରିବି ନାହିଁ । ମୋ କଥା ଥିଲା, ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ପାରିବ, ସେମାନେ ମୋ ସହିତ ରୁହ, ଆଉ ଯେଉଁମାନେ ପାରିବ ନାହିଁ, ହଟି ଯାଅ । ଈରମବଙ୍କଗ୍ଦର ସଲ ଓ ୟସର ଗ୍ଦଗ୍ଧବକ୍ସଙ୍ଖସଦ୍ଭଶ ସଦ୍ଭ ଗ୍ଧଷର ଗ୍ଦଗ୍ଧକ୍ସରରଗ୍ଧ, ଓ ଗ୍ଦଷବକ୍ଷକ୍ଷ ୟସର ଙ୍ଗସଗ୍ଧଷ ଷକ୍ଟଦ୍ଭକ୍ଟଙ୍କକ୍ସ କ୍ସବସଗ୍ଦସଦ୍ଭଶ ଜ୍ଞଚ୍ଚ ଷରବୟ ଷସଶଷ (କାରଣ ମୁଁ ଯଦି ଖାଇବାକୁ ନପାଇ ରାସ୍ତାରେ ପଡି ମରିଯାଏ, ତଥାପି ମୁଁ ମୋର ମଥା ଉଚ୍ଚ କରି ସମ୍ମାନର ସହିତ ମରିବି) । ମୁଁ ଯେଉଁ ଦିନ ରାସ୍ତାରେ ନଖାଇ ମରିବି, ସେଦିନ ମଧ୍ୟ ମୁଁ ଯେକୌଣସି ଅନ୍ୟାୟର ପ୍ରତିବାଦ କରିପାରିବି । ଯେକୌଣସି ଅନ୍ୟାୟକାରୀ ଲୋକ ଗାଲରେ ଦରକାର ହେଲେ ଚାପୁଡା ମାରି ପାରିବି, ମୋ ହାତ ଥରିବ ନାହିଁ । କାରଣ ମୋତେ ଗୁଳି କରି ମାରି ଦିଆଯାଇପାରେ, କିନ୍ତୁ କିଣା ଯାଇପାରିବ ନାହିଁ । ଡଷବଗ୍ଧ ରକ୍ଷଗ୍ଦର ମବଦ୍ଭ ଓ ୟକ୍ଟ(ମୁଁ ଆଉ କଣ କରିପାରିବି)? ମୁଁ ତ ଦଲାଲୀ କରିପାରିବି ନାହିଁ । ଏତେସବୁ ବୁଝିବା ଯୋଗୁ ହିଁ ତ ମୋର ଏତେ ବିପଦ! ମୋ ଜେଜେମା’ର ତ କୌଣସି ଅସୁବିଧା ନଥିଲା । କାରଣ ସେମାନେ ପୁଅ-ଝିଅ, ନାତି ନାତୁଣୀ ବାହା କରେଇଛନ୍ତି, ଘର ସଂସାର କରିଛନ୍ତି, ପୂଜାର୍ଚ୍ଚନା କରିଛନ୍ତି, କାଳିବାଡି ଯାଇଛନ୍ତି, ସେଠାରେ ବାରମ୍ବାର ମୁଣ୍ଡ ଛୁଇଁ ପ୍ରଣାମ କରିଛନ୍ତି, ବାପା ସବୁ ସମୟରେ ଭାବୁଛନ୍ତି, ଏଇ ଯେମିତି ସ୍ୱର୍ଗର ରଥ ସର ସର କରି ଓହ୍ଲାଇ ଆସିଲା ଏବଂ ସେ ସ୍ୱର୍ଗକୁ ଯାଇ ଆମ ନିମନ୍ତେ ବସି ରହିବେ । ଏହା ତାଙ୍କ ପକ୍ଷରେ କତେ ସୁବିଧା ଥିଲା । କିନ୍ତୁ ମୋ ପକ୍ଷରେ ଅସମ୍ଭବ, କାରଣ ମୁଁ ବୁଝିପାରିଛି ମଣିଷ କଥାଟିର ଅର୍ଥ କଣ? ମଣିଷର ମୂଲ୍ୟବୋଧ କଣ? ଯଥାର୍ଥ ମର୍ଯ୍ୟାଦା କଣ? ଆଉ ଏହି ଦେଶରେ ଜନ୍ମଗ୍ରହଣ କରିବା ସଙ୍ଗେ ସଙ୍ଗେ ଜଣେ ମଣିଷ ଭାବରେ ମୋର କର୍ତ୍ତବ୍ୟ କଣ? ମୁଁ ତ ଜାଣିଛି ଯେ, ଭାରତବର୍ଷର ଏହି ସମାଜର ପରିବର୍ତ୍ତନ ନହେଲେ ଆମେ କେହି ବଞ୍ôଚବୁ ନାହିଁ । ମୁଁ ବଞ୍ôଚବି ନାହିଁ, ମୋର ବିବେକ ବଞ୍ôଚବ ନାହିଁ, ନୀତି ନୈତିକତା ବଞ୍ôଚବ ନାହିଁ, ସଂସ୍କୃତି ବଞ୍ôଚବ ନାହିଁ, ଚରିତ୍ର ବଞ୍ôଚବ ନାହିଁ, କୌଣସି କିଛି ବଞ୍ôଚବ ନାହିଁ । ମୁଁ ଯଦି ଗୋଟିଏ ସୁଖର ସଂସାର ଗଢିବାକୁ ଚେଷ୍ଟା କରେ, ସେହି ପରିବାର ଭିତରକୁ ହିଁ ଦୁଷ୍ଟ ଶକ୍ତି ପ୍ରବେଶ କରି ମୋର ସ୍ନେହର ସନ୍ତାନଟିକୁ ନଷ୍ଟ କରି ଦେବ । ସେ କେଉଁ ଫିଲ୍ମ ଷ୍ଟାର୍‌ର ଚେଲା ହେବ, କି ୱାଗନ ବ୍ରେକର ଦଳରେ ନାମ ଲେଖାଇବ, ତାର କୌଣସି ଗ୍ୟାରେଣ୍ଟି ନାହିଁ । ସେ କଣ କରିବ ନକରିବ, କେହି କହିପାରିବେ ନାହିଁ । ପ୍ରାଣ ଦେଇ ଯାହାକୁ ଭଲ ପାଇ ଗଢି ତୋଳିବି ସେ ବିଶ୍ୱାସ ଘାତକତା କରି ଚାଲିଯିବ । ପଇସା ପାଇଁ ସେ କିଛି ବି ପରୱା କରିବ ନାହିଁ । ଆଜିକାର ସମାଜ ଏହି ଜାଗାରେ ଆସି ପହଞ୍ôଚଛି । ଏଥିରୁ ଯଦି ଭଲ ପାଇବାକୁ ବଞ୍ଚାଇବାକୁ ହୁଏ, ନୀତି ନୈତିକତାକୁ ବଞ୍ଚାଇବାକୁ ହୁଏ, ସ୍ନେହ ପ୍ରୀତିକୁ ବଞ୍ଚାଇବାକୁ ହୁଏ, ଦାୟିତ୍ୱବୋଧ ଓ କର୍ତ୍ତବ୍ୟବୋଧକୁ ବଞ୍ଚାଇବାକୁ ହୁଏ, ମଣିଷକୁ ବଡ କରିବାକୁ ହୁଏ, ନିଜକୁ ବି ଯଦି ବଡ କରିବାକୁ ହୁଏ, ମୋର ସ୍ନେହର ପାତ୍ର-ପାତ୍ରୀମାନଙ୍କୁ ଯଦି ବଡ କରି ଗଢି ତୋଳିବାକୁ ହୁଏ, ତା’ହେଲେ ସେମାନଙ୍କର ରାସ୍ତା ଖୋଲି ଦେବାକୁ ହେବ । ଆଉ ଲଢେଇ କରିବା ବ୍ୟତୀତ କୌଣସି ଦ୍ୱିତୀୟ ରାସ୍ତା ନାହିଁ । ଏହା ମୁଁ ବୁଝି ପାରିଛି । ମୁଁ କାହିଁକି ଏଭଳି ବୁଝିଲି ତା’କୁ ନେଇ ରାଗ କରିବି କାହା ଉପରେ? ମୁଁ କଣ ନିଜ ମୁଣ୍ଡବାଳ ଟାଣି ଛିଣ୍ଡାଇ ପକାଇବି ଯେ ଏଭଳି ବୁଝିଲି କାହିଁକି? ଏହାକୁ ନେଇ ତ କାହାରି ସହିତ ଯୁକ୍ତି ତର୍କ କରାଯାଇ ପାରେନା, ତୁମେ ବୁଝିନ, ମୁଁ ବୁଝିଲି କାହିଁକି? ଆଉ ବୁଝିଲି ବୋଲି ହିଁ ମୋର ବିପଦ ହୋଇଯାଇଛି । ଏବେ ମୋ ସମ୍ମୁଖରେ ଦୁଇଟି ରାସ୍ତା ଖୋଲା ଅଛି । ହୁଏତ ନିଜକୁ ଅଧଃପତିତ କରିବି, ନିଜର ବିବେକକୁ ବିକ୍ରୀ କରିବି; ଆଉ ନହେଲେ ଲଢେଇ କରିବି । ଏହି ଲଢେଇରେ ମୁଁ ଜିତିବି କି ହାରିବି, ତା’ ଇତିହାସ କହିବ । ମାତ୍ର ମୁଁ ଯାହା ସତ୍ୟ ବୋଲି ମନେକରେ, ଭାରତବର୍ଷରେ ନୂତନ ଭାବେ ଏକ ବିପ୍ଳବୀ ଦଳ ଗଢି ଉଠି ନପାରିଲେ ମଣିଷର ମୁକ୍ତି ଆସିବ ନାହିଁ । ହଜାର ହଜାର ମଣିଷ କୁରବାନୀ ଦେଉ, ଲକ୍ଷ ଲକ୍ଷ ସନ୍ତାନ ରକ୍ତ ଢାଳୁ, ସବୁ ବିପଥରେ ଚାଲିଯିବ । ତେଣୁ ଯଥାର୍ଥ ବିପ୍ଳବୀ ଦଳ ପ୍ରୟୋଜନ, ଯଥାର୍ଥ ଆଦର୍ଶ ପ୍ରୟୋଜନ ।
ଫଳରେ ମୁଁ କଣ କରିବି? ଯେହେତୁ ଦଳ ଗଠନ କରିପାରିବି ନାହିଁ, ଯେହେତୁ ଏହି ଦଳଟା ଗଢିପାରିବି କି ନା ତା’ର କୌଣସି ଠିକଣା ନାହିଁ, ତା’ହେଲେ ନିଜକୁ ଯେମିତି ହେଲେ ବୁଝେଇ ସୁଝେଇ ପୁଣି ସେହି ସି.ପି.ଆଇରେ ଯାଇ ମିଶିବି? ନା ସି.ପି.ଆଇକୁ ସୁଧାରି ନେବି? ତା’ହେଲେ ତ ଭାବିଥାନ୍ତି- ହଁ, ଏହି ଦଳଟା ଯଥାର୍ଥ କମ୍ୟୁନିଷ୍ଟ ପାର୍ଟି, ଏହା ହିଁ ସଠିକ୍ ଦଳ, ଦଳଟି ଭିତରେ କିଛି ତ୍ରୁଟି ଅଛି, ସେଗୁଡିକୁ ସୁଧାରି ନିଆଯାଇ ପାରିବ । ମୁଁ ତ ତା’ ବୁଝିନି । ମୁଁ ବୁଝି ସାରିଛି ଯେ, ଏହି ଦଳଟିକୁ ସୁଧାରି ବା ସଂଶୋଧନ କରି କମ୍ୟୁନିଷ୍ଟ ପାର୍ଟି କରାଯାଇ ପାରିବ ନାହିଁ । ପୁଣି ଯେତେଦିନ ଯିବ, ଏହାର ପଚା ଗନ୍ଧ ସେତେ ବ୍ୟାପିବାକୁ ଲାଗିବ । ତିରିଷ ବର୍ଷ ପୂର୍ବରେ ତ ଏହି ଦୁର୍ଗନ୍ଧ ଜଣା ପଡୁନଥିଲା । ମାତ୍ର ତିରିଶ ବର୍ଷ ପୂର୍ବେ ମୁଁ ବୁଝିଯାଇଥିଲି ଯେ, ଯେତେ ଦିନ ଯିବ ଦୁର୍ଗନ୍ଧ ସେତେ ବ୍ୟାପିବ । ଏହି ପାର୍ଟି ସଂଶୋଧିତ ହୋଇ ପାରେନା । କାରଣ, ଅନ୍ୟ କୌଣସି ଶ୍ରେଣୀ ଦଳ ଶ୍ରମିକ ଶ୍ରେଣୀର ଦଳରେ ରୂପାନ୍ତରିତ ହୋଇ ପାରେନା । ଶ୍ରମିକ ଶ୍ରେଣୀ ଦଳର ଗଠନ ପଦ୍ଧତି, ଏହାର ଚିନ୍ତାଧାରା, ଗରଗ୍ଧଷକ୍ଟୟକ୍ଟକ୍ଷଶଚ୍ଚ (ଚିନ୍ତା ଓ କର୍ମ ପଦ୍ଧତି) ସମସ୍ତ କିଛି ମୋତେ ନିଃସଂଶୟରେ କହୁଛି ଯେ, ଏହି ପାର୍ଟିଟା ହେଲା ଚବକ୍ସଗ୍ଧଚ୍ଚ କ୍ଟଲ ଚରଗ୍ଧଗ୍ଧଚ୍ଚ ଈକ୍ଟଙ୍କକ୍ସଶରକ୍ଟସଗ୍ଦସର (ପେଟି ବୁର୍ଜୁଆ ଦଳ), ସେ କମ୍ୟୁନିଷ୍ଟ ପାର୍ଟିର ନାଁ ନେଇ ଚାଲିଛି, ଫଳରେ ଏହା ଖାଲି ସର୍ବନାଶ କରିବ । ଜନଗଣଙ୍କର କମ୍ୟୁନିଜିମ୍ ପ୍ରତି ଥିବା ଶ୍ରଦ୍ଧା, ଆଶା, ଆକାଂକ୍ଷା, ମୋହକୁ ଆତ୍ମସାତ୍ କରିବ ଏବଂ ନିଜ ଅପକର୍ମ ଦ୍ୱାରା ଶେଷପର୍ଯ୍ୟନ୍ତ କମ୍ୟୁନିଜିମ୍‌କୁ ହିଁ ଲୋକ ଚକ୍ଷୁରେ ହେୟ କରିବ, ମାର୍କ୍ସବାଦକୁ ହିଁ ହେୟ ପ୍ରତିପନ୍ନ କରିବ । ଫଳରେ, ଏହି ପାର୍ଟି ଦ୍ୱାରା ହେବ ନାହିଁ । ତୁମେମାନେ ଯଦି ଏହି ପାର୍ଟି ଉପରେ ନିର୍ଭର କରି, ଏହାକୁ ହିଁ ସଂଶୋଧନ କରି ଭାରତବର୍ଷରେ ବିପ୍ଳବର କଥା ଭାବ, ତା’ହେବ ମିଥ୍ୟା ରାସ୍ତା । ମୁଁ ତ ଏହି ରାସ୍ତାକୁ ଭୁଲ ବୋଲି ମନେ କରେ । ମୁଁ ତ ବିଶ୍ୱାସ କରେ ଯେ, ଭାରତବର୍ଷରେ ବିପ୍ଳବ ବ୍ୟତୀତ ମୁକ୍ତି ଅର୍ଜନର ଆଉ କୌଣସି ଦ୍ୱିତୀୟ ରାସ୍ତା ନାହିଁ । କିନ୍ତୁ ବିପ୍ଳବ ଆପଣାଛାଏଁ ହେବ ନାହିଁ । ବିପ୍ଳବ ପାଇଁ ବିପ୍ଳବୀ ଆଦର୍ଶ, ତତ୍ତ୍ୱ, ବିପ୍ଳବର ରାସ୍ତା, ପ୍ରୋଗ୍ରାମ ପ୍ରୟୋଜନ ଏବଂ ବିପ୍ଳବୀ ଦଳକୁ ସେନାପତି ଭଳି ପ୍ରସ୍ତୁତ ହୋଇ ରହିବା ଦରକାର । ତା’ହେଲେ ସେହି ଦଳ ଗଠନ କରିବ କିଏ? ଯିଏ ବୁଝିଲା, ତା’ରି ଉପରେ ହିଁ ତ ଦାୟିତ୍ୱ ଆସି ପଡିବ । ଶ୍ରେଣୀ ବିଭକ୍ତ ସମାଜରେ ଓୟସବ(ଚିନ୍ତା) ମଧ୍ୟରେ ଯେଉଁ ସଂଘାତ ଚାଲିଛି, ସେହି ସଂଘାତ ଫଳରେ କାହିଁକି ମୋ ମଧ୍ୟରେ ଆସି ଏହି ଚିନ୍ତା ଦେଖାଦେଲା, ଏଥିପାଇଁ ମୁଁ କାହା ଉପରେ ରାଗିବି? କାହାରି ଉପରେ ତ ରାଗିବା ଚଳେନା । ତେଣୁ ମୁଁ ସେମାନଙ୍କୁ ଗୋଟିଏ ମାତ୍ର ପ୍ରଶ୍ନ କରିଥିଲି । କଣ କରିବାକୁ ହେବ କୁହ । ହଁ ହେବ ନାହିଁ, ବୁଝିଲି । କିନ୍ତୁ ଦଲାଲି କରିବାକୁ ହେବ? ମୁଁ ପାରିବି ନାହିଁ । ଏହା ମୋ ଦ୍ୱାରା ସମ୍ଭବ ନୁହେଁ । ମୁଁ ଜାଣେ, ମୋତେ ହୁଏତ ନଖାଇ ମରିବାକୁ ହେବ । ଜଣେ ଲୋକ ନଖାଇ ମରୁଛି କି ନାହିଁ, ତାହାର ଖବର ମଧ୍ୟ କେହି ନେବାକୁ ଆସିବେ ନାହିଁ । କିନ୍ତୁ କଣ କରିବି? ଭାବିବି ଏହା ମୋର ଅକ୍ଷମତା । ଅକ୍ଷମତାର ଲଜ୍ଜା ଗୋଟିଏ ପ୍ରକାର, ଆଉ ବିବେକ ବିକ୍ରୀ କରି ଦେବାଟା ସଂପୂର୍ଣ୍ଣ ସ୍ୱତନ୍ତ୍ର ବିଷୟ । ମୁଁ ପାରିନାହିଁ, କିନ୍ତୁ କୌଣସି ଅନ୍ୟାୟ ନିକଟରେ ମୁଣ୍ଡ ନୁଆଇଁ ନାହିଁ । ସାଧ୍ୟମତେ ଲଢିଛି, କିନ୍ତୁ ପାରିନି । ନଖାଇ ମରିଗଲି ସିନା, କିଛି କରିପାରିଲି ନାହିଁ । କିନ୍ତୁ କୌଣସି କିଛି ବିଫଳ ହୁଏ ନା । ସମସ୍ତ ବିପ୍ଳବୀମାନେ ହିଁ ଜାଣନ୍ତି ଯେ, ସେ ନଖାଇ ନିଃଶେଷ ହୋଇ ମରିଗଲା, ପାଂଚ ଜଣ ଲୋକ ମଧ୍ୟରେ, ପଚାଶ-ଶହେ ଲୋକଙ୍କ ମଧ୍ୟରେ ସେ ଖାଲି କହିଗଲା ଯେ, ଯଥାର୍ଥ ବିପ୍ଲବୀ ଆଦର୍ଶ ଓ ଦଳ ବ୍ୟତୀତ କିଛି ହେବ ନାହିଁ, ଏହା ବ୍ୟର୍ଥ ହୁଏନା, ବ୍ୟର୍ଥ ହୋଇ ପାରେନା । ନ୍ତନ୍ତନ୍ତ

Leave a Reply

Your email address will not be published. Required fields are marked *