୧୧ଦଫା ଦାବିରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ବଅଁରପାଳ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ-୦୧/୧୧ ।

ମଦ, ଡ୍ରଗ୍ସ ସମେତ ସମସ୍ତ ନିଶାଦ୍ରବ୍ୟର ଉତ୍ପାଦନ ଓ ପ୍ରସାର ବନ୍ଦ କରିବା, ସମସ୍ତ ବେକାରଙ୍କୁ ନିଯୁକ୍ତି ଏବଂ କାରଖାନା ଦ୍ୱାରା କ୍ଷତିଗ୍ରସ୍ତ ଓ ବସ୍ଥାପିତଙ୍କୁ ଉପଯୁକ୍ତ ଥଇଥାନ ଓ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, କାରଖାନା ଗୁଡିକରେ ସ୍ଥାୟୀ କାର୍ଯ୍ୟରେ ନିଯୁକ୍ତି ଠିକା ଶ୍ରମିକ କର୍ମ·ରୀଙ୍କୁ ସ୍ଥାୟୀ କରିବା, ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ଆକାଶଛୁଆଁ ଦର ବୃଦ୍ଧି ବନ୍ଦ କରିବା, ବିଜୁଳି ଶୁଳ୍କ ବୃଦ୍ଧି, ଘନ ଘନ ବିଦୁ୍ୟତ୍ କାଟ, ତୃଟିପୂର୍ଣ୍ଣ ବିଦୁ୍ୟତ୍ ବିଲ୍ ତଥା ଅନ୍ଲାଇନ୍ ପ୍ରିପେଡ ବିଦୁ୍ୟତ୍ ବିଲ୍ ଆଦାୟ ବନ୍ଦ କରିବା, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ମୁତାବକ ଡାକ୍ତର କର୍ମ·ରୀ ନିଯୁକ୍ତ କରିବା, କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ କରିବାସହ ସାର, ଔଷଧ, ବିହନ ଓ କୃଷି ଉପକରଣର ଦରବୃଦ୍ଧି ବନ୍ଦ କରିବା, ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡିକୁ ଖୋଲିବା ସହିତ ସମସ୍ତ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରିବା ଏବଂ ଶିକ୍ଷା ଧ୍ୱଂସ କରି ଜାତୀୟ ଶିକ୍ଷାନୀତି-୨୦୨୦କୁ ବାତିଲ କରିବା, ଚକବନ୍ଦୀ ବନେ୍ଦାବସ୍ତ ଆଇନ୍କୁ ତୁରନ୍ତ ଉଚ୍ଛେଦ କରି ଦଖଲ ଭିତ୍ତିରେ ଜମିର ସ୍ୱତ୍ୱାଧିକାର ପ୍ରଦାନ କରିବା, ପରିବେଶ ପ୍ରଦୂଷଣ ରୋକିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା, ହାତୀ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବ ବନ୍ଦ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣକରି ଧନଜୀବନର ସୁରକ୍ଷା କରିବା ଆଦି ଦାବିରେ ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ବଅଁରପାଳ ବ୍ଲକ ୟୁନିଟ୍ ଉଦ୍ୟୋଗରେ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) କାର୍ଯ୍ୟକର୍ତ୍ତା ସୁବାସ ପ୍ରଧାନଙ୍କ ପରି·ଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ)ର ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ମାନସ ପାଳ, ସଞ୍ଜୟ ସାହୁ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ପଦକ୍ଷେପକୁ ସମାଲୋଚନା କରିଥିଲେ । ବିଶେଷକରି ମଦ ମାଦକଦ୍ରବ୍ୟର ବହୁଳ ପ୍ରସାର ଯୋଗୁଁ ସାମାଜିକ ବିଶୃଙ୍ଖଳା ସୃଷ୍ଟିହେବାସହ ଅନେକ ଘର ଉଜୁଡି ଯାଉଛି ଓ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି ବୋଲି ବିକ୍ଷୋଭରେ ସାମିଲ ଥିବା ମହିଳାମାନେ ଅଭିଯୋଗ କରିଥିଲେ । ଶେଷରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *