ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ ବାରଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ

ବାରଙ୍ଗ ତା୪.୧୧.୨୦୨୨ – ଅତ୍ୟାବଶ୍ୟକ ଜିନିଷପତ୍ରର ଆକାଶ ଛୁଆଁ ଦରଦାମ ବୃଦ୍ଧି ବନ୍ଦ କରିବା, ପେଟ୍ରୋଲ-ଡିଜେଲ-ରନ୍ଧନ ଗ୍ୟାସର ଦରବୃଦ୍ଧି ବନ୍ଦ କରିବା, ସରକାରୀ, ବିଦେଶୀ ମଦ ଦୋକାନ ବନ୍ଦ କରିବା ସହ ସମସ୍ତ ନିଶାଦ୍ରବ୍ୟର ପ୍ରଚାର ପ୍ରସାର ତୁରନ୍ତ ବନ୍ଦ କରିବା, ବାରଙ୍ଗ ବ୍ଲକରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା, ବାରଙ୍ଗ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଉନ୍ନତମାନର ଚିକିତ୍ସାର ବନ୍ଦୋବସ୍ତ କରିବା, ଘନ ଘନ ବିଜୁଳୀ କାଟ ବନ୍ଦ ବନ୍ଦ କରିବା, ବିଜୁଳୀ ଦେୟ ହ୍ରାସ କରିବା, ତ୍ରୁଟିପୂର୍ଣ୍ଣ ମିଟର ରିଡିଂ ସମସ୍ୟାର ସମାଧାନ କରିବା, ଭୂମିହୀନଙ୍କୁ ଜମି ପଟ୍ଟା ଯୋଗାଇ ଦେବା, ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଇବାର ତୁରନ୍ତ ବନ୍ଦୋବସ୍ତ କରିବା, ତ୍ରିଶୁଳିଆ ଗ୍ରାମରେ ପିଇବା ପାଣି ଓ ଜଳ ନିଷ୍କାସନର ବ୍ୟବସ୍ଥା ତୁରନ୍ତ କରିବା, ପ୍ରତ୍ୟେକ ପଂଚାୟତର ବର୍ଜ୍ଜ୍ୟବସ୍ତୁ ନିଷ୍କାସନ ପାଇଁ ସୁବ୍ୟବସ୍ଥା କରିବା, ପ୍ରତ୍ୟେକ ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥାକରିବା ସହ ତାର ସଫେଇର ସୁବନ୍ଦୋବସ୍ତ ତୁରନ୍ତ କରିବା, ତ୍ରିଶୁଳିଆ ଗୋଲେଇ ଛକଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ତୁରନ୍ତ ନିର୍ମାଣ କରିବା, ନିର୍ମାଣ ଶ୍ରମିକ, ପାଚିକା-ସହାୟିକା ଓ ସମସ୍ତ ଅସଙ୍ଗଠିତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ତୁରନ୍ତ ବାତିଲ କରିବା ଦାବିରେ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ ବାରଙ୍ଗ ବ୍ଲକ ସମ୍ମୁଖରେ ଆଜି ବିକ୍ଷୋଭ ଅନୁଷ୍ଠିତ ହୋଇଯାଉଛି । ବିକ୍ଷୋଭ ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସମ୍ପାଦକ ବିଶ୍ୱାବସୁ ଦାସ, ଅଫିସ ସମ୍ପାଦକ ଖଗେଶ୍ୱର ସେଠୀ, ଚାଷୀ ନେତା ବସନ୍ତ ନାୟକ, ବାରଙ୍ଗ ଆଞ୍ଚଳିକ କମିଟି ସଂପାଦକ ସିଦ୍ଧାର୍ଥ ରଥ, ଆଞ୍ଚଳିକ କମିଟି ସଭ୍ୟ ଟିକା ସାମଲ, ଅଶୋକ ବେହେରା, ଅଭିରାମ ବେହେରା , ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ବିଡିଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *