ପଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ

କଟକ ତା ୦୫.୧୧.୨୦୨୨ –

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ମୂଲ୍ୟ ହ୍ରାସ କରିବା, ବିଜୁଳି ଶୁଳ୍କ ବୃଦ୍ଧି, ଘନ ଘନ ବିଦ୍ୟୁତ୍‍ କାଟ, ତ୍ରୁଟିପୂୂର୍ଣ୍ଣ ବିଦ୍ୟୁତ୍‍ ବିଲ୍‍ ତଥା ଅନ୍‍୍‍ଲାଇନ୍‍ ପ୍ରିପେଡ୍‍ ବିଦ୍ୟୁତ୍‍ ବିଲ୍‍ ଆଦାୟ ବନ୍ଦ କରିବା, ସମସ୍ତ ବସ୍ତିବାସିନ୍ଦାଙ୍କୁ ମହାନଗର ନିଗମ ଆଇନ ଅନୁଯାୟୀ କର୍ମ ସ୍ଥଳରେ ଉପଯୁକ୍ତ ଭାବରେ ଥଇଥାନ କରିବା ସହ ପଟ୍ଟା ପ୍ରଦାନ କରିବା, ପରିଚାରିକା ଓ ସମସ୍ତ ପ୍ରକାର ଅଣସଂଗଠିତ ଶ୍ରମଜୀବୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଓ ବାସଗୃହ ଯୋଗାଇ ଦେବା, ମହାନଗର ନିଗମରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବଡ ମେଡିକାଲରେ ପ୍ରୟୋଜନ ମୁତାବକ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରିବା ସହ ସ୍ୱାସ୍ଥ୍ୟସେବାର ଘରୋଇକରଣ ବନ୍ଦ କରିବା, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ସରକାରୀ ନିଯୁକ୍ତି ଦେବା, ଜାତୀୟ ଶିକ୍ଷାନୀତି-୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା, କଟକ ଜିଲ୍ଲାରେ ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଖୋଲିବା, ଖାଲିପଡ଼ିଥିବା ସମସ୍ତ ଶିକ୍ଷକ ଅଧ୍ୟାପକ ପଦବୀରେ ସ୍ଥାୟୀ ନିଯୁକ୍ତି ଦେବା ସହ ଶିକ୍ଷାର ସମସ୍ତ ଆର୍ôଥକ ଦାୟିତ୍ୱ ସରକାର ବହନ କରିବା ଆଦି ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ), କଟକ ଜିଲ୍ଲା କମିଟି ପକ୍ଷରୁ ଆଜି କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶବ କରାଯାଇଛି ।
ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ଅଫିସ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ବବି ବଳବନ୍ତରାୟ, ସୌଭାଗ୍ୟ ସାମଲ, ଦୀପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ, ତରୁଣସେନ ନାୟକ, ଇଶା ଧର, ସଂଗଠକ ସ୍ୱାଧୀନ ବେହେରା, ଶୁଭସ୍ମିତା ସାହୁ, ଶୋଭା ଦେହୁରୀ, ଝରଣା ଦାସ, ଜ୍ୟୋତ୍ସାରାଣୀ ଦାସ, ବସ୍ତିନେତା କ୍ଷିତିଶ ନାୟକ, ଏମ୍ ରାଜି ରାଓ ଓ ସୁଜାତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ଯୋଗୁଁ ସାଧାରଣ ଲୋକଙ୍କର ଜୀବନ ଆଜି ଦୁର୍ବିସହ ହୋଇପଡିଛି । ଔଷଧ ଠାରୁୁ ଆରମ୍ଭ କରି ସମସ୍ତ ନିତ୍ୟ ପ୍ରୟୋଜନୀୟ ସାମଗ୍ରୀର ଦରଦାମ ପ୍ରତିଦିନ ଯେଭଳି ବଢୁୁଛି ତାହା କେବଳ ଗରିବ ଦିନ ମଜୁରିଆ ନୁହେଁ, ଏପରିକି ମଧ୍ୟବିତ୍ତମାନଙ୍କୁୁ ମଧ୍ୟ ଭୀଷଣ ବାଧୁଛି । ଲକ୍ଷ ଲକ୍ଷ ଯୁବକ ଦାଦନ ଖଟିବାକୁ ଦେଶର ଏକପ୍ରାନ୍ତରୁ ଅପର ପ୍ରାନ୍ତକୁ ଘୁରି ବୁଲୁଛନ୍ତି । ଅନ୍ୟଦିଗରେ ହାତ ଗଣତି ଧନୀକ ଗୋଷ୍ଠୀଙ୍କର ପୁଞ୍ଜି ଅକଳ୍ପନୀୟ ଭାବରେ ବଢି ଚାଲିଛି; ଅଥଚ ସେମାନଙ୍କୁ କୋଟି କୋଟି ଟଙ୍କା ଟିକସ ଛାଡ କରାଯାଉଛି । କେନ୍ଦ୍ର ସରକାର ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ରେଳ, ବ୍ୟାଙ୍କ, ବୀମା,ପ୍ରତିରକ୍ଷା ଆଦି ସମସ୍ତ ରାଷ୍ଟ୍ରାୟାତ୍ତ ଉଦ୍ୟୋଗକୁ ଘରୋଇକରଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧି ନୀତିକୁ ସମର୍ଥନ ଓ କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ହେଉଛି ଆଗୁଆ । ବିଦ୍ୟୁତ୍‍ ସମ୍ପଦରେ ଓଡିଶା ବଳକା ରାଜ୍ୟ ହେବା ସତ୍ତ୍ୱେ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି ଓ ଅନ୍ୟାନ୍ୟ ଉପାୟରେ ରାଜ୍ୟବାସୀଙ୍କୁ ଲୁଟିବା ପାଇଁ ସରକାର ଟାଟା କମ୍ପାନୀକୁ ସୁଯୋଗ କରିଦେଇଛନ୍ତି । ଅନ୍ୟ ଦିଗରେ ବସ୍ତିବାସିନ୍ଦାଙ୍କୁ ବେଆଇନ୍ ଭାବରେ ନିଜର ବାସସ୍ଥାନରୁ ଉଚ୍ଛେଦ କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ଯାହା ବି ସାମାନ୍ୟ ଅବଶିଷ୍ଟ ଥିଲା ନୂତନ ଶିକ୍ଷାନୀତି-୨୦୨୦ ତା’ର ସମାଧି ରଚନା କରିବ । ବିଶେଷକରି ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ହେବାପରେ ଦେଶର ଅର୍ଥନୈତିକ ଓ ସାଂସ୍କୃତିକ କ୍ଷତ୍ରରେ ଆକ୍ରମଣ ଭୟଙ୍କର ହୋଇଛି । ରାଜ୍ୟରେ ବିଜେଡି ସରକାର ମଧ୍ୟ ସେହି ଏକା ଜନବିରୋଧି ନୀତି ଅନୁସରଣ କରି ଚାଲିଛି ।
ଆଗାମୀ ଦିନରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ନେତୃତ୍ୱରେ ସଂଗଠିତ ହୋଇ ଶକ୍ତଶାଳୀ ଗଣ ଆନ୍ଦୋଳନ ଗଢିତୋଳିବାକୁ ଦଳ ପକ୍ଷରୁ ଜନଗଣଙ୍କୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *