୧୩ ଦଫା ଦାବିରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଅନୁଗୁଳ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ – 05/11/2022 –

ଅନୁଗୁଳ ବ୍ଲକର ବିଭିିନ୍ନ ଗ୍ରାମରେ ହାତୀ ଓ ବନ୍ୟଜନ୍ତୁ ଦ୍ୱାରା ଧାନ ଫସଲର କ୍ଷୟକ୍ଷତିର ଆକଳନକରି ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାସହ ଧନଜୀବନର ସୁରକ୍ଷା କରିବା, ଧାନ ଫସଲ ନଷ୍ଟ ହୋଇଥିବା ପରିବାରକୁ ବର୍ଷ ତମାମ କାମ ଯୋଗାଇଦେବା, ବ୍ଲକର ପ୍ରତ୍ୟେକ ଗ୍ରାମ ଓ ସାହିକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା, ଶିକ୍ଷକ ନଥାଇ ୬୧ଜଣ ଛାତ୍ରଛାତ୍ରୀ ଥିବା ସାନକଞ୍ଜନୀ (ଗ୍ରାଣ୍ଟ-ଇନ୍-ଏଡ୍) ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅବିଳମ୍ବେ ଗ୍ରହଣକରି ଶିକ୍ଷକ ନିଯୁକ୍ତି କରାଯାଉ ଏବଂ ବ୍ଲକର ଉପାନ୍ତ ଅଞ୍ଚଳରେ ବନ୍ଦ ଥିବା ବିଦ୍ୟାଳୟଗୁଡିକ ଖୋଲାଯିବା, ବ୍ଲକର ବିଦ୍ୟାଳୟ ଗୁଡିକରେ ଖାଲିପଡିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅନୁଗୁଳ ବ୍ଲକର ସାତକୋଶିଆ ଅଭୟାରଣ୍ୟର ଜନସାଧାରଣଙ୍କ ସମସ୍ୟା ସମାଧାନ କରାଯାଉ ଏବଂ ଉପଯୁକ୍ତ ଥଇଥାନ ବିନା ଅଭୟାରଣ୍ୟର ଜନସାଆଧାରଣଙ୍କୁ ବିସ୍ଥାପନ ବନ୍ଦ କରିବା, ବହୁଳଭାବେ କିଡନୀ ରୋଗରେ ମୃତୁ୍ୟବରଣ କରୁଥିବା ଏବଂ ବର୍ତ୍ତମାନ କିଡନୀ ରୋଗରେ ପିଡୀତ ଥିବା ମହିଧରପଡା, ହମାମିରା, କରାବିରା ଖୋଲ ଗ୍ରାମର ଜନସାଧାରଣଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ (Purified Drinking Water) ଯୋଗାଇବା ପାଇଁ ତ୍ୱରିତ ବାସ୍ତବ ପଦକ୍ଷେପ ଗ୍ରହଣ କରିବା, ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ସ୍ଥାୟୀ ଡାକ୍ତର, ନିର୍ସ ଓ କର୍ମ·ରୀ ନିଯୁକ୍ତି କରିବା, ଅନୁଗୁଳ ବ୍ଲକର ଚକବନ୍ଦୀ (Land Consolidation) ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ କରିବା, ପ୍ରତ୍ୟେକ ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଘରଡିହ ପଟ୍ଟା ଏବଂ ଘର ଯୋଗାଇ ଦିଆଯାଉ । ଘରଡିହ ପାଇଥିବା ଲୋକଙ୍କୁ ଦଖଲ ପ୍ରଦାନ କରିବା, ବ୍ଲକର ହିଡିସିଂହ, ଢ଼ୋଲଢ଼ୁମୁରି, କାଣିଘାଇ ଜଳସେଚନ ଯୋଜନାକୁ ତୁରନ୍ତ କାର୍ଯ୍ୟକ୍ଷମ କରି ·ଷଜମିକୁ ଜଳସେଚନ କରିବା, ବ୍ଲକର କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବା, ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ଆକାଶଛୁଆଁ ଦର ବୃଦ୍ଧି ବନ୍ଦ କରିବା, ବିଜୁଳି ଶୁଳ୍କ ବୃଦ୍ଧି, ଘନ ଘନ ବିଦୁ୍ୟତ୍ କାଟ, ତୃଟିପୂର୍ଣ୍ଣ ବିଦୁ୍ୟତ୍ ବିଲ୍ ତଥା ଅନ୍ଲାଇନ୍ ପ୍ରିପେଡ ବିଦୁ୍ୟତ୍ ବିଲ୍ ଆଦାୟ ବନ୍ଦ କରିବା, ମଦ, ଡ୍ରଗ୍ସ ସମେତ ସମସ୍ତ ନିଶାଦ୍ରବ୍ୟର ଉତ୍ପାଦନ ଓ ପ୍ରସାର ବନ୍ଦ କରିବା ଆଦି ଦାବିରେ ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ଉଦ୍ୟୋଗରେ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ବିକ୍ଷୋଭ ପୂର୍ବରୁ ଶତାଧିକ କର୍ମୀ, ସମର୍ଥକମାନେ ଷ୍ଟାଡିୟମ୍ ପଡିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ବ୍ଲକ ଅଫିସ୍ ସମ୍ମୁଖରେ ପହଞ୍ଚô ଥିଲେ । ସେଠାରେ ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ସମ୍ପାଦକ ବ୍ରଜବନ୍ଧୁ ସାହୁଙ୍କ ପରି·ଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ମନେ୍ଦାଦରୀ ରାଉଳ, ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକ, ନାରାୟଣ ନାୟକ, ଶତ୍ରୁଘ୍ନ ରାଉଳ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ପଦକ୍ଷେପକୁ ସମାଲୋଚନା କରିଥିଲେ । ବିଶେଷକରି ହାତୀ ଉପଦ୍ରବ ଯୋଗୁଁ ·ଷୀମାନଙ୍କର ଧନଜୀବନ ସୁରକ୍ଷା, କିଡନୀ ରୋଗରେ ପିଡୀତ ଥିବା ଜନସାଧାରଣଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ସହ ବିଶୁଦ୍ଧ ପାନୀୟଜଳ ଏବଂ ମଦ ମାଦକଦ୍ରବ୍ୟର ବହୁଳ ପ୍ରସାର ଯୋଗୁଁ ସାମାଜିକ ବିଶୃଙ୍ଖଳା ସୃଷ୍ଟିହେବାସହ ଅନେକ ଘର ଉଜୁଡି ଯାଉଛି ଓ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି ବୋଲି ବିକ୍ଷୋଭରେ ସାମିଲ ଥିବା ମହିଳାମାନେ ଅଭିଯୋଗ କରିଥିଲେ । ଶେଷରେ ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ପ୍ରତିଶ୍ରୁତି ଦେବାପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *