ଅନୁଗୁଳ ସହରର ବିଭିନ୍ନ ସମସ୍ୟାନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ – ୦୫ / ୧୧ । ଅନୁଗୁଳ ମୁ୍ୟନିସିପାଲିଟିର ପ୍ରତ୍ୟେକ ୱାର୍ଡ ଅନୁଯାୟୀ ଉପଯୁକ୍ତ ତଦନ୍ତ କରି ଜନସାଧାରଣଙ୍କୁ ଅବିଳମ୍ବେ ପାଇବାକୁ ଥିବା ଘରଡିହ ପଟ୍ଟା ଓ ଘର ଯୋଗାଇଦେବା, ଅର୍ଦ୍ଧନିର୍ମିତ ଘରଗୁଡିକ ପୂର୍ଣ୍ଣାଙ୍ଗ କରିବା ବ୍ୟବସ୍ଥା କରିବା, ଉଠା ଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା, ଥଇଥାନ କରିବା ପର୍ଯ୍ୟନ୍ତ ବାରମ୍ବାର ପୋଲିସ୍ ଦ୍ୱାରା ହଇରାଣ କରିବା ପ୍ରକ୍ରିୟା ବନ୍ଦ କରିବା, ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା କରିବା ସହ ଜମା ହୋଇଥିବା ଅଳିଆ ଆବର୍ଜନା ଉଠାଇବାର ସୁବନେ୍ଦାବସ୍ତ କରିବା, ମୁ୍ୟନିସିପାଲିଟିର ପ୍ରତ୍ୟେକ ୱାର୍ଡରେ ସ୍ୱତନ୍ତ୍ର ବିଶୁଦ୍ଧ ପାନୀୟଜଳ (ଚଙ୍କକ୍ସସଲସରୟ ଊକ୍ସସଦ୍ଭଳସଦ୍ଭଶ ଡବଗ୍ଧରକ୍ସ) ଯୋଗାଇଦେବା, ସହରର ବିଭିନ୍ନ ପଏଣ୍ଟରେ ପଥ·ରୀମାନଙ୍କ ପାଇଁ ପରିଶ୍ରାଗାର ନିର୍ମାଣ କରି ଉପଯୁକ୍ତ ପରିମଳ ବ୍ୟବସ୍ଥା କରିବା, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର, ନର୍ସ ଓ କର୍ମ·ରୀ ନିଯୁକ୍ତ କରିବା ସହିତ ଉନ୍ନତମାନର ଚିକିତ୍ସାର ବ୍ୟବସ୍ଥା ଯୋଗାଇଦେବା, ଜିନ୍ଦଲ ଦ୍ୱାରା ଅବାରିତ ଭାବେ ଛଡା ଯାଉଥିବା ଦୁର୍ଗନ୍ଧ ଗ୍ୟାସ୍ ଛାଡିବା ବନ୍ଦ କରିବା, ସହର ମଧ୍ୟରେ ମଦ, ଡ୍ରଗ୍ସ ବିକ୍ରି ବନ୍ଦ କରିବା ସମେତ ସମସ୍ତ ନିଶାଦ୍ରବ୍ୟର ଉତ୍ପାଦନ ଓ ପ୍ରସାର ବନ୍ଦ କରିବା ଆଦି ୮ ଦଫା ସମ୍ବଳିତ ଦାବିପତ୍ର ଏସ.ୟୁ.ସି.ଆଇ (କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ପକ୍ଷରୁ ଅନୁଗୋଳ ମୁ୍ୟନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନଯାଇଛି । ଏସ.ୟୁ.ସି.ଆଇ (କମୁ୍ୟନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ନେତୃତ୍ୱରେ ମନେ୍ଦାଦରୀ ରାଉଳ, ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକଙ୍କ ସମେତ ମମତା ଦାସ, ମିନାକ୍ଷୀ ଅମାନ୍ତ, ମନୋରମା ନାୟକ, ମମତା ସିଂ, ପୁଷ୍ପଲତା ସ୍ୱାଇଁ, ସରୋଜ ସ୍ୱାଇଁ, ମଞ୍ଜୁଲତା ବେହେରା, ମନୋରମା ନାୟକ, ସରୋଜ ସ୍ୱାଇଁ, ଲକ୍ଷ୍ମୀ ଭୋଇ, ମଞ୍ଜୁଳା ବେହେରା ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *