ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ ଦାବିରେ ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଗଣ ବିକ୍ଷୋଭ

ହିଞ୍ଜିଳିକାଟୁ, ତା.୧୧.୧୧.୨୦୨୨:

ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଜ୍ୱଳନ୍ତ ସମସ୍ୟାର ସମାଧାନ ଦାବିରେ ଆଜି ଏକ ଶୋଭାଯାତ୍ରl ହିଞ୍ଜିଳିକାଟୁ ବଇଁଚ ବଣିଆ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ୧୧ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରା ଯାଇଛି ।
ତେଣୁ ହିଞ୍ଜିଳିକାଟୁରେ ଅର୍ଦ୍ଧ ନିର୍ମାଣ ଅବସ୍ଥାରେ ପଡ଼ିରହିିଥିବା ମାର୍କେଟ କମ୍ପ୍ଲେକ୍ସର କାମ ତୁରନ୍ତ ସମ୍ପୂର୍ଣ୍ଣ କରିବା, ଶିକ୍ଷକ ଅଭାବରୁ ବନ୍ଦ ହେବାକୁ ବସିଥିବା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି, ସାହାପୁର, ଦୂର୍ବନ୍ଧ,ମକରଝୋଳ ଗ୍ରାମର ହାଇସ୍କୁଲଗୁଡିକରେ ତୁରନ୍ତ ସ୍ଥାୟୀ ଭିତ୍ତିରେ ଶିକ୍ଷକ ନିଯୁକ୍ତି ଦେବା,ଏହି ବ୍ଲକ ଅନ୍ତର୍ଗତ ବନ୍ଦ ହୋଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲିବା, କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ନିଜସ୍ବ କୋଠା ନିର୍ମାଣ କରିବା , ହିଞ୍ଜିଳିକାଟୁ ମେଡ଼ିକାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, ଡାକ୍ତରୀ ଉପକରଣ ଯୋଗାଇଦେବା, ବିନା ଦେୟରେ ସମସ୍ତ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା, ବଡଖଣ୍ଡି ଗ୍ରାମର ହରିଜନ ବସ୍ତିର ବିଡ଼ିଓଙ୍କ ନାମରେ ଥିବା ଜମିପଟ୍ଟାକୁ ଜନସାଧାରଣଙ୍କ ନିଜ ନିଜ ନାମରେ ପରିବର୍ତ୍ତନ କରିବା, ଖାଦ୍ୟ ଶସ୍ୟ ଏବଂ ପନିପରିବା ଗଚ୍ଛିତ କରି ରଖିବା ପାଇଁ ହିଞ୍ଜିଳି କାଟୁରେ ସ୍ଵତନ୍ତ୍ର ଶୀତଳ ଭଣ୍ଡାର ନିର୍ମାଣ କରିବା, ସହରରେ ଆଧୁନିକ ମଡେଲରେ ଏକ ପାଠାଗାର ସ୍ଥାପନ କରିବା, ପେଟ୍ରୋଲ,ଡିଜେଲ୍,ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ଆକାଶ ଛୁଆଁ ଦରବୃଦ୍ଧି ବନ୍ଦ କରିବା, ସମସ୍ତ ବେକାର ଯୁବକଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଯୋଗାଇଦେବା, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି, ଘନଘନ ବିଦ୍ୟୁତ୍ କାଟ, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ ତଥା ଅନଲାଇନ ପ୍ରିପେଡ ବିଲ ଆଦାୟ ବନ୍ଦ କରିବା, ଅଶ୍ଳୀଳତା, ନଗ୍ନତା ଏବଂ ଅପସଂସ୍କୃତିର ପ୍ରଚାରପ୍ରସାର ବନ୍ଦ କରିବା ଆଦି ଦାବି ଗୁଡ଼ିକ ଅବିଳମ୍ବେ ପୂରଣ କରିବା ପାଇଁ ଏସ୍ .ୟୁ .ସି .ଆଇ କମ୍ୟୁନିଷ୍ଟ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ଦୃଢ଼ ଦାବି କରାଯାଉଛି l
ଆଜିକାର କାର୍ଯ୍ୟକ୍ରମରେ ଏସ. ୟୁ .ସି. ଆଇ (କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କାମରାଜ ସାହୁ, କିସାନ ସାହୁ, ଅନିଲ ସାହୁ, ସୋମ୍ୟରଞ୍ଜନ ଗୌଡ, ଶୁଭସ୍ମିତା ପାଣିଗ୍ରାହି ଆଦି ସଂଗଠନର କର୍ମକର୍ତ୍ତା ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *