ଜନବିରୋଧୀ ମୋଦି ସରକାରଙ୍କ ରୋଷେଇ ଗ୍ୟାସ୍ ମୂଲ୍ଯ ବୃଦ୍ଧି ବିରୁଦ୍ଧରେ ଏସ୍ ୟୁ ସି ଆଇ (ସି) ପକ୍ଷରୁ ବିକ୍ଷୋଭ
Cuttack Date – 02.03.2023 – କେନ୍ଦ୍ର ମୋଦି ସରକାର ଆଜିଠାରୁ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ଓ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୩୫୦ ଟଙ୍କା ଲେଖାଁ ବୃଦ୍ଧି କରିଛନ୍ତି।ବର୍ତ୍ତମାନର ମୂଲ୍ଯ ବୃଦ୍ଧି ଫଳରେ ଘରୋଇ ବ୍ଯବହାର ପାଇଁ ରନ୍ଧନ ଗ୍ୟାସ୍ ୧୦୮୦ ଟଙ୍କାରୁ ୧୧୩୦ ଟଙ୍କା ହୋଇଥିବା ବେଳେ ବ୍ୟବସାୟୀକ ରନ୍ଧନ ଗ୍ୟାସ୍ ୧୭୬୯ ଟଙ୍କା ରୁ ୨୧୨୦ ଟଙ୍କା ହୋଇଛି। ଚଳିତ ବର୍ଷ ଏଇ ଦୁଇ ମାସ ଭିତରେ କେବଳ ଘରୋଇ ପାଇଁ ବ୍ଯବହୃତ ରନ୍ଧନ ଗ୍ୟାସ୍ ୭୫ଟଙ୍କା ମୋଦି ସରକାର ବଢାଇଛି। କେନ୍ଦ୍ର ମୋଦି ସରକାରଙ୍କ ଏହି ଜନବିରୋଧୀ ଓ କର୍ପୋରେଟ ସ୍ୱାର୍ଥରେ ଜାଳେଣି ଗ୍ୟାସ୍ ମୂଲ୍ଯ ବୃଦ୍ଧି ପ୍ରତିବାଦରେ କଟକ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏସ୍ ୟୁ ସି ଆଇ (ସି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ଜିଲ୍ଲା କମିଟିର ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ଟିକା ସାମଲ, ଦିପକ ଦାସ, ବିନୋଦ ସେଠୀ, ତରୁଣସେନ ନାୟକ, ପାଭେଲ ପ୍ରିୟଦର୍ଶନ, ପ୍ରତାପ ମିଶ୍ର, ଅକ୍ଷୟ ରାଉଳ,ସୁଭସ୍ମିତା ସାହୁ, ଶୋଭା ଦେହୁରୀ, ସିପ୍ରା ମହାନ୍ତି, ସ୍ୱାଧିନୀ ବେହେରା, ଜ୍ୟୋସ୍ନାରାଣୀ ଦାସ, ଝରଣା ଦାସ, କ୍ଷୀରୋଦ ଜେନା, ସୁଜାତା ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ। ଆଇନଜୀବୀ ସୁକାନ୍ତ ନାୟକ, କବି ବ୍ରଜବନ୍ଧୁ ପୃଷ୍ଠି ସମର୍ଥନ ଦେଇ ଉପସ୍ଥିତ ଥିଲେ।
ଏଠାରେ ସୁଚନାଯୋଗ୍ୟ ଆଛେ ଦିନର ସ୍ୱପ୍ନ ଦେଖାଇ କେନ୍ଦ୍ରରେ ମୋଦି ସରକାର ଆସିବା ଦିନରୁ ପ୍ରତିଦିନ ନିତ୍ଯ ପ୍ରୟୋଜନୀୟ ଜିନିଷର ମୂଲ୍ଯ ବୃଦ୍ଧି ଘଟି ଆଜି ଆକାଶ ଛୁଇଁଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ପ୍ରତିଟି ଖାଦ୍ୟ ସାମଗ୍ରୀ ଓ ନିତ୍ଯ ପ୍ରୟୋଜନୀୟ ଜିନିଷ ପ୍ରତି ମୁହୁର୍ତ୍ତରେ ବଢିଚାଲିଥିବା ବେଳେ ମୋଦି ସରକାର ଏହାକୁ ଅମୃତ କାଳ କହି ଦେଶର ଜନସାଧାରଣଙ୍କୁ ତାଛଲ୍ଯ କରୁଛନ୍ତି। କର୍ପୋରେଟ ମାନଙ୍କ ସ୍ୱାର୍ଥରେ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଗୁଡିକୁ ତାଙ୍କ ହାତରେ ଟେକି ଦେବାରେ ଲାଗିଛନ୍ତି। ସର୍ବଗ୍ରାସୀ ସଂଙ୍କଟ କାଳରେ ମୋଦି ସରକାରଙ୍କ ଏହି ଜନବିରୋଧୀ ନିତୀ ବିରୁଦ୍ଧରେ ଜନସାଧାରଣ ଐକ୍ଯ ବଦ୍ଧ ଗଣ ଆନ୍ଦୋଳନ ପାଇଁ ଆଗେଇ ଆସିବାକୁ ଏସ୍ ୟୁ ସି ଆଇ (ସି) ପକ୍ଷରୁ ନିବେଦନ କରାଯାଇଛି।