ଦୁର୍ଗାପୁର ଠାରେ ମଦ ଡିପୋ ଉଦ୍ଘାଟନ ବିରୁଦ୍ଧରେ ଏ.ଆଇ.ଏମ୍.ଏସ୍.ଏସ୍.ର ପ୍ରତିବାଦ ସଭା

Date 01.04.2023 – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଦୁର୍ଗାପୁର ଠାରେ ଆଜି ସରକାରୀ ମଦ ଡିପୋ ଉଦ୍ଘାଟନକୁ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଉଦ୍ଘାଟନ ବିରୁଦ୍ଧରେ ଆଜି ସନ୍ଧ୍ୟାରେ ସହରରେ ଶୋଭାଯାତ୍ରା କରାଯାଇ ଅନୁଗୁଳ ବସ୍ଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏ.ଆଇ.ଏମ୍.ଏସ୍.ଏସ୍.ର ରାଜ୍ୟ ଉପସଭାନେତ୍ରୀ ସରୋଜିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଗଠନର ରାଜ୍ୟ ସମ୍ପାଦିକା ସ୍ୱୟଂପ୍ରଭା ନାୟକ, ଜିଲ୍ଲା ସଭାନେତ୍ରୀ ମନେ୍ଦାଦରୀ ରାଉଳ, ସମ୍ପାଦିକା ମାନସୀ ସ୍ୱାଇଁ ପ୍ରମୁଖ ବକ୍ତବ୍ୟଦେଇ ସଂଗଠନ ପକ୍ଷରୁ ବ୍ଲକ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନେ୍ଦାଳନ ସଂଗଠିତ କରାଯାଇ ଦୁର୍ଗାପୁର ଠାରେ ମଦ ଡିପୋ ବଦଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି କରାଯାଇଛି । ମାତ୍ର ରାଜ୍ୟ ସରକାର ଜନମତକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପରିବର୍ତ୍ତେ ଅନୁଗୁଳ ଜିଲ୍ଲାରେ ମଦ ର ବନ୍ୟା ସୃଷ୍ଟି କରିବା ପାଇଁ ମଦ ଡିପୋ ପ୍ରତିଷ୍ଠାକୁ ବକ୍ତାମାନେ ତୀବ୍ର ଭାଷାରେ ନିନ୍ଦା କରିଥିଲେ । ଗାଁ ଗାଁରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାରେ ବିଫଳ ରାଜ୍ୟ ସରକାର ମଦ ଡିପୋ ପ୍ରତିଷ୍ଠା କରି ସାହି, ବସ୍ତିରେ ମଦ ଯୋଗାଣ ଦ୍ୱାରା ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି ହେବା ସହିତ ପାରିବାରିକ ଓ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହେବବୋଲି ସେମାନେ ଅଭିଯୋଗ କରିଥିଲେ । ଦୁର୍ଗାପୁର ଠାରେ ଉଦ୍ଘାଟିତ ହୋଇଥିବା ସରାକରୀ ମଦ ଡିପୋକୁ ସମ୍ପୂର୍ଣ୍ଣ ବାତିଲ କରିବା ଏବଂ ମଦ-ମାଦକଦ୍ରବ୍ୟ ପ୍ର·ର ପ୍ରସାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ସେମାନେ ଦୃଢ଼ ଦାବି କରିଥିଲେ । ରାଜ୍ୟ ସରକାର ମଦ ଡିପୋ ବାତିଲ୍ ନକଲେ ଜିଲ୍ଲାର ମହିଳା, ସଚେତନ ନାଗରିକ, ଶିକ୍ଷାବିତ୍, ବୁଦ୍ଧିଜୀବୀମାନଙ୍କୁ ନେଇ ଜନଆନେ୍ଦାଳନ ସଂଗଠିତ କରିବା ପାଇଁ ସଂଗଠନ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଆଜିର ପ୍ରତିବାଦ ଶୋଭାଯାତ୍ରା ଓ ସଭାରେ ପ୍ରମିଳା ପଣ୍ଡା, ପ୍ରଗତିବାଳା ନାୟକ, ପ୍ରତିମା ବେହେରା, ସୁରୁଚି ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ବିନତୀ ସାହୁ, ମିନତୀ ସାମଲ, ବସୁମତି ସାହୁଙ୍କ ସମେତ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *