ଏମ.କେ.ସି.ଜି. ମେଡିକାଲରେ ପାର୍କିଂ ଫି ଆଦାୟ ଏବଂ ଅନ୍ୟାନ୍ୟ ସମସ୍ୟା ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ବିକ୍ଷୋଭ
Sarbaharakranti Date 31.03.2023 – ବ୍ରହ୍ମପୁର- ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ମେଡିକାଲ ହତା ଭିତରେ ଯାନ ବାହାନ ରଖିବା ବାବଦକୁ ‘ପ୍ରତ୍ୟୁଷ’ ନାମକ ସଂସ୍ଥା ପାର୍କିଂ ଫି ୧୦ ଟଙ୍କା ଆଦାୟ ବନ୍ଦ କରିବା, ରୋଗ ଚିହ୍ନଟ ପାଇଁ ଆବଶ୍ୟକୀୟ ପରୀକ୍ଷାଗୁଡ଼ିକ ଘରୋଇ ସଂସ୍ଥା ହାତରେ ଟେକି ଦିଆ ନଯିବା, ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଡ଼ାକ୍ତରୀ ଉପକରଣ ଓ ଔଷଧ ପତ୍ର ଯୋଗାଇଦେବା ଓ ଆଉଟସୋର୍ସିଂ ପ୍ରଥା ବନ୍ଦ କରି ସ୍ଥାୟୀ ଭିତ୍ତିରେ ମେଡିକାଲ କର୍ମଚାରୀ ପଦବୀ ନିଯୁକ୍ତି ଦେବା ଦାବିରେ ଏସ୍ ୟୁ ସି ଆଈ (ସି) ର ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ସମ୍ପାଦକ ସୋମନାଥ ବେହେରାଙ୍କ ନେତୃତ୍ୱରେ ଗତ ମାର୍ଚ ୩୧ ତାରିଖ ଦିନ ଏମ୍.କେ.ସି. ଜି ମେଡିକାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବି ପତ୍ର ମେଡିକାଲ ସୁପେରିଟେଣ୍ଡେଣ୍ଟକୁ ପ୍ରଦାନ କରାଯାଇଛି l