24 ଏପ୍ରିଲ ଏସ,ୟୁ,ସି,ଆଇ (କମ୍ୟୁନିଷ୍ଟ) ପାର୍ଟିର ପ୍ରତିଷ୍ଠା ଦିବସ ପାଳିତ- ବେରବୋଇ,ଡେଲାଙ୍ଗ
ସର୍ବହରାକ୍ରାନ୍ତି ତାରିଖ ୨୪.୦୪.୨୦୨୩ – ଏସ,ୟୁ,ସି,ଆଇ (କମ୍ୟୁନିଷ୍ଟ) ପାର୍ଟିର 75 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପାର୍ଟି କାର୍ଯ୍ୟାଳୟ ବେରବୋଇ,ଡେଲାଙ୍ଗ ଠାରେ ପାର୍ଟିର ପୁରୀ ଜିଲା କମିଟି ସଭ୍ୟ କମ୍ରେଡ଼ ଦୀନବନ୍ଧୁ ପରିଡାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ଶ୍ରମିକ,କୃଷକ ସର୍ବୋ ପରି ସମସ୍ତ ବର୍ଗର ଜନସାଧାରଣଙ୍କ ଉପରେ ହେଉଥିବା ଶୋଷଣରୁମୁକ୍ତ ପାଇଁ ଅର୍ଥାତ ସମାଜବାଦ ପ୍ରତିଷ୍ଠା ପାଇଁ ମହାନ ମର୍କ୍ସବାଦୀ ଚିନ୍ତା ନାୟକ କମ୍ରେଡ଼ ଶିଵଦାସ ଘୋଷଙ୍କ ଦ୍ୱାରା ଗଠିତ ଭାରତ ବର୍ଷରେ ଏକମାତ୍ର କମୁନିଷ୍ଟ ପାର୍ଟି ଏସ,ୟୁ,ସି,ଆଇ ଗଠନର ତାତପର୍ଯ୍ୟ ସମ୍ପର୍କରେ ଏହି ସଭାରେ ଆଲୋଚନା କରାଯାଇ ଥିଲା। ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପାର୍ଟର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ଼ ରଘୁନାଥ ଦାସ ତାଙ୍କ ବକ୍ତବ୍ୟ ରେ ସମ୍ପ୍ରତି ଦେଶ ତଥା ଓଡ଼ିଶାରେ ଘଟି ଚାଲିଥିବା ବିଭିନ୍ନ ସମସ୍ୟା ବିଶେଷକରି ଆକାଶ ଛୁଆଁ ଦରବୃଦ୍ଧି,କ୍ରମ ବର୍ଧମାନ ବେକାର ସମସ୍ୟା ଆଦି ପାଇଁ ପୁଞ୍ଜିବାଦ ଯେ ଦାୟୀ ,ସେ ବିଷୟ ଉଲେଖ କରିବା ସଙ୍ଗେ ସଙ୍ଗେ ଏହି ବ୍ୟବସ୍ଥା ଉଛେଦ କରିବା ସକାଶେ ଶକ୍ତିଶାଳୀ ଗଣ ଆନ୍ଦୋଳନ ଗଢିତୋଳିବା କୁ ଆହ୍ୱାନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସମ୍ପାଦକ କମ୍ରେଡ଼ ସୁବାସ ବରାଳ,ଜିଲା କମିଟି ସଭ୍ୟ କମ୍ରେଡ଼ ପଦ୍ମ ଚରଣ ଜେନା ଓ ତ୍ରିନାଥ ପ୍ରଧାନ ଆଲୋଚନ କରିବା ସହିତ ପୁରୀ ଜିଲାରେ ପାର୍ଟିର ଶକ୍ତି ବୃଦ୍ଧି ଘଟାଇବା ପାଇଁ ଗାଁ ଗାଁ ରେ ପାର୍ଟିର ସଭ୍ୟ ସଂଖ୍ୟା ବଢ଼ାଇବା ଉପରେ ଗୁରତ୍ୱ ଦେବାକୁ ଉପସ୍ଥିତ ଲୋକ ମାନଙ୍କୁ ଆହ୍ବାନ କରିଥିଲେ।
