ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣମଞ୍ଚ ପକ୍ଷରୁ ପ୍ରତିବାଦ ବିକ୍ଷୋଭ

Sarbahrakranti Date 25.04.2023 – ସାରୁଆବିଲ ଓ କମର୍ଦା ଖଣିରୁ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ଅବିଳମ୍ବେ ଖଣିରେ କାମ ଦେବା, ଖଣି ପ୍ରଭାବିତ ଅଂଚଳର ଯୁବକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ଖଣି କ୍ଷତିଗ୍ରସ୍ତ ଅଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ଓ ଗମନା ଗମନ ବ୍ୟବସ୍ଥା କୁ ସୁନିଶ୍ଚିତ କରିବା, ପୁରୁଷ ପୁରୁଷ ଧରି ବସଵାସ କରି ଆସୁଥିବା ଜାଗାରୁ ଜନସାଧାରଣ ଙ୍କୁ ଉଛେଦ କରିବା ପାଇଁ ଷଡଯନ୍ତ୍ର ବନ୍ଦ କରିବା ଆଦି ଦାବିରେ ଆଜି ୨୫ଏପ୍ରିଲ ଶହଶହ ଖଣି କ୍ଷତିଗ୍ରସ୍ତ ଛଟେଇ ଶ୍ରମିକ ଟାଟା ଷ୍ଟିଲ ମାଇନ୍ସ ର କମର୍ଦା ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ମାର୍ଚ୍ଚ ୨୦୨୦ରୁ ଛଟେଇ ହୋଇ ଦୁର୍ବିସହ ଜୀବନ ବିତାଉଥିବା ଖଣି ଶ୍ରମିକ ତଥା ଖଣି ପ୍ରଭାବିତ ଯୁବକ ଯୁବତୀ ମାନେ ଯାଜପୁର ଜିଲ୍ଲାପାଳ, ଏ ଡି ଏମ କଳିଙ୍ଗନଗର, ତହସିଲଦାର ସୁକିନ୍ଦା, ଡି. ଡି. ଏମ. ଯାଜପୁର ରୋଡ଼ ଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇ ନିଯୁକ୍ତିର ପ୍ରତିଶୃତି ପାଇ ଆସିଛନ୍ତି |ଏ.ଡି.ଏମ କଳିଙ୍ଗନଗର ଙ୍କ ମଧ୍ୟସ୍ଥତାରେ ଖଣି କତୃପକ୍ଷ ଙ୍କ ସହ ଆଲୋଚନା ହୋଇ ୨ମାସ ମଧ୍ୟରେ ଚାକିରୀ ଯୋଗାଇ ଦିଆଯିବ ବୋଲି ସ୍ଥିର କରାଯାଇ ଥିଲେବି ଆଜିସୁଦ୍ଧା କାଁ ଭାଁ କୁ ଛାଡି ଦେଲେ ସେମାନଙ୍କୁ କାମ ମିଳିଲା ନାହିଁ।ଅପର ଦିଗରେ ଖଣିଜ ଉତ୍ତୋଳନ ପାଇଁ ଖଣିରେ ବ୍ଲାଷ୍ଟିଙ୍ଗ ହେଲେ କ୍ଷତିଗ୍ରସ୍ତ ଙ୍କ ଘରେ ପଥର ପଡୁଛି |ଖଣିରୁ ବାହାରୁଥିବା ବର୍ଜ୍ଜ୍ୟ ବସ୍ତୁ ପୋଖରୀ ଜଳାଶୟ ଗୁଡିକରେ ମିଶି ଜଳାଶୟ ଗୁଡିକୁ ବିଷାକ୍ତ କରି ଚାଲିଛି |ବିଷାକ୍ତ ପାଣି ପବନ ଦୂଷିତ ପରିବେଶରେ ଷଢ଼ୁଥିବା ଲୋକମାନଙ୍କ ପାଇଁ ସାମାନ୍ୟ ଚିକିତ୍ସା ର ସୁଯୋଗ ନାହିଁ |ଅପରନ୍ତୁ ସେମାନଙ୍କୁ ସେମାନଙ୍କ ଭିଟାମାଟିରୁ ଉଛେଦ କରିବାପାଇଁ ଯୋଜନା ଚାଲିଛି |ଏହାର ପ୍ରତିବାଦ କରି ଆଜି ଖଣି କ୍ଷତିଗ୍ରସ୍ତ ଙ୍କ ପକ୍ଷରୁ ଟି.ଏସ.ଏମ.ଲି କତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରି ଆଲୋଚନା କରାଯାଇ ଥିଲା |ସେଠାରେ ଶ୍ରୀ ଶଙ୍କର ସିଦ୍ଦୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରମିକ ନେତା ଜୟସେନ ମେହେର, ସୁରେଶ ପ୍ରଧାନ, ରମାକାନ୍ତ ମହାନ୍ତ, ବ୍ରଜବନ୍ଧୁ ରାଉତ, ରାମଚନ୍ଦ୍ର ମୁର୍ମୁ, ରମେଶ ମୁଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ |କମ୍ପାନୀ କତୃପକ୍ଷ ଅବିଳମ୍ବେ ଦାବୀ ପୂରଣ ନ କଲେ କ୍ଷତି ଗ୍ରସ୍ତ ଜନଗଣ ଙ୍କ ପକ୍ଷରୁ ଶକ୍ତିଶାଳୀ ଗଣ ଆନ୍ଦୋଳନ ଗଢି ତୋଳିବେ ବୋଲି ନେତା ମାନେ ଚେତା ବନି ଦେଇ ଥିଲେ |

Leave a Reply

Your email address will not be published. Required fields are marked *