ମହିଳା କୁସ୍ତି ଯୋଦ୍ଧାଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗ ଅଭିଯୁକ୍ତଙ୍କୁ ବହିଷ୍କାର ଓ ଦୃଷ୍ଟାନ୍ତମୂଳକ ଶାସ୍ତି ଏ.ଆଇ.ଡି.ୱାଇ.ଓ.ର ଦାବି
Sarbaharakranti 28.04.2023 – ଅନୁଗୁଳ- ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଦେଶର ସମ୍ମାନଜନକ ପଦକଧାରୀ ମହିଳା କୁସ୍ତିଯୋଦ୍ଧାଙ୍କୁ ଉଚିତ୍ ନ୍ୟାୟ ଦାବିରେ ଦିଲ୍ଲୀରେ ·ଲିଥିବା ଆନେ୍ଦାଳନ ସମର୍ଥନରେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ୱାଇ.ଓ) ପକ୍ଷରୁ ସାରାଭାରତ ପ୍ରତିବାଦ ଦିବସ ପାଳନ କରାଯିବା ପରିପ୍ରେକ୍ଷୀରେ ଅନୁଗୁଳ ରାଜଛକ ଠାରେ ଅପରାହ୍ନରେ ସଂଗଠନର ଜିଲ୍ଲା କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଦାବି ସମ୍ବଳିତ ପ୍ଲାକାର୍ଡ ମାନ ପ୍ରଦର୍ଶନ କରିବାସହ ଏକ ପ୍ରତିବାଦ ସଭା କରିଥିଲେ । ସଂଗଠନର ଜିଲ୍ଲା ସଭାପତି ନିରଞ୍ଜନ ନାୟକଙ୍କ ପରି·ଳନାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି ମାନସ ପାଳ, ଜିଲ୍ଲା ସମ୍ପାଦକ କୈଳାସ ସାହୁ ବକ୍ତବ୍ୟ ମାଧ୍ୟମରେ ଯୌନ ନିର୍ଯ୍ୟାତନା ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ବୃଜଭୂଷଣ ସରଣସିଂଙ୍କୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁ.ଏଫ୍.ଆଇ)ର ସଭାପତି ତଥା ସାଂସଦ ପଦରୁ ବହିଷ୍କାର କରି ଅବିଳମ୍ବେ ଫାଷ୍ଟଟ୍ରାକ୍ କୋର୍ଟ ଜରିଆରେ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ କରିବା ପାଇଁ ଦାବି କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସରକାର ଓ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବା ପରିବର୍ତ୍ତେ ଦେଶ ପାଇଁ ସମ୍ମାନ ଆଣିଥିବା କୁସ୍ତି ଯୋଦ୍ଧାମାନଙ୍କୁ ଅବହେଳା ପ୍ରଦର୍ଶନ କରି ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତ୍ସ୍ନା ସାମଲ, ମଳୟ ବେହେରା, ପ୍ରଭାତ ପ୍ରଧାନ, ସୋରେନ ସାହୁ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।