ଭୟାବହ ରେଳ ଦୁର୍ଘଟଣାରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଗଭୀର ଶୋକ

ଭୁବନେଶ୍ୱର ତା ୦୩.୦୬.୨୦୨୩ –

ସରକାର ଓ ରେଳ କର୍ତ୍ତୃପକ୍ଷଙ୍କ ଚୂଡାନ୍ତ ଅବହେଳା ଯୋଗୁ ଘଟିଥିବା ବାହାନଗା ଭୟାବହ ରେଳ ଦୁର୍ଘଟଣାରେ ଏସ୍‍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଶ୍ରୀ ଶଙ୍କର ଦାସଗୁପ୍ତ ଗଭୀର ଉଦ୍‍ବେଗ ଓ ଶୋକ ପ୍ରକାଶ କରିବା ସହିତ ନିହତଙ୍କ ସ୍ମୃତିରେ ଆଜି ଶୋକ ଦିବସ ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ସୂତ୍ର ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ୱ ନିହତ ଓ ହଜାରରୁ ଅଧିକ ଗୁରୁତରଭାବେ ଆହତ ହୋଇଛନ୍ତି । ମୃତକ ଓ ଆହତଙ୍କ ସଂଖ୍ୟା ବଢି ବଢି ଚାଲିଛି । ତେବେ ବାସ୍ତବ ସ୍ଥିତି ଖୁବ ମର୍ମାନ୍ତିକ ଓ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ବୋଲି ଶ୍ରୀ ଦାସଗୁପ୍ତ ଜଣାଇଛନ୍ତି । ଏହିି ଦୁଃଖଦ ପରିସ୍ଥିତିରେ ଆହତମାନଙ୍କୁ ଯୁୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ସରକାରୀ ଖର୍ଚ୍ଚରେ ଚିକିତ୍ସାର ସୁବନ୍ଦୋବସ୍ତ କରିବା ତଥା ପ୍ରାଥମିକ ସହାୟତାଭାବେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରାଥମିକ ସହାୟତା ଓ ସେମାନଙ୍କ ପରିବାରରୁ ଅନ୍ତତଃପକ୍ଷେ ଜଣଙ୍କୁ ନିଯୁକ୍ତି ଦେବା, ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଓ ୨ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରକାଶ କରି ଦୋଷି କର୍ତ୍ତୃପକ୍ଷଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା, ଅଟକି ରହିଥିବା ମହିଳା, ଶିଶୁ, ବୃଦ୍ଧ-ବୃଦ୍ଧା ତଥା ଅନ୍ୟାନ୍ୟ ଯାତ୍ରୀମାନଙ୍କୁ ଖାଦ୍ୟ-ପାନୀୟ ଯୋଗାଇ ଦେଇ ସରକାରୀ ଖର୍ଚ୍ଚରେ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦେବା, ତତ୍ପରତାର ସହିତ ଟ୍ରେନ ଚଳାଚଳ ସ୍ୱାଭାବିକ କରିବା ଓ ବିଭିନ୍ନ ସ୍ଥାନରେ ପଡିରହିଥିବା ଯାତ୍ରୀମାନଙ୍କୁ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିବାକୁ ଶୀ ଦାସଗୁପ୍ତ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *