ଗଣମାଧ୍ୟମ ଓ ସାମ୍ବାଦିକ ମାନଙ୍କ ଉପରେ ପୋଲିସ ଚଢ଼ାଉ କୁ ଏସୟୁସିଆଇ (କମ୍ୟୁନିଷ୍ଟ ) ର ତୀବ୍ର ନିନ୍ଦା

Sarbaharakranti News Dated 04.10.2023 –

ଅକ୍ଟୋବେର 3 ତାରିଖରେ ଏସୟୁସିଆଇ ( କମ୍ୟୁନିଷ୍ଟ ) ସାଧାରଣ ସମ୍ପାଦକ କମ୍ରେଡ ପ୍ରଭାସ ଘୋଷ ନିମ୍ନୋକ୍ତ ବିବୃତ୍ତି ଜାରି କରିଛନ୍ତି –
ଆଜି ବଡି ସକାଳୁ ଦିଲ୍ଲୀ ଠାରେ ସୁପରିଚିତ ସାମ୍ବାଦିକ, ହାସ୍ୟ ଅଭିନେତା, ବ୍ୟଙ୍ଗ କଳାକାର ମାନଙ୍କ ଘର ଉପରେ ପୁଲିସ ଚଢ଼ାଉ ଏବଂ ସେମାନଙ୍କୁ ଅତ୍ୟନ୍ତ କଠୋର ଵେଆଇନ କାର୍ଯ୍ୟକଳାପ ( ନିରୋଧ ) ଧାରା (UAPA )ଅନୁଯାୟୀ “ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସମ୍ପର୍କିତ ” ଏକ ମାମଲାରେ ଜେରା କରାଯିବା ଆମକୁ 1975 ମସିହା ଜରୁରୀକାଳୀନ ପରିସ୍ଥିତି ରେ ହେଉଥିବା ପୁଲିସ ଚଢ଼ାଉ କୁ ସ୍ମରଣ କରାଇ ଦେଉଛି. କେନ୍ଦ୍ର ବିଜେପି ସରକାର ପୁଲିସ ର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋୖଣସି ସ୍ପଷ୍ଟୀକରଣ ଦେଇନାହିଁ. ପୁନର୍ବାର ଏହି ଧରଣର ଅଚାନକ ଅନୁପ୍ରବେଶ ଆମକୁ ପୁନଃ ନିଶ୍ଚିତ କରୁଛିଯେ ବିଜେପି ର ଫାସିବାଦୀ, ଏକଛାତ୍ରବାଦୀ ଶାସନରେ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ଗୁରୁତର ବିପଦ ଦେଖା ଦେଇଛି.
ଆମେ ଦେଶର ଶୁଭବୁଦ୍ଧି ସମ୍ପନ୍ନ ଜନସାଧାରଣ ଓ ଗଣମାଧ୍ୟମ ର ବନ୍ଧୁ ମାନଙ୍କ ସହିତ ମିଳିତ ଭାବରେ ସରକାରଙ୍କର ଏହି ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ ଆମର ତୀବ୍ର ପ୍ରତିବାଦ ଦରଜ କରୁଛୁ.

Leave a Reply

Your email address will not be published. Required fields are marked *