ଦିଲ୍ଲୀରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନଙ୍କର ବିଭିନ୍ନ ଦାବିରେ ବିକ୍ଷୋଭ ଓ କନ୍‌ଭେନ୍‌ସନ୍‌

Sarabaharakranti News Dated 15.10.2023 –

ଅଲଇଣ୍ଡିଆ ବ୍ୟାଙ୍କ ଏପ୍ଲୟିଜ୍ ୟୁନିଟି ଫୋରମ୍‌ର ଆହ୍ୱାନ କ୍ରମେ ଅଗଷ୍ଟ ୪ତାରିଖରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍ କର୍ମଚାରୀ ମାନଙ୍କର ଏକ ସର୍ବଭାରତୀୟ ବିକ୍ଷୋଭ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି । ବ୍ୟାଙ୍କିଙ୍ଗ୍ ଲ(ଆମେଣ୍ଡମେଣ୍ଟ) ବିଲ -୨୦୨୧କୁ ପ୍ରତ୍ୟାହାର କରିବା, ସ୍ଥାୟୀ କାମରେ ସ୍ଥାୟୀ କର୍ମଚାରୀ ନିଯୁକ୍ତିକୁ ନିଶ୍ଚିତ କରିବା, ସମସ୍ତ ଠିକା, ସାମୟିକ ଓ ଆଉଟ୍ ସୋର୍ସିଂ ବ୍ୟାଙ୍କ କର୍ମଚାରୀଙ୍କୁ ସ୍ଥାୟୀ କରିବା, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀମାନଙ୍କର ପେନ୍‌ସନକୁ ଉପଯୁକ୍ତ ବୃଦ୍ଧି କରିବା, ସମାନ କାମକୁ ସମାନ ଦରମା ନିଶ୍ଚିତ କରିବା, ତୁରନ୍ତ ଦ୍ୱିପାକ୍ଷିକ ଦରମା ସ୍ଥିରିକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବା, ଋଣ ଆଦାୟ କ୍ଷେତ୍ରରେ ଏକଚାଟିଆ ପୁଞ୍ଜିପତିମାନଙ୍କୁ କୌଣସି ପ୍ରକାର ଅଧିକ ସୁବିଧା ସୁଯୋଗ ନଦେବା, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ଚାରିଟି ଶ୍ରମିକ ସ୍ୱାର୍ଥ ବିରୋଧୀ ଶ୍ରମକୋର୍ଡ ବାତିଲ କରିବା ଇତ୍ୟାଦି ଦାବିରେ ଏହି ବିକ୍ଷୋଭ ଆୟୋଜିତ ହୋଇଥିଲା । ସଂଗଠନର ସର୍ବଭାରତୀୟ ସଭାପତି କମ୍ରେଡ୍ ବିଜୟପାଲ ସିଂହ ଏବଂ ସାଧାରଣ ସଂପାଦକ କମ୍ରେଡ୍ ଜଗନ୍ନାଥ ରାୟମଣ୍ଡଳ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।
ବିକ୍ଷୋଭ ପରେ ଆମ୍ବେଦକର ଭବନଠାରେ କମ୍ରେଡ ବିଜୟପାଲ ସିଂହଙ୍କ ସଭାପତିତ୍ୱରେ ଉପରୋକ୍ତ ଦାବିରେ ଏକ ସର୍ବଭାରତୀୟ କନ୍‌ଭେନ୍‌ସନ୍ ଅନୁଷ୍ଠିତ ହୋଇଥିଲା । କନ୍‌ଭେନସନ୍‌ରୁ ଆଗାମୀ ଦିନର ଆନ୍ଦୋଳନର କର୍ମସୂଚୀ ସ୍ଥିର କରାଯାଇଥିଲା । ଏଆଇୟୁଟିୟୁସିର ସର୍ବଭାରତୀୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ରମେଶ ପରାସର ଅତିଥି ବକ୍ତା ଭାବରେ ବକ୍ତବ୍ୟ ରଖିଥିଲେ । କମ୍ରେଡ୍ ବେଦରାମ ସିଂହ, ପୂର୍ଣ୍ଣ ଚନ୍ଦ୍ର ବେହେରା, ଗୌରୀଶଙ୍କର ଦାସ, ବଳରାମ ଯାଦବ, ଆଶା ପ୍ରଜାପତି, ସ୍ୱପନ ଦାସ, ଅଜୟ ବାବୁ, ଅରବିନ୍ଦ ଶର୍ମା, ଅତୁଲ ଶର୍ମା, ନାରାୟଣ ପୋଦ୍ଦାର, ୟୁସୁଫ ମୋହ୍ଲା, ବିଜୟ ଲୋଧ, ଯେରଦାନ ଡୁପ୍‌କା ପ୍ରମୁଖ କନ୍‌ଭେନସନ୍‌ରେ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *