ସମସ୍ତ ରେଳ ଚଳାଚଳରେ ଅହେତୁକ ବିଳମ୍ବ ଏବଂ ରେଳ ସେବାର ଘରୋଇକରଣ ବିରୁଦ୍ଧରେ ବ୍ରହ୍ମପୁର ଷ୍ଟେସନ ସମ୍ମୁଖରେ ବିକ୍ଷୋଭ
SK Dated 20.04.2025 –
ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ସମସ୍ତ ଲୋକାଲ ଓ ଏକ୍ସପ୍ରେସ ଟ୍ରେନ ରେଳ ବିଭାଗ ଦ୍ଵାରା ଧାର୍ଯ୍ୟ ହୋଇଥିବା ସମୟରେ ସେବା ଯୋଗାଇ ଦେବା, ସମସ୍ତ ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସ ମାନଙ୍କରେ ସ୍ଲିପର ଓ ଜେନେରାଲ କମ୍ପାଟମେଣ୍ଟ ସଂଖ୍ୟା ବଢାଇବା, ସମସ୍ତ ଟ୍ରେନ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଇ ଦେବା ସହ ସମସ୍ତ ଷ୍ଟେସନମାନଙ୍କରେ ବିଶୁଦ୍ଧ ପାନୀୟ ଜଳର ସୁବନ୍ଦୋବସ୍ତ କରିବା, ସମସ୍ତ ଟ୍ରେନ ଡବା ସହ ଶୌଚାଳୟ ନିୟମିତ ପରିଷ୍କାର କରିବା, ବରିଷ୍ଠ ନାଗରିକମାନଙ୍କୁ ରେଳ ଭଡ଼ାରେ ରିହାତି ପ୍ରଦାନ କରିବା, ଦେଶର ସମସ୍ତ ସ୍ଥାନକୁ ରେଳ ସଂଯୋଗ କରିବା, ରେଳ ସେବାର ଘରୋଇକରଣ ବନ୍ଦ କରିବା ଆଦି ଦାବିରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ରହ୍ମପୁର ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ସମ୍ପାଦକ କମ୍ରେଡ ସୋମନାଥ ବେହେରା ଜିଲ୍ଲା ସାଂଗଠନିକ କମିଟି ସଭ୍ୟ ନାରାୟଣ ସାହୁ , ପପୁନୁ ସାହୁ,କିସାନ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହିଙ୍କ ସମେତ ବିଭୂତି ଭୂଷଣ ସାହୁ,ଅନିଲ କୁମାର ସାହୁ, ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।