ରେଳ ଚଳାଚଳରେ ଅହେତୁକ ବିଳମ୍ବ ବିରୋଧରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟତେ ଏସ ୟୁ. ସି.ଆଇ (କମ୍ୟୁନିଷ୍ଟ ),ର ଭଦ୍ରକ ରେଳବାଇ ଷ୍ଟେସନ ମ୍ୟାନେଜେରଙ୍କୁ. ସ୍ମାରକ ପତ୍ର ପ୍ରଦାନ

SK Dated 20.04.2025 –

ଏସ. ୟୁ. ସି.ଆଇ (କମ୍ୟୁନିଷ୍ଟ )ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ଭଦ୍ରକ ରେଳବାଇ ଷ୍ଟେସନ ମ୍ୟାନେଜେର ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ରେଳ ଚଳାଚଳ ରେ ଅହେତୁକ ବିଳମ୍ବ, ଏକ୍ସପ୍ରେସ ଟ୍ରେନ ଗୁଡିକରେ କୋଚ ସଂଖ୍ୟା ବିଶେଷ୍ କରି ଜେନେରାଲ ବଗି ସଂଖ୍ୟା ବୃଦ୍ଧି, ଟ୍ରେନ ଗୁଡିକରିପାଣି ଓ ପିଇବା ପାଣିର ପର୍ଯ୍ୟପ୍ତ ବ୍ୟବସ୍ଥା, ତିଲେଟ ଓ ବାଗିଗୁଡିକୁ ସଫା ରଖିବା,, ବରିଷ୍ଠ ନାଗରିକ ମାନଙ୍କ ପାଇଁ ପୁନଃ ଟିକେଟ ରିହାତି ପ୍ରଦାନ କରିବା, ନୂଆ ରେଲ ୱଏ ଟ୍ରାକ ତିଆରି କରିବା, ଭାରତୀୟ ରେଳବିଭାଗରା ଘରୋଇକରଣ ବନ୍ଦ କରିବା, ଭଦ୍ରକ ଷ୍ଟେସନ ଦେଇ ଯାତାୟାତ କରୁଥିବା ଲୋକାଲ ଟ୍ରେନ ଗୁଡିକୁ ବିଳମ୍ବ ନକରାଇ ଠିକ ସମୟରେ ଚଲେଇବା ଓ ଏହି ଲୋକାଲ ଟ୍ରେନ ଗୁଡିକର ଷୌଚାଳୟ ଓ ଦବଗୁଡିକୁ ସଫା ରଖିବା ଆଦି ଦାବିରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।
ଏହି ପ୍ରତିନିଧି ଦଳରେ ରମେଶ ନାୟକ, ରାମଚନ୍ଦ୍ର ଶଙ୍ଖୁଆ, ପର୍ଶୁରାମ ଲେଙ୍କା, ମଦନ ମହାକୁଡ଼, ନଳିନୀ, ଆମର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *