ଗାଜା ଉପରେ ସାମ୍ରାଜ୍ୟବାଦୀ ଇସ୍ରାଏଲ ର ଯୁଦ୍ଧ ବିରୁଦ୍ଧ ରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ର ପ୍ରତିବାଦ
SK Dated 08.04.2025 – ମାନବତାର ଘୃଣ୍ୟତମ ଶତ୍ରୁ ସାମ୍ରାଜ୍ୟବାଦୀ ଆମେରିକାର ମଦତପୁଷ୍ଟ ଇସ୍ରାଏଲ ଦୀର୍ଘଦିନ ଧରି ଅମାନୁଷିକତାର ସମସ୍ତ ସୀମାକୁ ଅତିକ୍ରମ କରି ଯେଭଳି ଅତ୍ୟନ୍ତ ନୃଶଂସ ଏବଂ ବର୍ବର ଭାବରେ ପାଲେଷ୍ଟାଇନ ର ଗାଜା ଉପରେ ବୋମା ମାଡ଼ କରି ଚାଲିଛି, ଫଳରେ ହଜାର ହଜାର ସଂଖ୍ୟାରେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ କେହି ମୃତ୍ୟୁ ମୁଖରୁ ନିଜକୁ ରକ୍ଷା କରି ପାରି ନାହାଁନ୍ତି। ସମଗ୍ର ଗାଜା ସହର ଧ୍ଵଂସ ସ୍ତୁପରେ ପରିଣତ ହୋଇଛି ଏଵଂ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଶବ ପଡ଼ି ରହିଛି । ଇସ୍ରାଏଲ ର ଏହି ଯୁଦ୍ଧ କୁ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ର କେନ୍ଦ୍ରୀୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଏହା ବିରୁଦ୍ଧରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ର ନେତୃତ୍ଵ ରେ ଭାରତ ବର୍ଷ ର ମେହନତି ଜନଗଣ ପ୍ରତିବାଦ କରିବା ପାଇଁ ଆହ୍ଵାନ ଦିଆ ଯାଇଛି। ଏହି ପରିପ୍ରେକ୍ଷିରେ ଆଜି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ ମାଷ୍ଟର କ୍ୟାନଟିଁନ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ଵର ଜିଲ୍ଲା ସାଂଗଠନିକ କମିଟି ର ସଦସ୍ୟ ନିରଞ୍ଜନ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସାଂଗଠନିକ କମିଟି ର ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାଜେନ୍ଦ୍ର ବର୍ମା, ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ସାଂଗଠନିକ କମିଟି ସଦସ୍ୟ ପ୍ରଭା ମଞ୍ଜୁଳା ବ୍ରହ୍ମ , ନସିମ ସରକାର, ବିଜୟ ଲକ୍ଷ୍ମୀ ପାତ୍ର ପ୍ରମୁଖ ବକ୍ତବ୍ୟ ରଖି ପାଲେଷ୍ଟାଇନ ର ମେହନତୀ ଜନଗଣ ଙ୍କ ପ୍ରତି ସମବେଦନା ଜଣାଇବା ସହିତ ଇସ୍ରାଏଲ ବିରୁଦ୍ଧରେ ଭାରତ ସହିତ ବିଶ୍ଵର ମେହନତୀ ଜନଗଣ ଆଗେଇ ଆସିବା ପାଇଁ ଆହ୍ଵାନ ଜଣାଇଥିଲେ ।